Sunday, October 18, 2026
21.4 C
Odisha

    ଘଟଗାଁ ମା ତାରିଣୀ ପୀଠ ବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ସୌନ୍ଦର୍ଯ୍ୟକରଣ ପାଇଁ ବ୍ୟୟ ହେବ ୨୧୫ କୋଟି ଟଙ୍କା

    ଆଗକୁ ପଢନ୍ତୁ

    ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଘଟଗାଁ ମା ତାରିଣୀ ପୀଠ ସମନ୍ୱିତ ବିକାଶ କାର୍ଯ୍ୟର ସମୀକ୍ଷା । ଲୋକସେବା ଭବନରେ ମା ତାରିଣୀଙ୍କ ପୀଠର ସମନ୍ୱିତ ବିକାଶ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା ସହ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିଛନ୍ତି । ୨୧୫ କୋଟି ଟଙ୍କା ବ୍ୟୟରେ ଘଟଗାଁ ମା ତାରିଣୀ ମନ୍ଦିର ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ୫୯ ଏକର ପରିମିତ ଅଞ୍ଚଳରେ କାର୍ଯ୍ୟକାରୀ କରାଯାଉଛି । ସମୀକ୍ଷା ବୈଠକରେ ଭକ୍ତ, ଶ୍ରଦ୍ଧାଳୁ ଓ ସ୍ଥାନୀୟ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସମସ୍ତ ଉନ୍ନତିମୂଳକ କାର୍ଯ୍ୟ କରାଯିବ ବୋଲି କୁହାଯାଇଛି । ମାଆଙ୍କ ମନ୍ଦିରକୁ ହରିଚନ୍ଦନପୁର ପଟୁ, କେନ୍ଦୁଝର ପଟୁ ଏବଂ ପାଣିକୋଇଲି ପଟୁ ତିନୋଟି ରାସ୍ତାର ବିକାଶ କରାଯିବ ।

    ଏହି ତିନୋଟି ରାସ୍ତାରେ ପାର୍କିଂ, ଭୋଗ ଦୋକାନ ଏବଂ ଅନ୍ୟାନ୍ୟ ଯାତ୍ରୀ ସୁବିଧା ମଧ୍ୟ ଉପଲବ୍‍ଧ କରାଯିବ । ସମସ୍ତ ରାସ୍ତାରେ ସୁଦୃଶ୍ୟ ତୋରଣ ନିର୍ମାଣ କରାଯିବ । ମନ୍ଦିର ନିକଟରେ ଏକ ବଡ଼ ଯଜ୍ଞମଣ୍ଡପ ତଥା କଲ୍ୟାଣ ମଣ୍ଡପ ନିର୍ମାଣ କରାଯିବ । ମା’ଙ୍କ ମହିମା ଓ ମା’ଙ୍କ ପୀଠ ସ୍ଥାପନର କିମ୍ୱଦନ୍ତୀକୁ ପ୍ରଦର୍ଶିତ କରିବା ପାଇଁ କୋଣାର୍କ ଢାଞ୍ଚାରେ ଏକ ବଡ଼ ବ୍ୟାଖ୍ୟାନ କେନ୍ଦ୍ର ନିର୍ମାଣ କରାଯିବ ବୋଲି ସମୀକ୍ଷା ବୈଠକରେ କୁହାଯାଇଛି। ମନ୍ଦିର ନିକଟରେ ସୁବ୍ୟବସ୍ଥିତ ଭୋଗ ଏବଂ ଅନ୍ୟାନ୍ୟ ଦୋକାନ ନିର୍ମାଣ ସହିତ ଘଟଗାଁରେ ଥିବା ସରକାରୀ ଡାକବଙ୍ଗଳାର ଉନ୍ନତିକରଣ ଉପରେ ମଧ୍ୟ ଆଲୋଚନା ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.4 ° C
    21.4 °
    21.4 °
    93 %
    0.8kmh
    92 %
    Sun
    31 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ