Saturday, November 28, 2026
16.5 C
Odisha

    ରାଜ୍ୟରେ ବଢ଼ିବ ଶୀତର ପ୍ରକୋପ, ୧୦ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଜି ୧୦ ଜିଲ୍ଲାରେ କୁହୁଡ଼ି ସମ୍ଭାବନା । ଆହୁରି ବଢ଼ିବ ଶୀତ । ୨ରୁ ୩ ଡିଗ୍ରୀ ଖସିବ ପାରଦ । ରାଜ୍ୟରେ ବଢ଼ିବ ଶୀତର ପ୍ରକୋପ । ୧୦ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା । ଜି. ଉଦୟଗିରିରେ ଗତକାଲି ୮.୬ ଡିଗ୍ରୀ ରେକର୍ଡ ହୋଇଥିଲା ସର୍ବନିମ୍ନ ତାପମାତ୍ରା । ରାତିରେ ଥଣ୍ଡା ସାଙ୍ଗକୁ ସକାଳେ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିବ ।

    ଗତକାଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ପୂର୍ବାନୁମାନ ଅନୁଯାୟୀ, ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲ୍ ସିୟସ୍ ହ୍ରାସ ପାଇବାର ସମ୍ଭାବନା ରହିଛି । ରାଜ୍ୟର ୧୦ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯିବାର ସମ୍ଭାବନା ରହିଛି । କୁହୁଡ଼ି ଯୋଗୁଁ କେତେକ ସ୍ଥାନରେ ଦୃଶ୍ୟମାନ ଦୂରତା ହ୍ରାସ ପାଇପାରେ । ବିଶେଷକରି ଭୋର ଓ ସକାଳ ସମୟରେ ଗାଡ଼ି ଚଳାଚଳ ବେଳେ ସତର୍କତା ଅବଲମ୍ବନ କରିବା ଜରୁରୀ ।

    କନ୍ଧମାଳ ଜିଲ୍ଲାର ଜି. ଉଦୟଗିରିରେ ଗତକାଲି ସର୍ବନିମ୍ନ ତାପମାତ୍ରା ୮.୬ ଡିଗ୍ରୀ ସେଲ୍ ସିୟସ୍ ରେକର୍ଡ ହୋଇଥିଲା । ଆଗକୁ ପାରଦ ଆହୁରି ଖସିବାର ସମ୍ଭାବନା ଥିବାରୁ ଆଭ୍ୟନ୍ତରୀଣ ଓ ପାହାଡ଼ିଆ ଅଞ୍ଚଳରେ ଶୀତର ପ୍ରକୋପ ଅଧିକ ଅନୁଭୂତ ହୋଇପାରେ । ହାଲୁକା କୁହୁଡ଼ି ସମୟରେ ଦୃଶ୍ୟମାନ ଦୂରତା ୫୦୦ରୁ ୧୦୦୦ ମିଟର ଏବଂ ମଧ୍ୟମ ଧରଣର କୁହୁଡ଼ି ସମୟରେ ୨୦୦ରୁ ୫୦୦ ମିଟର ମଧ୍ୟରେ ରହିଥାଏ ।

    ରାତିରେ ତାପମାତ୍ରା ହ୍ରାସ ସାଙ୍ଗକୁ ବାୟୁମଣ୍ଡଳରେ ଆର୍ଦ୍ରତା ରହିଲେ କୁହୁଡ଼ି ସୃଷ୍ଟି ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଥାଏ। ନଭେମ୍ବର ଶେଷରେ ରାଜ୍ୟରେ ଶୀତର ପ୍ରଭାବ ବଢ଼ୁଥିବା ବେଳେ ଆଜିଠୁ ରାତି ଓ ଭୋର ସମୟରେ ଅଧିକ ଥଣ୍ଡା ଅନୁଭୂତ ହୋଇପାରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    16.5 ° C
    16.5 °
    16.5 °
    72 %
    0.5kmh
    0 %
    Sat
    24 °
    Sun
    25 °
    Mon
    26 °
    Tue
    26 °
    Wed
    26 °

    ସମ୍ବନ୍ଧିତ