Aries(ମେଷ): ଆଜି ଆପଣଙ୍କ ଆତ୍ମବିଶ୍ୱାସ ବଢ଼ିବ । ନୂଆ ଯୋଜନାକୁ ନେଇ ଆଗକୁ ବଢ଼ିପାରନ୍ତି । କାର୍ଯ୍ୟକ୍ଷେତ୍ରରେ ପରିଶ୍ରମର ଫଳ ମିଳିବ । ଆର୍ଥିକ ଦିଗ ଭଲ ରହିବ । ପରିବାରରେ ଖୁସିର ପରିବେଶ ରହିବ । ଅତ୍ୟଧିକ ତରବରିଆ ନିଷ୍ପତ୍ତି ନେବାରୁ ଦୂରେଇ ରୁହନ୍ତୁ ।
Taurus(ବୃଷ): ଆଜି କାମକ୍ଷେତ୍ରରେ ଆପଣଙ୍କ ଦକ୍ଷତାର ପ୍ରଶଂସା ହୋଇପାରେ । ନୂଆ ଦାୟିତ୍ୱ ମିଳିବାର ସମ୍ଭାବନା ଅଛି । ଆର୍ଥିକ ଲାଭ ପାଇଁ ଭଲ ସୁଯୋଗ ଆସିପାରେ । ପରିବାର ସଦସ୍ୟଙ୍କ ସହଯୋଗ ମିଳିବ । ଅନାବଶ୍ୟକ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । କ୍ରୋଧରେ କୌଣସି ନିଷ୍ପତ୍ତି ନନିଅନ୍ତୁ ।
Gemini(ମିଥୁନ): ଆଜି ନୂଆ କାମ ଆରମ୍ଭ ପାଇଁ ଭଲ ସୁଯୋଗ ମିଳିପାରେ । ଆପଣଙ୍କ ଚିନ୍ତାଧାରା ଅନ୍ୟମାନଙ୍କୁ ପ୍ରଭାବିତ କରିବ । କର୍ମକ୍ଷେତ୍ରରେ ଅଟକିଥିବା କାମ ଆଗକୁ ବଢ଼ିବ । ଭଲ ଖବର ମିଳିପାରେ । ନିଜ ଲକ୍ଷ୍ୟ ପ୍ରତି ଧ୍ୟାନ ଦେଲେ ସଫଳତା ମିଳିବ । ଆଳସ୍ୟ ତ୍ୟାଗ କରି ଉତ୍ସାହର ସହ କାମ କରନ୍ତୁ ।
Cancer(କର୍କଟ): ଆଜି ପରିବାରକୁ ନେଇ ଦିନଟି ଭଲ ରହିବ । ପ୍ରିୟଜନଙ୍କ ସହ ଖୁସିର ମୁହୂର୍ତ୍ତ ବିତାଇବେ । ଘରେ କୌଣସି ଶୁଭ ଆଲୋଚନା ହୋଇପାରେ । କର୍ମକ୍ଷେତ୍ରରେ ବ୍ୟସ୍ତତା ବଢ଼ିଲେ ମଧ୍ୟ କାମ ସମ୍ଭାଳିନେବେ । ଖାଦ୍ୟପେୟ ପ୍ରତି ଯତ୍ନବାନ ହୁଅନ୍ତୁ । ନିଜ ଆରାମ ପାଇଁ ମଧ୍ୟ କିଛି ସମୟ ରଖନ୍ତୁ ।
Leo(ସିଂହ): ଆଜି ଆପଣଙ୍କ ନେତୃତ୍ୱ ଗୁଣ ସାମ୍ନାକୁ ଆସିବ । କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ । ନିଜ ଜ୍ଞାନ ଓ ଅନୁଭବରେ ଅନ୍ୟଙ୍କ ସମ୍ମାନ ପାଇବେ । ଆର୍ଥିକ ଦିଗରେ ସ୍ଥିରତା ରହିବ । ଧାର୍ମିକ କାର୍ଯ୍ୟ ପ୍ରତି ମନ ବଳିବ । ଅହଂକାର ଛାଡ଼ି ସମସ୍ତଙ୍କ ସହ ଭଲ ବ୍ୟବହାର କରନ୍ତୁ ।
Virgo(କନ୍ୟା): ଆଜି ଯେକୌଣସି କାମ କରିବାବେଳେ ଭାବିଚିନ୍ତି ପଦକ୍ଷେପ ନିଅନ୍ତୁ । ବନ୍ଧୁଙ୍କ ସହ ଭଲ ସମୟ ବିତାଇବେ । ନୂଆ ଲୋକଙ୍କ ସହ ପରିଚୟ ହୋଇପାରେ । ତେବେ ଅପରିଚିତ ବ୍ୟକ୍ତିଙ୍କୁ ସହଜରେ ବିଶ୍ୱାସ କରନ୍ତୁ ନାହିଁ । ଛୋଟ କଥାକୁ ନେଇ ମନ ଖରାପ କରନ୍ତୁ ନାହିଁ । ଧୈର୍ଯ୍ୟ ରଖିଲେ ସମସ୍ୟା ଦୂର ହେବ ।
Libra(ତୁଳା): ଆଜି ପରିଶ୍ରମ ଓ ନିଷ୍ଠା ଆପଣଙ୍କୁ ଆଗକୁ ନେବ । କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ । ନୂଆ ଦାୟିତ୍ୱ ସଫଳତାର ସହ ପୂରଣ କରିପାରନ୍ତି । ଆର୍ଥିକ ଦିଗରେ ସୁଧାର ଆସିପାରେ । ପରିବାର ସହ ଧାର୍ମିକ ସ୍ଥାନକୁ ଯିବାର ସୁଯୋଗ ମିଳିପାରେ । ଅଭାବୀଙ୍କୁ ସାହାଯ୍ୟ କଲେ ମନକୁ ଶାନ୍ତି ମିଳିବ ।
Scorpio(ବିଛା): ଆଜି କର୍ମକ୍ଷେତ୍ରରେ ନିଜ ପ୍ରତିଭା ଦେଖାଇବାର ସୁଯୋଗ ମିଳିବ । ଉଚ୍ଚ ଅଧିକାରୀଙ୍କ ସମର୍ଥନ ପାଇପାରନ୍ତି । ପୁରୁଣା ବନ୍ଧୁଙ୍କ ସହ ହଠାତ୍ ଭେଟ ହୋଇପାରେ । କୌଣସି କାମରେ ବିଳମ୍ବ ହେଲେ ଚିନ୍ତିତ ହୁଅନ୍ତୁ ନାହିଁ । ଧୈର୍ଯ୍ୟର ସହ କାମ କଲେ ଫଳ ମିଳିବ । ଅଧାରେ କାମ ଛାଡ଼ନ୍ତୁ ନାହିଁ ।
Sagittarius(ଧନୁ): ଆଜି ପରିବାର ସହ ଆନନ୍ଦରେ ସମୟ କଟିବ । ଭ୍ରମଣ ପାଇଁ ଯୋଜନା ହୋଇପାରେ । ବ୍ୟବସାୟୀମାନଙ୍କ ପାଇଁ ନୂଆ ସୁଯୋଗ ଆସିପାରେ । କାର୍ଯ୍ୟସୂତ୍ରରେ ଯାତ୍ରା କରିବାକୁ ପଡ଼ିପାରେ । ନୂଆ ସ୍ଥାନ ଓ ନୂଆ ଲୋକଙ୍କ ସହ ପରିଚୟ ହେବ । ତେବେ ଭ୍ରମଣ ସମୟରେ ଅତିରିକ୍ତ ଖର୍ଚ୍ଚ ପ୍ରତି ସତର୍କ ରୁହନ୍ତୁ ।
Capricorn(ମକର): ଆଜି ନିଜ ସ୍ୱାସ୍ଥ୍ୟକୁ ପ୍ରଥମିକତା ଦିଅନ୍ତୁ । ପାଗ ପରିବର୍ତ୍ତନ ଯୋଗୁଁ ଅସୁବିଧା ହୋଇପାରେ । ପରିବାରର ବୟସ୍କଙ୍କ ସହ ସମୟ ବିତାଇଲେ ମନ ଖୁସି ହେବ । କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱ ବଢ଼ିପାରେ । କୌଣସି କଥାକୁ ନେଇ ମାନସିକ ଚାପ ଅନୁଭବ କରିପାରନ୍ତି । ଶାନ୍ତ ରହି ସମସ୍ୟାର ସମାଧାନ କରନ୍ତୁ ।
Aquarius(କୁମ୍ଭ): ଆଜି ମନ ପ୍ରସନ୍ନ ରହିବ ଏବଂ ଘରେ ସୁଖଦ ପରିବେଶ ଦେଖିବାକୁ ମିଳିବ । ବ୍ୟବସାୟରେ ନୂଆ ଯୋଜନା କରିପାରନ୍ତି । ଆର୍ଥିକ ଲାଭର ନୂଆ ରାସ୍ତା ଖୋଲିପାରେ । ଜୀବନସାଥୀଙ୍କ ସହ ଥିବା ମତଭେଦ ଦୂର ହେବ । ପରସ୍ପର ବୁଝାମଣା ବଢ଼ିବ । ନିଜ ଯୋଜନାକୁ ସଠିକ୍ ଭାବେ ଆଗକୁ ନେବା ଉପରେ ଧ୍ୟାନ ଦିଅନ୍ତୁ ।
Pisces(ମୀନ): ଆଜି ନିଜ ସ୍ୱାସ୍ଥ୍ୟ ଓ ଦୈନନ୍ଦିନ ଜୀବନଶୈଳୀ ପ୍ରତି ସଚେତନ ରୁହନ୍ତୁ । ଅନାବଶ୍ୟକ ଖର୍ଚ୍ଚ କମାଇ ସଞ୍ଚୟ ଉପରେ ଧ୍ୟାନ ଦିଅନ୍ତୁ । କାର୍ଯ୍ୟକ୍ଷେତ୍ରରେ ଧୈର୍ଯ୍ୟର ସହ କାମ କରନ୍ତୁ । କଥାବାର୍ତ୍ତାରେ ସଂଯମ ରଖିଲେ ବିବାଦରୁ ବଞ୍ଚିପାରିବେ । ପରିବାର ସଦସ୍ୟଙ୍କ ସହ ଖୋଲାଖୋଲି ଆଲୋଚନା କଲେ ମନର ଚିନ୍ତା କମିପାରେ ।
