Saturday, February 21, 2026
33.5 C
Odisha

    ଆଜିଠୁ ସଂସଦର ମୌସୁମି ଅଧିବେଶନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆଜିଠାରୁ ସଂସଦର ମୌସୁମି ଅଧିବେଶନ ଆରମ୍ଭ ହେବ। ଅଗଷ୍ଟ ୨୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ କାଳରେ ସରକାର ୧୫ଟି ନୂଆ ଓ ପୁରୁଣା ବିଧେୟକକୁ ଗୃହୀତ କରିବାକୁ ଯୋଜନା କରିଛନ୍ତି। ଏହା ମଧ୍ୟରେ ରହିଛି ଆୟକର ବିଧେୟକ ୨୦୨୫। ଏହି ବିଧେୟକକୁ ଗତ ବଜେଟ୍ ଅଧିବେଶନ କାଳରେ ଆଗତ କରାଯାଇଥିଲା। ଏହି ବିଧେୟକ ଦ୍ବାରା ସରକାର ୧୯୬୧ରୁ ପ୍ରଚଳିତ ଆୟକର ଆଇନରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ବିଧେୟକ ଉପରେ ଏବେ ବିଜେପି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ବାଧୀନ ଯୁଗ୍ମ ସଂସଦୀୟ କମିଟି ତର୍ଜମା କରୁଛି। କମିଟି ଏହାର ରିପୋର୍ଟ ଚଳିତ ସପ୍ତାହରେ ପ୍ରଦାନ କରିବ। ଏହା ସହିତ ମଣିପୁରରେ ରାଷ୍ଟ୍ରପତି ଶାସନ କାର୍ଯ୍ୟକାରୀ କରାଯିବାର ଅବଧି ବୃଦ୍ଧି ଉପରେ ଆଲୋଚନା କରାଯିବ। ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ କୌଣସି ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରାଯାଇଥିଲେ ଏହାର ଅବଧିକୁ ପ୍ରତି ୬ମାସରେ ସଂସଦର ଅନୁମୋଦନ ଆବଶ୍ୟକ ପଡିଥାଏ। ବିଭିନ୍ନ ବିଧେୟକ ଆଗତ ଓ ଗୃହୀତ କରାଯିବା ସହିତ ସଂସଦର ଏହି ଅଧିବେଶନ କାଳରେ ଆହ୍ଲାବାଦ ହାଇକୋର୍ଟ ବିଚାରପତି ଯଶବନ୍ତ ବର୍ମାଙ୍କ ବହିଷ୍କାର ନେଇ ମହାଭିଯୋଗ ପ୍ରସ୍ତାବ ଆଗତ କରାଯିବ। ଏହି ମହାଭିଯୋଗ ପ୍ରସ୍ତାବ ସଂସଦୀୟ ଇତିହାସରେ ସବୁଠାରୁ ବଡ ଘଟଣା ହେବ। ମୌସୁମି ଅଧିବେଶନ କାଳରେ ଗୃହୀତ କରାଯିବାକୁ ଥିବା ଅନ୍ୟାନ୍ୟ ବିଧେୟକ ମଧ୍ୟରେ ରହିଛି ଲ୍ୟାଣ୍ଡିଂ ବିଲ୍‌, କୋଷ୍ଟାଲ ସିପିଙ୍ଗ ବିଲ୍‌, ମର୍ଚ୍ଚାଣ୍ଟ ସିପିଙ୍ଗ ବିଲ୍‌, ଇଣ୍ଡିଆନ ପୋର୍ଟସ୍ ବିଲ୍‌, ଜନ ବିଶ୍ବାସ ବିଲ୍‌, ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ବିଲ୍‌, ଦ ଟ୍ୟାକ୍ସେସନ୍ ବିଲ୍‌, ମାଇନ୍ସ ଆଣ୍ଡ ମିନେରାଲ୍ସ ବିଲ୍‌, ନ୍ୟାସନାଲ ସ୍ପୋର୍ଟସ୍ ଗଭର୍ଣ୍ଣାନ୍ସ ବିଲ୍‌ ଓ ନ୍ୟାସନାଲ ଆଣ୍ଟି ଡୋପିଙ୍ଗ ବିଲ୍‌ ଇତ୍ୟାଦି। ମୌସୁମି ଅଧିବେଶନ ପାଇଁ ରବିବାର ସରକାରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକ କାଳରେ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ଲାଗି ସମସ୍ତଙ୍କର ସହଯୋଗ ଲୋଡାଯାଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଯେ ଶାସକ ଓ ବିରୋଧୀ ଦଳଗୁଡିକ ଗୃହକୁ ଶୃଙ୍ଖଳାର ସହିତ ଚଳାଇବା ଲାଗି ସହଯୋଗ କରିବା ଉଚିତ୍। ମନ୍ତ୍ରୀ ରିଜିଜୁ କହିଛନ୍ତି ଯେ ଅପରେସନ ସିନ୍ଦୂର ସମୟରେ ସମସ୍ତ ରାଜନୈତିକ ଦଳ ମିଳିତ ଭାବେ ସରକାରଙ୍କ ପଦକ୍ଷେପକୁ ସମର୍ଥନ କରିବା ଏକ ଭଲ ସୂଚନା। ସଂସଦର ମୌସୁମି ଅଧିବେଶନ କାଳରେ ଅପରେସନ ସିନ୍ଦୂର ସମ୍ପର୍କିତ ବିଭିନ୍ନ ବିଷୟରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଥିବା ରିଜିଜୁ କହିଛନ୍ତି। କେବଳ ଅପରେସନ ସିନ୍ଦୂର ନୁହେଁ ସରକାର ଶାସକ ଓ ବିରୋଧୀ ଦଳଙ୍କ ସମସ୍ତ ପ୍ରସ୍ତାବକୁ ନିୟମ ଓ ପରମ୍ପରା ଆଧାରରେ ଆଲୋଚନା କରିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି। ସର୍ବଦଳୀୟ ବୈଠକରେ ୫୧ଟି ରାଜନୈତିକ ଦଳର ୪୦ଜଣ ପ୍ରତିନିଧି ଯୋଗ ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    33.5 ° C
    33.5 °
    33.5 °
    15 %
    4.2kmh
    11 %
    Sat
    33 °
    Sun
    35 °
    Mon
    36 °
    Tue
    35 °
    Wed
    34 °

    ସମ୍ବନ୍ଧିତ