ଆଜି ମାଆ ସରସ୍ବତୀଙ୍କ ପୂଜା। ଏହି ଅବସରରେ ମଙ୍ଗଳ ଗୋଚର ଫଳରେ ବହୁ ରାଶିର ବ୍ୟକ୍ତି ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ । ମଙ୍ଗଳ ଗ୍ରହଙ୍କ ମକର ରାଶିରେ ଗୋଚର ଅନେକ ଦୃଷ୍ଟିକୋଣରୁ ବେଶ୍ ଶୁଭ ହେବାକୁ ଯାଉଛି । ୪ ରାଶିରେ ଶୁଭ ସମୟ ଆରମ୍ଭ ହେବାକୁ ଯାଉଛି । ଯାହାକି ଜୀବନରେ ସକାରାତ୍ମକ ପ୍ରଭାବ ପକାଇବା ସହିତ ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ । ଜାଣନ୍ତୁ ଏହି ରାଶି ଗୁଡ଼ିକ ବିଷୟରେ ।
ମିଥୁନ: ମକରରେ ମଙ୍ଗଳ ଗୋଚର ହେତୁ ମିଥୁନ ରାଶି ପାଇଁ ଏହାର ପ୍ରଭାବ ବେଶ୍ ଭଲ ରହିବ। ଆକସ୍ମିକ ଭାବେ ଧନ ଲାଭ ହେବାର ସମ୍ଭାବନା ରହିଛି । ମଙ୍ଗଳଙ୍କ ରାଶି ପରିବର୍ତ୍ତନ ଅନେକ ଦୃଷ୍ଟିରୁ ମିଥୁନ ରାଶିରେ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଅର୍ଥ ବିନିଯୋଗ କଲେ ଭଲ ଲାଭ ହେବ ।
ଧନୁ: ମଙ୍ଗଳ ଗୋଚର ଯୋଗୁଁ ପଞ୍ଚମ ଗ୍ରହରେ ସବୁକିଛି ଭଲ ରହିବ। ଇଚ୍ଛାକୃତ କାର୍ଯ୍ୟଗୁଡ଼ିକ ପୂରଣ ହେବ। ମଙ୍ଗଳବାରର ନିୟମ ଅନୁସରଣ କରନ୍ତୁ। ଚମତ୍କାର ସମୟ ଆରମ୍ଭ ହେବାକୁ ଯାଉଛି । ମକର ରାଶିରେ ମଙ୍ଗଳ ଗୋଚର ସିଧାସଳଖ ଭାବେ ଧନୁ ରାଶିର ବ୍ୟକ୍ତିଙ୍କ ସହାୟକ ହେବ ।
କୁମ୍ଭ ରାଶି: କୁମ୍ଭ ରାଶିର ଅଷ୍ଟମ ଘରେ ମଙ୍ଗଳ ଗୋଚର କରିବେ । ଏହାର ପ୍ରଭାବରେ କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ । ଏହି ସମୟରେ ଦୀର୍ଘ ଦିନରୁ ଛନ୍ଦି ହୋଇଥିବା ମାମଲାରେ ନ୍ୟାୟ ମିଳିବା ସହ ପରିବାରର ସମର୍ଥନ ପାଇବେ ।
ମୀନ ରାଶି: ମୀନ ରାଶିର ୫ମ ଘରେ ମଙ୍ଗଳ ଗୋଚର କରିବେ। ଏହି ସମୟ ଛାତ୍ରମାନଙ୍କ ପାଇଁ ବେଶ ଶୁଭଫଳ ପ୍ରଦାନ କରିବ । ଆଉ ୫ ଘଣ୍ଟା ପରେ ଅତ୍ୟନ୍ତ ଶୁଭ ସମୟ ଆରମ୍ଭ ହେବାକୁ ଯାଉଛି । ଚାହୁଁଥିବା ଜିନିଷ ମିଳିବ । ଛାତ୍ରଛାତ୍ରୀଙ୍କ ପାଇଁ ବେଶ୍ ଶୁଭ ସମୟ ଆରମ୍ଭ ହେବ ।

