Monday, September 15, 2025
24 C
Odisha

    ଆଜିର ରାଶିଫଳ

    ଆଗକୁ ପଢନ୍ତୁ

    ମେଷ  :  ଆତ୍ମ ସାହସୀ ଓ ପ୍ରଭାବଶାଳୀ ହୋଇପାରନ୍ତି। ଧନୀ ଓ ଐଶ୍ବର୍ଯ୍ୟବାନ୍‌ ହେବେ। ତୀବ୍ର ବୁଦ୍ଧିଯୁକ୍ତ ହେବେ। ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ସାବଧାନତାର ସହ ଚଳିବାକୁ ପଡ଼ିବ। କ୍ରୋଧ ସମ୍ବରଣ କରିପାରନ୍ତି।

    ବୃଷ  :  ଜ୍ଞାନ ପିପାସୁ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଏପରିକି ରାଜ ଦରବାରରୁ ସମ୍ମାନ ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ନିଜ ଭାଗ୍ୟର ନିଜେ ନିର୍ମାତା ହୋଇପାରନ୍ତି।

    ମିଥୁନ  :  କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବିବାଦରେ ବିଜୟୀ ହେବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ମାଗଣାରେ ପ୍ରତ୍ୟେକ ଦ୍ରବ୍ୟ ପାଇବାକୁ ଇଚ୍ଛା କରିବେ।

    କର୍କଟ  :  କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ପ୍ରାପ୍ତ କ୍ଷମତାର ବିକେନ୍ଦ୍ରୀକରଣ କରି ଅନୁଗତମାନଙ୍କର ନମସ୍ୟ ହେବେ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ସ୍ବାର୍ଥସାଧନ କରିପାରନ୍ତି।

    ସିଂହ  :  ଆର୍ଥିକ ସ୍ଥିତିରେ ଅବନତି ଘଟିପାରେ। ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ। ଦୁଃଶ୍ଚିନ୍ତା ମଧ୍ୟ ଦେଇ ଗତି କରିପାରନ୍ତି। ପତ୍ନୀଙ୍କଠାରୁ ଧନ ମିଳିପାରେ। ଯେକୌଣସି ସମସ୍ୟାରେ ହତାଶ ବା ନିରାଶ ହେବେନି।

    କନ୍ୟା  :  ବହୁ ସୁଖକର ଘଟଣା ଘଟିବ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ। ଗୁପ୍ତ ଜ୍ଞାନର ଅତୁଟ ଭଣ୍ଡାର ହୋଇପାରନ୍ତି। ଯୁକ୍ତିଯୁକ୍ତ କଥାରେ ସଫଳ ହେବେ।

    ତୁଳା  :  ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ପ୍ରତ୍ୟେକ କାର୍ଯ୍ୟରେ ଦୃଢ଼ ନିଶ୍ଚୟୀ ହେବେ। ପତ୍ନୀଙ୍କୁ ଚାକିରି ମିଳିପାରେ।

    ବିଛା  :  ବ୍ୟବସାୟାଦି ବିଭିନ୍ନ ସୂତ୍ରରୁ ପ୍ରଚୁର ଲାଭ ପାଇବାର ସୂଚନା ମିଳୁଛି। ପାରିବାରିକ ଜୀବନ ସୁଖ ସୌହାର୍ଦ୍ଦ୍ୟପୂର୍ଣ୍ଣ ହେବ। ଉଚ୍ଚାଧିକାରୀଙ୍କଠାରୁ ସାହାଯ୍ୟପ୍ରାପ୍ତ ହେବେ। ବିଚିତ୍ରଯୁକ୍ତ ପ୍ରୟୋଗ କରିବେ।

    ଧନୁ  :  ପରିଶ୍ରମର ମୂଲ୍ୟ ମିଳିବ। ଯାନବାହନଯୁକ୍ତ ହେବେ। ଧନୀ ହେବେ। ଉତ୍ତମ ପଦ ପ୍ରାପ୍ତିର ସୂଚନା ମିଳୁଛି। ମାତୃ ସେବକ ହେବେ। ଗଭୀର ଅନୁସନ୍ଧାନୀ ହୋଇପାରନ୍ତି। ବିଭିନ୍ନ ଅନୁଷ୍ଠାନର ମୁଖ୍ୟ ହେବେ।

    ମକର  :  ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଦେବ ଦର୍ଶନ ପାଇ ଆତ୍ମତୃପ୍ତି ଲାଭ କରିବେ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଆର୍ଥିକ ସହାୟତା ମିଳିପାରେ। ଆଡ଼ମ୍ବରପ୍ରିୟ ହେବେ। କୂଟନୀତିଜ୍ଞ ହେବେ।

    କୁମ୍ଭ  :  ବିଭିନ୍ନ ସୂତ୍ରରୁ ଧନାଗମର ସୂଚନା ମିଳୁଛି। ମତିଜ୍ଞ ହେବେ। ତ୍ୟାଗଶୀଳ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ଅତି ସୁଖୀ ଓ କୀର୍ତ୍ତିମାନ୍‌ ହେବେ। ଚରିତ୍ରବାନ୍‌ ଓ ଗୁରୁଭକ୍ତ ହେବେ। ସୁସ୍ଥ ରହିବେ।

    ମୀନ  :  ରୋଜଗାର ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ଭୋଜନ ରୁଚିକର ହେବ। ସୁସ୍ଥ ରହିବେ। ଦାମ୍ପତ୍ୟ ସୁଖ ମିଳିବ। ଚିନ୍ତାଧାରା ଉନ୍ନତମାନର ହେବ। ସାହସୀ, ପରାକ୍ରମୀ ହେବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24 ° C
    24 °
    24 °
    97 %
    1.4kmh
    100 %
    Mon
    24 °
    Tue
    28 °
    Wed
    26 °
    Thu
    29 °
    Fri
    31 °

    ସମ୍ବନ୍ଧିତ