Thursday, March 5, 2026
22 C
Odisha

    ଆଜି ମିଳିବ ସୁଭଦ୍ରା ଟଙ୍କା, ନୂଆ ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିବ ଟଙ୍କା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଜି ମିଳିବ ସୁଭଦ୍ରା ଟଙ୍କା । ନୂଆ ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିବ ସୁଭଦ୍ରା ଟଙ୍କା । ୪ ଲକ୍ଷ ୫୭ ହଜାର ୬୮୧ ମହିଳାଙ୍କୁ ମିଳିବ ସୁଭଦ୍ରା କିସ୍ତି ଟଙ୍କା । ଏଥିରେ ୧ ଲକ୍ଷ ୭୮ ହଜାର ୩୯୮ ନୂଆ ହିତାଧିକାରୀ ସାମିଲ ହୋଇଥିବା ବେଳେ ପ୍ରଥମ ଓ ଦ୍ବିତୀୟ କିସ୍ତିରୁ ବାଦ୍ ପଡ଼ିଥିବା ୨ ଲକ୍ଷ ୫୫ ହଜାର ୨୬୫ ହିତାଧିକାରୀ ବି ପାଇବେ ଟଙ୍କା ।

    ଏହି ହିତାଧିକାରୀମାନେ ଏକାବେଳେ ଦୁଇଟି କିସ୍ତିର ୧୦ ହଜାର ଟଙ୍କା ପାଇବେ । ବିଭାଗ ପକ୍ଷରୁ ଏ ସମ୍ବନ୍ଧିତ କାର୍ଯ୍ୟକ୍ରମ ପୂର୍ବାହ୍ନ ସାଢେ ୧୦ଟାରେ OUATର ଶିକ୍ଷା ସଦନରେ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉପସ୍ଥିତ ରହିବେ । ସେହିଭଳି ଅଭିଯୋଗ ଶୁଣାଣିରେ ୨୪ ହଜାର ୧୬ ଜଣ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯାଇଛି । ହିତାଧିକାରୀଙ୍କ ଖାତାକୁ ଯିବ ୨୫୦କୋଟି ଟଙ୍କାର ସହାୟତା ରାଶି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22 ° C
    22 °
    22 °
    25 %
    1.6kmh
    0 %
    Wed
    22 °
    Thu
    36 °
    Fri
    37 °
    Sat
    38 °
    Sun
    38 °

    ସମ୍ବନ୍ଧିତ