Tuesday, June 10, 2025
26.2 C
Odisha

    ଆଜି ପ୍ରକାଶ ପାଇବ ଯୁକ୍ତ ୨ ପରୀକ୍ଷା ଫଳ, ଡିଜି ଲକର ସହ ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  :  ଆଜି   ଅପରାହ୍ନ ୪ଟା ରେ ପ୍ରକାଶ ପାଇବ ଯୁକ୍ତ ୨ ପରୀକ୍ଷା ଫଳ ।  ଏକସଙ୍ଗେ କଳା, ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇବ ।  ଏଥି ସହିତ ଧନ୍ଦାମୂଳକ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ-ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ପରିଡ଼ା ସୂଚନା ଦେଇଛନ୍ତି  । ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଫେବୃଆରୀ ୧୮ ତାରିଖରୁ ମାର୍ଚ୍ଚ ୨୭ ଯାଏ ହୋଇଥିଲା । ଚଳିତ ବର୍ଷ ୧୨ ଶହ ୭୬ ସେଣ୍ଟରରେ ପରୀକ୍ଷା ଦେଇଥିଲେ ୩ ଲକ୍ଷ ୯୩ ହଜାର ୬୧୮ ଛାତ୍ରଛାତ୍ରୀ ।  ଭୁବନେଶ୍ବର ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପ୍ରକାଶ ପାଇବ। ଡିଜି ଲକର ସହ ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ ।

    ପରୀକ୍ଷାର୍ଥୀମାନେ ସେମାନଙ୍କର ରେଜଲ୍ଟ www.chseodisha.nic.in ଏବଂ http://orissaresults.nic.in ଓ୍ୱେବସାଇଟରେ ଘୋଷଣାର ଏକ ଘଣ୍ଟା ପରେ ଜାଣିପାରିବେ ।  ଏହା ସହ ପରୀକ୍ଷା ଫଳ ଘୋଷଣାର ଏକଘଣ୍ଟା ପରେ SAMS e-spaceରୁ ଅଧ୍ୟକ୍ଷ ଅଧ୍ୟକ୍ଷା ମାନେ ସେମାନଙ୍କ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଟାବୁଲେସନ ରେଜିଷ୍ଟର ପାଇପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.2 ° C
    26.2 °
    26.2 °
    82 %
    2.1kmh
    100 %
    Tue
    26 °
    Wed
    36 °
    Thu
    37 °
    Fri
    36 °
    Sat
    37 °

    ସମ୍ବନ୍ଧିତ