Sunday, September 27, 2026
22.3 C
Odisha

    ଡିଜେ ସାଉଣ୍ଡ ନେଲା ଜୀବନ, ଜଣେ ମୃତ ଓ ୧୦ରୁ ଉର୍ଦ୍ଧ୍ବ ଗୁରୁତର

    ଆଗକୁ ପଢନ୍ତୁ

    ଖୋର୍ଦ୍ଧା  : ଜଟଣୀରେ ଗଣେଶ ଭସାଣି ବେଳେ ଘଟିଛି ଅଘଟଣ । ଡିଜେର ଶବ୍ଦ ଓ ଭାଇବ୍ରେସନ ମଧ୍ୟରେ ଭୁଶୁଡ଼ି ପଡ଼ିଲା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଦୁଇ ମହଲା କଂକ୍ରିଟ୍ ଛାତ । ଭସାଣି ଦେଖିବା ପାଇଁ ରାସ୍ତାକଡ଼ରେ ଏକାଠି ହୋଇଥିବା ଲୋକଙ୍କ ଉପରେ ଛାତର ଭଗ୍ନାବଶେଷ ଖସି ପଡ଼ିବାରୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ୧୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଘଟଣା ପରେ ଅଞ୍ଚଳରେ ହଠାତ୍ ଆତଙ୍କ ଖେଳିଯାଇଥିଲା । ଉଦ୍ଧାରକାରୀ ଦଳ ଓ ସ୍ଥାନୀୟ ଲୋକେ ତୁରନ୍ତ ଭଗ୍ନାବଶେଷ ତଳୁ ଆହତଙ୍କୁ ବାହାର କରିଥିଲେ। ଗୁରୁତରଙ୍କୁ ଜଟଣୀ ସମେତ ବିଭିନ୍ନ ହସ୍ପିଟାଲକୁ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ତେବେ ଭସାଣି ବେଳେ ଡିଜେକୁ ଅନୁମତି ନଥିବା ସତ୍ତ୍ବେ ମଧ୍ୟ ଡିଜେ ବାଜିଥିଲା । ଯାହା ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.3 ° C
    22.3 °
    22.3 °
    94 %
    1.1kmh
    12 %
    Sun
    29 °
    Mon
    30 °
    Tue
    30 °
    Wed
    29 °
    Thu
    30 °

    ସମ୍ବନ୍ଧିତ