Friday, December 19, 2025
24.9 C
Odisha

    ଆଜି ଓଟିଇଟି ପରୀକ୍ଷା, ପ୍ରଥମ ପେପର ପରୀକ୍ଷା ସକାଳ ୯ଟାରୁ ଆରମ୍ଭ

    ଆଗକୁ ପଢନ୍ତୁ

    କଟକ : ଆଜି ସାରା ରାଜ୍ୟରେ ଓଟିଇଟି ପରୀକ୍ଷା । ଏଥିପାଇଁ ଓଟିଇଟି ପ୍ରଶ୍ନପତ୍ର ଓ ଓଏମଆର ସିଟ କଡ଼ା ସୁରକ୍ଷା ବଳୟରେ ସମସ୍ତ ନୋଡାଲ ସେଣ୍ଟରରେ ରହିଛି । ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଏହି ପରୀକ୍ଷାରେ ରାଜ୍ୟର ୧ ଲକ୍ଷ ୬୦ ହଜାର ୩୭୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ଏଥିରେ ଉଭୟ ଇନସର୍ଭିସ ଓ ଆଶାୟୀ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି। ରାଜ୍ୟର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ୨୨ ହଜାର ୯୭୯ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଏହି ପରୀକ୍ଷା ଦେବେ। ଓଟିଇଟି ପେପର-୧ ରେ ୪୭ ହଜାର ୭୨୦ ଜଣ ଓ ପେପର-୨ରେ ୧ ଲକ୍ଷ ୧୨ ହଜାର ୬୫୯ ପରୀକ୍ଷାର୍ଥୀ ଅଛନ୍ତି। ମୋଟ ୪୫୨ ଟି ପରୀକ୍ଷା କେନ୍ଦ୍ର କରାଯାଇଛି।

    ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା ଗ୍ରହଣ କରାଯାଇଛି । ବୋର୍ଡ କାର୍ଯ୍ୟାଳୟ କମାଣ୍ଡ କଣ୍ଟ୍ରୋଲ ରୁମରୁ ସମସ୍ତ ପରୀକ୍ଷା କେନ୍ଦ୍ର ନିୟନ୍ତ୍ରଣ ବ୍ୟବସ୍ଥା ହୋଇଛି । ୪୫୨ ଟି ପରୀକ୍ଷା କେନ୍ଦ୍ରକୁ ସିସିଟିଭି ବ୍ୟବସ୍ଥା ସହିତ ଯୋଡ଼ା ଯାଇଥିବା ବେଳେ ବୋର୍ଡର କମାଣ୍ଡ କଣ୍ଟ୍ରୋଲ ରୁମରୁ ସମସ୍ତ କେନ୍ଦ୍ରକୁ ନିରୀକ୍ଷଣ କରାଯାଉଛି । ଏହି ପରୀକ୍ଷାକୁ ଏଆଇ କ୍ୟାମେରା ଦ୍ଵାରା ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଛି । ଓଟିଇଟି ପ୍ରଥମ ପେପର ପରୀକ୍ଷା ସକାଳ ୯ଟାରୁ ସାଢ଼େ ୧୧ ଟା ପର୍ଯ୍ୟନ୍ତ ହେବ । ସେହିପରି ଓଟିଇଟି ଦ୍ୱିତୀୟ ପେପର ପରୀକ୍ଷା ଦିନ ସାଢେ ୧ ଟାରୁ ଅପରାହ୍ନ ୪ ପର୍ଯ୍ୟନ୍ତ ଚାଲିବ । ଉଭୟ ପେପରରେ ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କୁ ୫୦ ମିନିଟର ଅଧିକ ସମୟ ପ୍ରଦାନ କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.9 ° C
    24.9 °
    24.9 °
    26 %
    2.1kmh
    0 %
    Fri
    26 °
    Sat
    27 °
    Sun
    28 °
    Mon
    28 °
    Tue
    28 °

    ସମ୍ବନ୍ଧିତ