Friday, April 3, 2026
36.1 C
Odisha

    ଆଜି ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଂ ଦିବସ, ୨୨୦ରୁ ଅଧିକ ଦେଶରେ ହେବ ପାଳନ

    ଆଗକୁ ପଢନ୍ତୁ

    ସାଲେପୁର : ଆଜି ସମଗ୍ର ବିଶ୍ୱରେ ପାଳନ ହେଉଛି ୧୨ତମ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍‍ ଗିଭିଂ’ ଦିବସ । ଓଡ଼ିଶାର ସମସ୍ତ ଜିଲ୍ଲା ସମେତ ୩୫ଟି ସହର, ଭାରତର ବିଭିନ୍ନ ସହର ସହ ବିଶ୍ୱର ପ୍ରାୟ ୨୨୦ଟି ଦେଶରେ ପାଳନ ହେଉଛି ଅନ୍ତର୍ଜାତୀୟ ‘ଆର୍ଟ ଅଫ୍‍ ଗିଭିଂ’ ଦିବସ । ସମସାମୟିକ ଆବଶ୍ୟକତା ଓ ଆବେଗ ଆଧାରରେ ପ୍ରତିବର୍ଷ ‘ଆର୍ଟ ଅଫ୍‍ ଗିଭିଂ’ ପାଇଁ ଏକ ସ୍ୱତନ୍ତ୍ର ବିଷୟବସ୍ତୁ ରହିଥାଏ । ଚଳିତବର୍ଷର ବିଷୟବସ୍ତୁ ରହିଛି ‘ନେବରଗୁଡ଼’- ଅର୍ଥାତ ପଡ଼ୋଶୀଙ୍କ ସହ ସୁସମ୍ପର୍କ ସ୍ଥାପନ କରିବା । ୨୦୧୩ ମସିହା ମଇ ୧୭ ତାରିଖରେ ଶିକ୍ଷାବିତ୍‍ ଓ ସମାଜସେବୀ ଡ. ଅଚ୍ୟୁତ ସାମନ୍ତଙ୍କ ପରିକଳ୍ପିତ ଏହି ପ୍ରୟାସ କ୍ରମେ ବିଶ୍ୱବ୍ୟାପକ ହୋଇପାରିଛି । ମୁଷ୍ଟିମେୟ ଅଂଶଗ୍ରହଣକାରୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଏବେ କାୟା ବିସ୍ତାର କରିଚାଲିଛି । ଦେଶରୁ ମହାଦେଶକୁ ବ୍ୟାପିଛି । ଲକ୍ଷ ଲକ୍ଷ ବ୍ୟକ୍ତି ସାମିଲ ହୋଇଛନ୍ତି । ଜାତି, ଧର୍ମ, ବୟସ, ଲିଙ୍ଗ, ଜନ୍ମସ୍ଥାନ ନିର୍ବିଶେଷରେ ଏହି ଦିନଟି ସମସ୍ତଙ୍କ ପାଇଁ ଆଶା, ଖୁସି ଓ ମାନବିକତାର ଦିବସ ରୂପେ ପ୍ରତୀଭାତ ହୋଇଛି । ମଇ ୨ ତାରିଖରୁ ମଇ ୧୬ ତାରିଖ ପର୍ଯ୍ୟନ୍ତ ଏ ନେଇ ପାଳିତ ହୋଇଯାଇଛି ଖୁସିର ପକ୍ଷ । ପଡ଼ୋଶୀଙ୍କ ସହ ଜଳପାନରେ ଏକାଠି ହେବା, ପାଖରେ ରହୁଥିବା ବରିଷ୍ଠ ନାଗରିକଙ୍କୁ ଭେଟିବା, ନିଜ ଛୋଟ ବସତିରେ ବୈଠକ କରିବା କି ସେଥିରେ ଭାଗ ନେବା ଇତ୍ୟାଦି ।

    ୨୦୧୩ ମେ ୧୭ତାରିଖରେ ଯେଉଁ ବୀଜ ବପନ କରାଯାଇଥିଲା, ତାହା ଆଜି ଏକ ଜନଆନ୍ଦୋଳନରେ ପରିଣତ ହୋଇଛି । ଲୋକମାନେ ଏହାକୁ ଗ୍ରହଣ କରିଛନ୍ତି । ଏହା ଲୋକଙ୍କ ମଧ୍ୟରେ ଏତେ ଆଦୃତ ହୋଇଛି ଯେ, ସମଗ୍ର ବିଶ୍ୱରେ ବିଶେଷ କରି ଭାରତ ଏବଂ ଓଡ଼ିଶାର ଲୋକମାନେ ଏହାକୁ ଏକ ପର୍ବ ଭାବରେ ପାଳନ କରୁଛନ୍ତି । ଏହା ଦ୍ୱାରା ସମାଜରେ ଶାନ୍ତି, ମୈତ୍ରୀ, ସୌହାର୍ଦ୍ଦ୍ୟ, ବନ୍ଧୁତା ଓ ଭଲପାଇବା ଆହୁରି ଦୃଢ଼ିଭୂତ ହେବା ସହ ବୃଦ୍ଧି ପାଇବ ବୋଲି ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆଶା ପ୍ରକାଶ କରିଛନ୍ତି ।

    ଜଳେଶ୍ବରରେ ଆର୍ଟ ଅଫ ଗିଭିଂ ପାଳିତ : ସେହିପରି ବାଲେଶ୍ବର ଜିଲ୍ଲା ଜଳେଶ୍ବର ଆର୍ଟ ଅଫ ଗିଭିଂ ଶାଖା ପକ୍ଷରୁ ଆର୍ଟ ଅଫ ଗିଭିଂର ଦିବସ ପାଳିତ ହୋଇଛି । ଏହି ଅବସରରେ ଜଳେଶ୍ବର ସହର ଷ୍ଟେସନ ବଜାର କାଳୀ ମନ୍ଦିର ନିକଟରୁ ଗଣଦୌଡ଼ ହୋଇଥିଲା । ଆର୍ଟ ଅଫ ଗିଭିଂ ଜଳେଶ୍ବର ଶାଖାର ସଭାପତି ସିଦ୍ଧାର୍ଥ ଶଙ୍କର ପାଳ କାର୍ଯ୍ଯକ୍ରମର ଉଦଘାଟନ କରିଥିଲେ । ଶହ ଶହ ସଂଖ୍ଯାରେ ଛାତ୍ର ଛାତ୍ରୀ, ବୁଦ୍ଧିଜୀବୀ ଏବଂ ଜନସାଧାରଣ ଗଣଦୌଡ଼ରେ ସାମିଲ ହୋଇ ଥିଲେ । ପୁରୁଣା କୋର୍ଟ ନିକଟରେ ଗଣଦୌଡ଼ ପହଞ୍ଚିବା ପରେ ସେଠାରେ ଏକ ସଭା ଆୟୋଜନ କରା ଯାଇ ଥିଲା । ଅତିଥି ମାନେ ଚଳିତ ବର୍ଷର ଥିମ୍ ନେବରଗୁଡ ବିଷୟରେ ବକ୍ତବ୍ଯ ରଖିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନେକ ବ୍ଯକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ ଓ ଯୁବ ଗୋଷ୍ଠୀ ସାମିଲ ହୋଇ ଡକ୍ଟର ଅଚ୍ୟୁତ ସାମନ୍ତଙ୍କର ଏଭଳି ମହତ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ।

    ପୁରୀରେ ଆର୍ଟ ଅଫ ଗିଭିଂ ପାଳିତ : ପୁରୀରେ ପାଳିତ ହୋଇଛି ଆର୍ଟ ଅଫ ଗିଭିଂ ଦିବସ । ପୁରୀ ସଂସ୍କୃତି ଭବନ ପରିସରରେ ଆର୍ଟ ଅଫ ଗିଭିଂର ଦ୍ୱାଦଗ ଜିଲ୍ଲା ସ୍ତରୀୟ ବାର୍ଷିକ ଉତ୍ସବ ପାଳିତ ହୋଇଛି । କିଟ୍ ଉପଦେଷ୍ଟା ଶଶାଙ୍କ ଚୂଡାମଣିଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଥାକାର ବଦ୍ରି ମିଶ୍ର,ସନ୍ତୋଷ କୁମାର ପାଣିଗ୍ରାହୀ, ଅତିରିକ୍ତ ଏସପି ସଚିନ ପଟେଲ, ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ, ଅଧ୍ୟାପକ ସୁକାନ୍ତ ମହାନ୍ତି,ସମାଜସେବୀ ଚକ୍ରଧର ମହାପାତ୍ର ,ପ୍ରଫେସର ଭଗବାନ ଜୟ ସିଂହ ପ୍ରମୁଖ ଯୋଗ ଦେଇଥିଲେ । ୨୦୧୩ରେ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଏହି ମହାନ୍ କାର୍ଯ୍ୟକ୍ରମକୁ ଅତିଥି ମାନେ ଉଚ୍ଚ ପ୍ରସାଂସା କରିଥିଲେ । ସମାଜର ସବୁ ବର୍ଗର ଲୋକଙ୍କ ଭିତରେ ଦାନ କରିବାର କଳା ରହିବା ଆବଶ୍ୟକ ବୋଲି ସେମାନେ ମତବ୍ୟକ୍ତ କରିଥିଲେ । ଆର୍ଟ ଅଫ ଗିଭିଂର ଚଳିତ ବର୍ଷର ଥିମ୍ ସଂପର୍କରେ ଛାତ୍ରଛାତ୍ରୀ ଓ ଅଂଶଗ୍ରହଣକାରୀଙ୍କୁ ବୁଝାଯାଇଥିଲା । କାର୍ଯ୍ୟକ୍ରମରେ ବିଭିନ୍ନ କଲେଜ, ଅନୁଷ୍ଠାନର ୨୦୦ ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତଙ୍କ ଦ୍ଵାରା ଲିଖିତ ଆର୍ଟ ଅଫ୍ ଗିଭିଂ ପୁସ୍ତିକା ଉନ୍ମୋଚିତ ହୋଇଥିଲା ।

    ପିପିଲିରେ ଆର୍ଟ ଅଫ ଗିଭିଂ ପାଳିତ : ପିପିଲିରେ ଆର୍ଟ ଅଫ ଗିଭିଂ ଦିବସ ପାଳିତ । ପିପିଲି NAC ର ପଡ଼ାଉଶୁଣି ମନ୍ଦିର ପରିସରରେ ଆୟୋଜିତ ହୋଇଥିଲା କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମରେ ଅତିଥି ଭାବେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ପ୍ରଫେସର ଶଶାଙ୍କ ଚୂଡ଼ାମଣି, ଶିକ୍ଷାବିତ ରକ୍ଷକ ନାୟକ ପ୍ରମୁଖ ଯୋଗ ଦେଇ କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଜୀବନବ୍ୟାପୀ ତ୍ୟାଗ ଏବଂ ଶିକ୍ଷା କ୍ଷେତ୍ରରେ ଅବଦାନ ସମ୍ପର୍କରେ ଆଲୋକପାତ କରିବା ସହ ଆଜି ଦିନର ମହତ୍ତ୍ବ ସମ୍ପର୍କରେ ମତ ରଖିଥିଲେ ।

    କୋରାପୁଟରେ ଆର୍ଟ ଅଫ ଗିଭିଂ ପାଳିତ : କୋରାପୁଟ ଜିଲ୍ଲାର ୧୪ଟି ବ୍ଲକ ସମେତ ବିଭିନ୍ନ ସ୍ଥାନରେ ପାଳିତ ହୋଇଛି ଆର୍ଟ ଅଫ ଗିଭିଂ । ଏହି ଅବସରରେ ଜୟପୁର ଉପଖଣ୍ଡ ଉପାନ୍ତ ଶୁଣ୍ଢିଗୁଡା ଗାଁରେ ପହଁଚି ଥିଲା କଳିଙ୍ଗ ଟିଭି ଟିମ । ସମାଜସେବୀ ମମତା ବେହେରା, ରକ୍ତ ବନ୍ଧୁ ମନୋହର ତ୍ରିପାଠୀ ଓ ଆମ ଜୟପୁର ରିପୋର୍ଟର ମଧୁସ୍ମିତା ମିଶ୍ର ଗାଁର କୁନି କୁନି ପିଲାମାନଙ୍କ ସହ ସମୟ ବିତାଇବା ସହ ସେମାନଂକୁ ଖାତା ବହି, ସହ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.1 ° C
    36.1 °
    36.1 °
    21 %
    2.5kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ