Monday, April 13, 2026
28.8 C
Odisha

    ଆଜି ସକାଳେ ରାଜଧାନୀ ଦିଲ୍ଲୀରେ ଭୂମିକମ୍ପ,ରିକ୍ଟର ସ୍କେଲରେ ୨.୮ ତୀବ୍ରତା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ଆଜି ସକାଳେ ରାଜଧାନୀ ଦିଲ୍ଲୀରେ ଭୂମିକମ୍ପର ଝଟକା ଲାଗିଛି । ରିକ୍ଟର ସ୍କେଲରେ ଏହା ୨.୮ ତୀବ୍ରତା ଥିବା ରେକର୍ଡ କରାଯାଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ ଭୂକମ୍ପର କେନ୍ଦ୍ରସ୍ଥଳ ଉତ୍ତର ଦିଲ୍ଲୀରେ ରହିଥିଲା । ଏହା ଭୂମିରୁ ୫କି.ମି ତଳେ ଅନୁଭୂତ ହୋଇଛି । ଆଜି ସକାଳେ ଦିଲ୍ଲୀରେ ହୋଇଥିବା ଭୂମିକମ୍ପ ଅତ୍ୟନ୍ତ କମ ତୀବ୍ରତାର ଥିଲା ଏବଂ କୌଣସି ସ୍ଥାନରେ କୌଣସି କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ। ଏହା ପ୍ରଥମ ଥର ନୁହେଁ ଯେତେବେଳେ ଦିଲ୍ଲୀରେ ଭୂମିକମ୍ପ ହୋଇଛି। ଜାତୀୟ ରାଜଧାନୀ ଏବଂ ଏନସିଆର ଭୂମିକମ୍ପ ପାଇଁ ଅତ୍ୟନ୍ତ ସମ୍ବେଦନଶୀଳ। ଦିଲ୍ଲୀ ଭୂକମ୍ପିକ ଜୋନ୍ IV ରେ ପଡ଼ିଥାଏ, ଯେଉଁଠାରେ ମଧ୍ୟମ ତୀବ୍ରତାର ଭୂମିକମ୍ପ ହେବାର ସମ୍ଭାବନା ଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.8 ° C
    28.8 °
    28.8 °
    29 %
    2.1kmh
    0 %
    Mon
    29 °
    Tue
    41 °
    Wed
    43 °
    Thu
    44 °
    Fri
    43 °

    ସମ୍ବନ୍ଧିତ