Saturday, April 4, 2026
29 C
Odisha

    ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ନବ ଦାସଙ୍କ ପତ୍ନୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ଖୋଳତାଡ଼ ଚାଲିଥିବାବେଳେ ଆଜି ତାଙ୍କ ପତ୍ନୀ ମିନତୀ ଦାସ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କୁ ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି। ଏହି ହତ୍ୟାକାଣ୍ଡ ଘଟଣାରେ ପୂର୍ବରୁ କ୍ରାଇମବ୍ରାଞ୍ଚ ତଦନ୍ତ ହୋଇଥିବାବେଳେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଏହି ହତ୍ୟାକାଣ୍ଡର କ୍ରାଇମବ୍ରାଞ୍ଚ ତଦନ୍ତ ପୁଣି ଥରେ ଆରମ୍ଭ ହୋଇଛି। ପୁଣି ଥରେ ନବଙ୍କ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରିଛି କ୍ରାଇମବ୍ରାଞ୍ଚ। ହତ୍ୟାକାଣ୍ଡ ପଛରେ ରାଜନୈତିକ ନା ବ୍ୟାବସାୟିକ ଷଡ଼ଯନ୍ତ୍ର ରହିଛି ସେସବୁର ଅନୁସନ୍ଧାନ ପାଇଁ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି ନୂଆ ସରକାର। ନବଙ୍କ ପତ୍ନୀ ଲିଖିତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବା ପରେ ଆଜି କ୍ରାଇମ୍‌ବ୍ରାଞ୍ଚର ଦୁଇ ଅଧିକାରୀ ନବଙ୍କ ଘରେ ପହଞ୍ଚି ତାଙ୍କ ପରିବାର ସଦସ୍ୟଙ୍କ ପୁଣି ଥରେ ବୟାନ ରେକର୍ଡ କରିଛନ୍ତି।
    ଇତିମଧ୍ୟରେ ‌ଏ ସମ୍ପର୍କରେ ଆଲୋଚନା ପାଇଁ ନବଙ୍କ ପତ୍ନୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ସମୟ ମାଗିଥିଲେ। ଏଥିପାଇଁ ମୁଖ୍ୟମନ୍ତ୍ରୀ ସମୟ ଦେଇଛନ୍ତି। ଆଜି ଅପରାହ୍ନ ୫ଟାରେ ମୁଖ୍ୟମନ୍ତ୍ରୀଙ୍କୁ ନବଙ୍କ ପତ୍ନୀ ଭେଟି ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29 ° C
    29 °
    29 °
    47 %
    1.6kmh
    100 %
    Sat
    29 °
    Sun
    36 °
    Mon
    36 °
    Tue
    39 °
    Wed
    39 °

    ସମ୍ବନ୍ଧିତ