ଭୁବନେଶ୍ବର : ଆଜି OTET ପରୀକ୍ଷା । ରାଜ୍ୟର ବିଭିନ୍ନ କେନ୍ଦ୍ରରେ ଚାଲିଛି ପରୀକ୍ଷା । ସକାଳ ୯ଟାରୁ ୧୧ଟା ୩୦ ଯାଏ ପ୍ରଥମ ସିଟିଂ । ୨ଟାରୁ ୪ଟା ୩୦ ଯାଏ ଦ୍ବିତୀୟ ସିଟିଂ ପରୀକ୍ଷା ହେବ । ୯୭ ହଜାରରୁ ଉର୍ଦ୍ଧ୍ବ ପରୀକ୍ଷାର୍ଥୀଙ୍କ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୩୧୧ ଟି ପରୀକ୍ଷା କେନ୍ଦ୍ର କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ପେପର-୧ ପାଇଁ ୨୮ ହଜାର ୮୨୧ ଜଣ ଏବଂ ପେପର-୨ ପାଇଁ ୬୮ ହଜାର ୩୩୦ ଜଣ ପରୀକ୍ଷାର୍ଥୀ ଅଛନ୍ତି । ସେମାନଙ୍କ ମଧ୍ୟରେ ୧୩ ହଜାର ୫୪୪ ଜଣ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ରହିଛନ୍ତି। ପୂର୍ବରୁ ଦୁଇ ଦୁଇ ଥର ପରୀକ୍ଷା ଘୁଞ୍ଚାଇଛି ବୋର୍ଡ । ପ୍ରଥମେ ଜୁନ୍ ୨୧ରେ ଓଟିଇଟି ପରୀକ୍ଷା ହେବାର ଥିଲା। ନିଟ୍ ପରୀକ୍ଷା ପାଇଁ ଜୁନ୍ ୨୮କୁ ଘୁଞ୍ଚାଯାଇଥିଲା । OSSSC ପକ୍ଷରୁ ଜୁନ୍ ୨୮ରେ ଆରଆଇ, ଅମିନ ପରୀକ୍ଷା ପାଇଁ ଦିନ ଧାର୍ଯ୍ୟ ପରେ ବୋର୍ଡ କର୍ତ୍ତୃପକ୍ଷ ପୁଣି ଓଟିଇଟିକୁ ଘୁଞ୍ଚାଇବାକୁ ବାଧ୍ୟ ହୋଇଥିଲେ ।
