Sunday, November 8, 2026
20.4 C
Odisha

    ଆଜିଠୁ ବଢ଼ିବ ବର୍ଷା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଜିଠୁ ବଢ଼ିବ ବର୍ଷା । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଲାଗି ରହିଛି । ଏହି ଲଘୁଚାପ ଧୀରେ ଧୀରେ ଶକ୍ତିଶାଳୀ ହେଉଥିବାରୁ ପ୍ରାୟ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ ।

    ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ମାଲକାନଗିରିକୁ ଅରେଞ୍ଜ ୱାର୍ଣ୍ଣିଂ ସହ ପ୍ରବଳ ବର୍ଷା ସମ୍ଭାବନା ଥିବା ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ କରାଯାଇଛି । ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସହ ପବନ ଅଧିକ ରହିବ । ୩୦ ତାରିଖ ଯାଏ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ । ସମୁଦ୍ର ଅଶାନ୍ତ ଥିବାରୁ ଆଗାମୀ ୫ଦିନ ଯାଏ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ୩୧ ତାରିଖ ପରେ ପାଗରେ ପରିବର୍ତ୍ତନ ଆସିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    20.4 ° C
    20.4 °
    20.4 °
    74 %
    0.7kmh
    31 %
    Sun
    26 °
    Mon
    26 °
    Tue
    26 °
    Wed
    26 °
    Thu
    25 °

    ସମ୍ବନ୍ଧିତ