Thursday, April 9, 2026
25.9 C
Odisha

    ଆଜି ଷ୍ଟାଲିନ୍‌ଙ୍କ ସୀମା ପୁନଃ ନିର୍ଦ୍ଧାରଣ ବୈଠକ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍‌ଙ୍କ ଦ୍ବାରା ଆହୂତ ପ୍ରସ୍ତାବିତ ସୀମା ପୁନଃନିର୍ଦ୍ଧାରଣ ଦ୍ୱାରା ପ୍ରଭାବିତ ହେବାକୁ ଥିବା ରାଜ୍ୟର ନେତୃମଣ୍ଡଳୀଙ୍କ ମିଳିତ କ୍ରିୟାନୁଷ୍ଠାନ କମିଟି ବୈଠକ ଆଜି ଅନୁଷ୍ଠିତ ହେବ। ଏହି ବୈଠକରେ ଯୋଗଦେବ ବିଜେଡି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ବିଜେଡି ପ୍ରତିନିଧି ଭାବେ ପୂର୍ବତନ ରାଜ୍ୟସଭା ସାଂସଦ ଡ. ଅମର ପଟ୍ଟନାୟକ ଓ ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ଶୁକ୍ରବାର ଚେନ୍ନଇ ଗସ୍ତ କରିଛନ୍ତି। ପିସିସି ସଭାପତି ଭକ୍ତ ଦାସ ମଧ୍ୟ ଚେନ୍ନଇ ଗସ୍ତ କରିଥିବା ଜଣାପଡ଼ିଛି। ଏହି ବୈଠକରେ ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଓଡ଼ିଶା, କେରଳ, ପଶ୍ଚିମବଙ୍ଗ ଓ ପଞ୍ଜାବର ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ସୀମା ପୁନଃନିର୍ଦ୍ଧାରଣ ହେଲେ ଓଡ଼ିଶାର ସ୍ବାର୍ଥ କିପରି ସୁରକ୍ଷିତ ହୋଇପାରିବ, ସେ ସଂକ୍ରାନ୍ତ ଆଲୋଚନାରେ ଅଂଶଗ୍ରହଣ କରିବା ସକାଶେ ବିଜେଡି ନିଷ୍ପତ୍ତି ଗ୍ରହଣ କରିଛି। ଚେନ୍ନଇ ଯିବା ପୂର୍ବରୁ ବିଜେଡି ପ୍ରତିନିଧି କହିଛନ୍ତି ଯେ, ବୈଠକ ସରିଲା ପରେ ସୀମା ପୁନଃନିର୍ଦ୍ଧାରଣ ରୂପରେଖ ଆସିବ। ଓଡ଼ିଶା ସ୍ବାର୍ଥରେ ବିଜେଡି କେବେ ସାଲିସ କରିବ ନାହିଁ। ଚେନ୍ନଇ ବିମାନବନ୍ଦରରେ ପହଞ୍ଚିବା ପରେ ବିଜେଡି ପ୍ରତିନିଧି ଅମର ଓ ସଞ୍ଜୟ ଏବଂ ପିସିସି ସଭାପତି ଶ୍ରୀ ଦାସଙ୍କୁ ଡିଏମ୍‌କେ ସାଂସଦ ସ୍ବାଗତ କରିଛନ୍ତି। ନିକଟରେ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ତଥା ଡିଏମକେ ସାଂସଦ ଦୟାନିଧି ମାରନ୍ ଓ ତାମିଲନାଡ଼ୁ ମନ୍ତ୍ରୀ ଟିଆରବି ରାଜା ନବୀନ ନିବାସ ଆସି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ବୈଠକରେ ଯୋଗଦେବା ଲାଗି ଆମନ୍ତ୍ରଣ କରିଥିଲେ। ସେମାନେ ପିସିସି ସଭାପତି ଶ୍ରୀ ଦାଙ୍କୁ ମଧ୍ୟ ଭେଟି ନିମନ୍ତ୍ରଣ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.9 ° C
    25.9 °
    25.9 °
    57 %
    0.6kmh
    100 %
    Thu
    37 °
    Fri
    37 °
    Sat
    38 °
    Sun
    41 °
    Mon
    42 °

    ସମ୍ବନ୍ଧିତ