Monday, October 19, 2026
21.6 C
Odisha

    ଆଞ୍ଚଳିକ ଦଳର ଆୟ ୫୧% ହ୍ରାସ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ଦେଶରେ ଆଞ୍ଚଳିକ ରାଜନୈତିକ ଦଳର ଆୟ ହ୍ରାସ ପାଇଥିବା ଜଣାପଡିଛି। ଆସୋସିଏସନ୍‌ ଫର ଡେମୋକ୍ରାଟିକ ରିଫର୍ମସ୍‌ (ଏଡିଆର) ରିପୋର୍ଟ ଅନୁଯାୟୀ ଦେଶର ୩୬ଟି ଆଞ୍ଚଳିକ ଦଳର ମିଳିତ ରୋଜଗାର ୫୧% ହ୍ରାସ ପାଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ଆଞ୍ଚଳିକ ଦଳଗୁଡିକର ଆୟ ଯେତିକି ହୋଇଥିଲା ୨୦୨୪-୨୫ ତାହା ୫୧% ହ୍ରାସ ପାଇଛି। ଦେଶର ୬୭ ପଞ୍ଜିକୃତ ରାଜନୈତିକ ଦଳଗୁଡିକ ମଧ୍ୟରୁ ୩୬ଟି ଦଳର ବାର୍ଷିକ ଅଡିଟ୍ ରିପୋର୍ଟକୁ ଆଧାର କରି ଏଡିଆର ଏହି ତଥ୍ୟ ପ୍ରକାଶ କରିଛି। ଉକ୍ତ ଆଞ୍ଚଳିକ ଦଳଗୁଡିକ ସେମାନଙ୍କ ବାର୍ଷିକ ଅଡିଟ୍ ରିପୋର୍ଟ ନିର୍ବାଚନ କମିସନଙ୍କ ନିକଟରେ ଦାଖଲ କରିଛନ୍ତି। ତେବେ ୩୧ଟି ଆଞ୍ଚଳିକ ଦଳ ସେମାନଙ୍କର ଅଡିଟ୍ ରିପୋର୍ଟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରି ନାହାନ୍ତି।

    ୨୦୨୫ ଅକ୍ଟୋବର ୩୧ ତାରିଖ ସୁଦ୍ଧା ଅଡିଟ୍ ରିପୋର୍ଟ ଦାଖଲ କରିବାକୁ ସମୟ ଦିଆଯାଇଥିଲା। ଧାର୍ଯ୍ୟ ସମୟର ୨୦୭ ଦିନ ପରେ ମଧ୍ୟ ସମସ୍ତ ଦଳ ସେମାନଙ୍କ ରିପୋର୍ଟ ଦାଖଲ କରିପାରି ନାହାନ୍ତି। ଅଡିଟ୍ ରିପୋର୍ଟ ଦେଇଥିବା ଆଞ୍ଚଳିକ ଦଳଗୁଡିକର ତଥ୍ୟ ଅନୁଯାୟୀ ୨୦୨୪-୨୫ ଆର୍ଥିକ ବର୍ଷରେ ୩୬ଟି ଆଞ୍ଚଳିକ ଦଳର ମୋଟ ଆୟ ୧,୧୯୨.୯୪ କୋଟି ଟଙ୍କା। ପୂର୍ବ ଆର୍ଥିକ ବର୍ଷରେ ଏହି ଆଞ୍ଚଳିକ ଦଳଗୁଡିକର ଆୟ ୨,୪୬୩.୧୭ କୋଟି ଟଙ୍କା।

    ଏହି ଆଞ୍ଚଳିକ ଦଳଗୁଡିକର ବ୍ୟୟ ୧,୪୩୩.୦୭ କୋଟି ଟଙ୍କା। ଯାହା ମୋଟ ଆୟ ଠାରୁ ୨୦% ଅଧିକ। ଆଞ୍ଚଳିକ ଦଳଗୁଡିକ ମଧ୍ୟରୁ ଶ୍ରେଷ୍ଠ ୫ଟି ଦଳ ମୋଟ ଆୟର ୬୯% ପାଇଥିବାବେଳେ ମୋଟ ବ୍ୟୟର ୭୭% ଖର୍ଚ୍ଚ କରିଛନ୍ତି। ତେଲୁଗୁ ଦେଶମ ପାର୍ଟି (ଟିଡିପି) ସର୍ବାଧିକ ୨୨୮.୩୧ କୋଟି ଟଙ୍କା ଆୟ କରିଥିବାବେଳେ ତୃଣମୂଳ କଂଗ୍ରେସ ୨୧୯.୩୫ କୋଟି, ୱାଇଏସ୍‌ଆର କଂଗ୍ରେସ ୧୪୦.୩୯କୋଟି ଆୟ କରିଛି। ଖର୍ଚ୍ଚ ଦୃଷ୍ଟିରୁ ୱାଇଏସ୍‌ଆର କଂଗ୍ରେସ ସର୍ବାଧିକ ୩୪୦.୫୯ କୋଟି ବ୍ୟୟ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.6 ° C
    21.6 °
    21.6 °
    92 %
    1kmh
    54 %
    Mon
    30 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ