Friday, April 3, 2026
36.1 C
Odisha

    ଆଜି ସାବିତ୍ରୀ ବ୍ରତ: ସକାଳୁ ସକାଳୁ ମନ୍ଦିରରେ ଭିଡ଼

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଆଜି ହେଉଛି ଜ୍ୟେଷ୍ଠ ଅମାବାସ୍ୟା। ଏହାକୁ ସାବିତ୍ରୀ ଅମାବାସ୍ୟା ବୋଲି ବି କୁହାଯାଇଥାଏ। ଏହି ତଥିରେ ପାଳିତ ହୋଇଥାଏ ସାବିତ୍ରୀ ବ୍ରତ। ଏଥିଲାଗି ସାରା ଓଡ଼ିଶାରେ ସଧବା ହିନ୍ଦୁ ନାରୀମାନେ ସ୍ୱାମୀଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ବ୍ରତ ପାଳୁଛନ୍ତି। ଆଜି ରାଜ୍ୟର ସବୁଠି ସଧବା ମହିଳାମାନେ ମହାସତୀ ସାବିତ୍ରୀଙ୍କ ପତିଭକ୍ତିକୁ ମନେ ପକାଇ ପୂଜାର୍ଚ୍ଚନା କରୁଛନ୍ତି। କେହି କେହି ମନ୍ଦିରକୁ ଯାଇ  ପୂଜାର୍ଚ୍ଚନା କରୁଛନ୍ତି ତ ପୁଣି ଅନ୍ୟମାନେ ଘରକୁ ପୂଜକଙ୍କୁ ଡକାଇ ପୂଜା କରୁଛନ୍ତି। ମହିଳାମାନେ ପୂଜାର୍ଚ୍ଚନା ପରେ ନୂତନ ବସ୍ତ୍ର ପରିଧାନ କରିଥାନ୍ତି।ସକାଳ ହେଉ ହେଉ ମଥାରେ ସିନ୍ଦୂର, ହାତରେ ନୂଆ ଚୁଡ଼ି, ରଙ୍ଗ ବେରଙ୍ଗ ଶାଢିରେ ସଜେଇ ହୋଇ କେହି କେହି ସଧବା ମହିଳା ମନ୍ଦିରରେ ପହଞ୍ଚିଛନ୍ତି ତ ଆଉ କେହି ଘରେ ପୂଜା କରୁଥିବା ପରିଲକ୍ଷିତ ହେଉଛି। ଏହି କାରଣରୁ ବିଭିନ୍ନ ମନ୍ଦିରରେ ଭିଡ଼ ମଧ୍ୟ ଦେଖିବାକୁ ମିଳୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.1 ° C
    36.1 °
    36.1 °
    21 %
    2.5kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ