Saturday, November 8, 2025
24.8 C
Odisha

    ଆଜିଠାରୁ ସାଇବର ସେଫ୍ଟି କ୍ୟାମ୍ପେନ ଆରମ୍ଭ, କଳିଙ୍ଗ ଷ୍ଟାଡିୟମରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଜିଠାରୁ ସାଇବର ସେଫ୍ଟି କ୍ୟାମ୍ପେନ ଆରମ୍ଭ । ଆଜି ଦିନ ୧୧ଟାରେ କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ କ୍ୟାମ୍ପେନ୍ ର ଶୁଭାରମ୍ଭ କରିବେ । ନଭେମ୍ବର ୧୭ ପର୍ଯ୍ୟନ୍ତ ଏକ ମାସ ଧରି ଚାଲିବ କ୍ୟାମ୍ପେନ । ସାଇବର ସୁରକ୍ଷାକୁ ନେଇ ସଚେତନା ସୃଷ୍ଟି ଏହାର ମୂଳ ଉଦ୍ଦେଶ୍ୟ । ଏଥିପାଇଁ ୧୬ଟି ସାଇବର ରଥ ପ୍ରସ୍ତୁତ କରାଯାଇଛି। ଏହି ରଥ ଗୁଡ଼ିକ ରାଜ୍ୟର ୩୩ଟି ଜିଲ୍ଲାରେ ବୁଲି ସାଇବର ସେଫ୍ଟି ନେଇ ଲୋକଙ୍କୁ ସଚେତନ କରିବ । ଏହା ପୂର୍ବରୁ କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ସୂଚନା ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ । ଏହି ଅବସରରେ କ୍ୟାମ୍ପେନ୍ ର ମାସ୍କଟ ସାଇରାକୁ ଉନ୍ମୋଚନ କରାଯାଇଛି ।

    ଏହାସହ କାର୍ଯ୍ୟକ୍ରମର ଟ୍ୟାଗ୍ ଲାଇନ୍ STOP, VERIFY & SECURE ଓ ଥିମ୍ ସଙ୍ଗ୍ କୁ ଉନ୍ମୋଚନ କରିଛନ୍ତି ଡିଜିପି । ବିଭିନ୍ନ ଶିକ୍ଷାନୁଷ୍ଠାନ ସମେତ ଅନ୍ୟାନ୍ୟ ସ୍ଥାନରେ ମାସେ ପର୍ଯ୍ୟନ୍ତ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବ । ଆଉ ରିଲ ପ୍ରସ୍ତୁତ କରି ଏହାକୁ ସାଇବର ୱିଙ୍ଗ୍ସକୁ ଟ୍ୟାଗ କରିପାରିବେ ଯୁବପିଢ଼ି । ସାଇବର ସୁରକ୍ଷାକୁ ନେଇ ସଚେତନା ସୃଷ୍ଟି ଏହାର ମୂଳ ଉଦ୍ଦେଶ୍ୟ । ଆଜିର ସମୟରେ ରାଜ୍ୟରେ ସାଇବର ଅପରାଧ ବୃଦ୍ଧି ପାଉଛି । ସଚେତନତା ଅଭାବରୁ ନାଗରିକମାନେ ସମସ୍ୟାରେ ପଡ଼ୁଛନ୍ତି ବୋଲି ଡିଜିପି କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.8 ° C
    24.8 °
    24.8 °
    56 %
    1.9kmh
    6 %
    Sat
    27 °
    Sun
    26 °
    Mon
    25 °
    Tue
    25 °
    Wed
    25 °

    ସମ୍ବନ୍ଧିତ