Sunday, October 18, 2026
21.4 C
Odisha

    ଆଜି ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା, ଗଣପତିଙ୍କ ପୂଜାର୍ଚ୍ଚନା ଲାଗି ଚଳଚଞ୍ଚଳ ପୁରପଲ୍ଲୀ

    ଆଗକୁ ପଢନ୍ତୁ

    ବିରାଜମାନ ହେଲେ ଅଗ୍ରପୂଜ୍ୟ ଭଗବାନ ଗଣେଶ । ଶ୍ରୀ ଗଣେଶଙ୍କ ପୂଜାର୍ଚ୍ଚନା ପାଇଁ ଗାଁ ରୁ ସହର ଯାଏ ସବୁଠି ଉତ୍ସବମୁଖର । ଭଗବାନ ଗଣେଶଙ୍କ ପୂଜାର୍ଚ୍ଚନା ପାଇଁ ଚାରିଆଡ଼େ ଉତ୍ସାହ ଦେଖାଯାଇଛି । ସ୍କୁଲ, କଲେଜ, କାର୍ଯ୍ୟାଳୟ, ବଜାରରେ ଗଣେଶ ପୂଜାର ଆୟୋଜନ ହେଉଛି । ଆଜି ଗଶେଶ ଚତୁର୍ଥୀ ଅବସରରେ ଛାତ୍ରଛାତ୍ରୀ ଉପବାସ କରିବାର ପରମ୍ପରା ରହିଛି। ବିଦ୍ଯାଦାତା ଗଣେଶଙ୍କୁ ପୂଜାର୍ଚ୍ଚନା ଆଶିଷ ଲାଭ କରିବେ ଛାତ୍ରଛାତ୍ରୀ। ସ୍କୁଲ ଓ କଲେଜ ଗୁଡ଼ିକରେ ଗଣେଶ ପୂଜାଲାଗି ଛାତ୍ରଛାତ୍ରୀ ବ୍ଯାପକ ପ୍ରସ୍ତୁତି କରିଛନ୍ତି । ଅନେକ ସ୍ଥାନରେ ଗଣେଶ ପୂଜାକୁ ‘ଗଣେଶତ୍ସୋବ’ ଭାବେ ପାଳନ କରାଯାଉଛି । ପୂଜାମଣ୍ଡପ ଗୁଡ଼ିକ ଆଲୋକମାଳାରେ ଝଲସୁଛି । ଗଣେଶ ପୂଜା କେବଳ ମହାରାଷ୍ଟ୍ର କି ମୁମ୍ବାଇ ନୁହେଁ, ବରଂ ସମଗ୍ର ଭାରତରେ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଉଛି ।

    ହିନ୍ଦୁ ମାସ ଭାଦ୍ରପଦ ଶୁକ୍ଳପକ୍ଷର ବିନାୟକ ଚତୁର୍ଥୀ ତିଥିରୁ ଆରମ୍ଭ ହୋଇ ଅନନ୍ତ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଗଣେଶ ପୂଜା ଚାଲିବ। ଭଗବାନ ଗଣେଶଙ୍କ ପୂଜାର୍ଚ୍ଚନା ପାଇଁ ଗାଁରୁ ସହର ଯାଏ ଉତ୍ସବମୁଖର ହୋଇ ଉଠିଛ। ଗଣେଶ ପୂଜା କେବଳ ମହାରାଷ୍ଟ୍ର କି ମୁମ୍ବାଇ ନୁହେଁ, ବରଂ ସମଗ୍ର ଭାରତରେ ହର୍ଷୋଲ୍ଲାସର ସହିତ ପାଳନ କରାଯାଉଛି ।

    ଭାରତୀୟମାନଙ୍କ ପାଇଁ ଗଣେଶ ଚତୁର୍ଥୀ ପର୍ବର ମହତ୍ତ୍ୱ ରହିଛି । ଏହି ପର୍ବ ମହା ଆଡମ୍ବର ସହିତ ପାଳନ କରାଯାଏ । ଲୋକମାନେ ପରସ୍ପରକୁ ଭେଟନ୍ତି, ପରିବାର ଏବଂ ବନ୍ଧୁମାନଙ୍କ ସହିତ ଖୁସି ଉପଭୋଗ କରନ୍ତି ଏବଂ ଭଗବାନ ଗଣେଶଙ୍କୁ ପୂଜା କରନ୍ତି। ଉତ୍ସବ ଶେଷରେ ଗଣେଶ ମୂର୍ତ୍ତିଗୁଡ଼ିକୁ ସାର୍ବଜନୀନ ଜଳାଶୟରେ ବିସର୍ଜନ କରାଯାଏ। ଗଣେଶ ଚତୁର୍ଥୀର ମହତ୍ତ୍ୱ ଧାର୍ମିକ, ସାମାଜିକ ଏବଂ ସାଂସ୍କୃତିକ ବିଶ୍ୱାସ ସହିତ ଜଡିତ। ଏହି ପର୍ବ ଭଗବାନ ଗଣେଶଙ୍କୁ ପୂଜା କରିବାର ସୁଯୋଗ ପ୍ରଦାନ କରେ। ସମସ୍ୟା ଦୂର କରିବାରେ ସାହାଯ୍ୟ କରେ ଏବଂ ସମାଜରେ ଏକତା ଏବଂ ପ୍ରେମର ଭାବନା ପ୍ରତିଷ୍ଠା କରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.4 ° C
    21.4 °
    21.4 °
    93 %
    0.8kmh
    92 %
    Sun
    31 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ