Wednesday, April 8, 2026
22.9 C
Odisha

    ଆଜି ବିଜେଡିର୨୯ ତମ ପ୍ରତିଷ୍ଠା ଦିବସ, ଯୋଗ ଦେବେ ବିଜେଡ଼ି ସୁପ୍ରିମୋ ନବୀନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର  :  ଆଜି ବିଜେଡିର୨୯ ତମ ପ୍ରତିଷ୍ଠା ଦିବସ ।  ଶଙ୍ଖ ଭବନରେ ପ୍ରତିଷ୍ଠା ଦିବସରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଯୋଗ ଦେବେ ।  ଏହି ଅବସରରେ ନବୀନ ଦଳୀୟ ନେତା ଓ କର୍ମୀଙ୍କୁ କି ବାର୍ତ୍ତା ଦେବେ ।  ତୃଣମୂଳ ସ୍ତରରେ ପାର୍ଟିକୁ ମଜଭୁତ କରିବା ପାଇଁ ଆହ୍ଵାନ ଦେଇପାରନ୍ତି।ସେହିଭଳି ରାଜ୍ଯ ସରକାରଙ୍କ ବିଫଳତା ନେଇ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପରାମର୍ଶ ଦେଇପାରନ୍ତି ।  ତୃଣମୂଳ ସ୍ତରରେ ସ୍ଥାନୀୟ ଯୁବ ନେତୃତ୍ୱକୁ ଗୁରୁତ୍ୱ ଦେବାକୁ କହି ପାରନ୍ତି ନବୀନ ।  ଦଳୀୟ ଶୃଙ୍ଖଳା ଉପରେ ଗୁରୁତ୍ଵ ଦେବା ସହ ପାର୍ଟିକୁ ସଶକ୍ତ କରିବା ଉପରେ ପରାମର୍ଶ ଦେଇପାରନ୍ତି ସୁପ୍ରିମୋ ।  ନିକଟରେ ନୂଆପଡ଼ା ବିଧାନସଭା ଉପ ନିର୍ବାଚନ ଫଳାଫଳ ଦଳୀୟ ନେତା ଓ କର୍ମୀଙ୍କୁ ନିରାଶ କରିଛି ।

    ସେମାନଙ୍କ ମନୋବଳ ବଢାଇବା ପାଇଁ ଗୁରୁ ମନ୍ତ୍ର ଦେଇପାରନ୍ତି ନବୀନ ।  ଆଗାମୀ ପଞ୍ଚାୟତିରାଜ ନିର୍ବାଚନ ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିବାକୁ ଦଳୀୟ ନେତା ଓ କର୍ମୀଙ୍କୁ କହିପାରନ୍ତି ।  ଏହା ସହ ବଢୁଥିବା ମହିଳା ହିଂସା, ନାରୀ ନିର୍ଯାତନା ଓ ଧାନ ମଣ୍ଡିରେ ଅବ୍ୟବସ୍ଥା ଆଦି ପ୍ରସଙ୍ଗ ଉଠାଇ ରାଜ୍ଯ ସରକାରଙ୍କୁ ନିଶାନା କରି ପାରନ୍ତି ନବୀନ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.9 ° C
    22.9 °
    22.9 °
    85 %
    1.8kmh
    18 %
    Wed
    38 °
    Thu
    37 °
    Fri
    39 °
    Sat
    39 °
    Sun
    40 °

    ସମ୍ବନ୍ଧିତ