Tuesday, October 13, 2026
21.3 C
Odisha

    ୨୦୨୫ ପାଇଁ ସାହିତ୍ୟ ଭାରତୀ ସମ୍ମାନ ପାଇବେ ସାହିତ୍ୟିକ ଶୈଳଜ ରବି

    ଆଗକୁ ପଢନ୍ତୁ

    ଚଳିତ ବର୍ଷର ସମ୍ମାନ ଜନକ ସାହିତ୍ୟ ଭାରତୀ ସମ୍ମାନ ପାଇବେ ବିଶିଷ୍ଟ ସାହିତ୍ୟିକ ଶୈଳଜ ରବି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନ ପକ୍ଷରୁ ଏହି ଘୋଷଣା କରାଯାଇଛି। ପୁରସ୍କାର ସ୍ୱରୂପ ୧ ଲକ୍ଷ ଟଙ୍କାର ଉପାୟନ ଓ କୋଣାର୍କ ମନ୍ଦିରର ଏକ ରୌପ୍ୟ ପ୍ରତିରୂପ ପ୍ରଦାନ କରାଯିବ। ସେହିପରି ବିଶିଷ୍ଟ ଡାକ୍ତର ଫାଲଗୁନୀ ରାୟଙ୍କୁ ଗଂଗାଧର ରଥ ସ୍ମାରକୀ ସମ୍ମାନ ପ୍ରଦାନ କରାଯିବ। ବିଶିଷ୍ଟ କବି ସୂର୍ଯ୍ୟ ମିଶ୍ରଙ୍କୁ ଭାନୁଜୀ ରାଓ ସ୍ମାରକୀ ପୁରସ୍କାର ଏବଂ କଥାକାର ସଂଯୁକ୍ତା ମହାନ୍ତିଙ୍କୁ ବୀଣାପାଣି ମହାନ୍ତି କଥା ସାହିତ୍ୟ ପୁରସ୍କାର ପ୍ରଦାନ କରାଯିବ। ଏହି ପୁରସ୍କାର ସ୍ୱରୂପ ପ୍ରତ୍ୟେକ ଲେଖକଙ୍କୁ ୨୫ ହଜାର ଟଙ୍କା ଓ ରୌପ୍ୟ ଉପଢୌକନ ପ୍ରଦାନ କରାଯିବ।

    ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନର ସୂଚନା ଅନୁଯାୟୀ, ଗାଳ୍ପିକ ବିରଜା ରାଉତରାୟ ଏବଂ କବି ଈପ୍‌ସିତା ଷଡ଼ଙ୍ଗୀ ଚଳିତ ବର୍ଷର ସୁବ୍ରତ ରଥ ସ୍ମାରକୀ ପୁରସ୍କାର ପାଇବେ। ଚଳିତ ବର୍ଷ ମାର୍ଚ୍ଚ ୩୦ ତାରିଖ ସନ୍ଧ୍ୟାରେ କଟକ କଳା ବିକାଶ କେନ୍ଦ୍ରରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯିବ। ସାଂସଦ ଭର୍ତ୍ତୃହରି ମହତାବ ମୁଖ୍ୟ ଅତିଥି ଓ ବିଶିଷ୍ଟ ଗବେଷକ ଅସିତ ମହାନ୍ତି ମୁଖ୍ୟବକ୍ତା ଭାବରେ ଯୋଗ ଦେବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    21.3 ° C
    21.3 °
    21.3 °
    84 %
    1.1kmh
    11 %
    Tue
    30 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ