Saturday, November 28, 2026
13.7 C
Odisha
    Array

    ମା’ ଲକ୍ଷ୍ମୀଙ୍କ ୮ ସ୍ୱରୂପ, କେଉଁ ମନୋକାମନା ପାଇଁ କାହାକୁ କରିବେ ପୂଜା

    ଆଗକୁ ପଢନ୍ତୁ

    ହିନ୍ଦୁ ଧର୍ମରେ ମା ଲକ୍ଷ୍ମୀଙ୍କୁ ଧନ, ସୁଖ ଏବଂ ସମୃଦ୍ଧିର ଦେବୀ ବୋଲି ମନାଯାଇଥାଏ । ଧାର୍ମିକ ମାନ୍ୟତା ଅନୁସାରେ, ମା’ଙ୍କ କୃପା ରହିଲେ ଘରେ ସୁଖ-ଶାନ୍ତି ଓ ସମୃଦ୍ଧି ବଜାୟ ରହିଥାଏ । ଏହାସହ ଧନ-ଧାନ୍ୟର ଅଭାବ ରହେ ନାହିଁ । ଅଧିକାଂଶ ଲୋକ ମା’ଲକ୍ଷ୍ମୀଙ୍କୁ କେବଳ ଧନର ଦେବୀ ଭାବେ ଜାଣିଥାନ୍ତି । କିନ୍ତୁ ମା’ଙ୍କ ବିଭିନ୍ନ ସ୍ୱରୂପର ମହତ୍ତ୍ୱ ଏହାଠାରୁ ଅଧିକ ଥାଏ ।

    ଧାର୍ମିକ ମାନ୍ୟତା ଅନୁଯାୟୀ, ମା’ଲକ୍ଷ୍ମୀଙ୍କର ୮ଟି ସ୍ୱରୂପ ରହିଛି । ମା’ଙ୍କ ଏହି ୮ଟି ସ୍ବରୂପକୁ ଅଷ୍ଟଲକ୍ଷ୍ମୀ ବୋଲି କୁହାଯାଏ । ମା’ଙ୍କ ପ୍ରତ୍ୟେକ ସ୍ୱରୂପର ଏକ ବିଶେଷ ମହତ୍ତ୍ବ ରହିଛି ଏବଂ ମନୋକାମନା ସହ ଜଡ଼ିତ । କେଉଁ ସ୍ୱରୂପ ଧନ ଓ ସମ୍ପତ୍ତିର ଆଶୀର୍ବାଦ ପ୍ରଦାନ କରିଥାଏ ତ ଆଉ କେଉଁ ସ୍ୱରୂପ ସନ୍ତାନ ସୁଖ, ଜ୍ଞାନ, ସାହସ ଓ ସଫଳତା ସହ ଜଡ଼ିତ । ମା’ ଲକ୍ଷ୍ମୀଙ୍କର ଏହି ଆଠଟି ସ୍ୱରୂପର ମହତ୍ତ୍ୱ ଏବଂ କେଉଁ ମନୋକାମନା ପୂରଣ ପାଇଁ କେଉଁ ସ୍ୱରୂପଙ୍କୁ ପୂଜା କରାଯାଏ ତେବେ ଆସନ୍ତୁ ଜାଣିବା ।

    ଆଦି ଲକ୍ଷ୍ମୀ: ଅଷ୍ଟଲକ୍ଷ୍ମୀଙ୍କ ମଧ୍ୟରେ ଆଦିଲକ୍ଷ୍ମୀଙ୍କୁ ପ୍ରଥମ ସ୍ୱରୂପ ଭାବେ ଗ୍ରହଣ କରାଯାଏ । ତାଙ୍କୁ ମହାଲକ୍ଷ୍ମୀ ମଧ୍ୟ କୁହାଯାଏ। ଧାର୍ମିକ ମାନ୍ୟତା ଅନୁସାରେ, ମା’ଙ୍କ ଏହି ସ୍ୱରୂପ ଶାନ୍ତି ଓ ମୋକ୍ଷ ସହ ଜଡ଼ିତ । ଭଗବାନ ବିଷ୍ଣୁଙ୍କ ସହିତ ଏହି ପୂଜା କରାଯାଇଥାଏ । ଆଦିଲକ୍ଷ୍ମୀଙ୍କ ଆରାଧନା କଲେ ମନକୁ ଶାନ୍ତି ମିଳିବା ସହ ବ୍ୟକ୍ତି ଆଧ୍ୟାତ୍ମିକ ମାର୍ଗରେ ଆଗକୁ ବଢ଼ିଥାଏ ବୋଲି ବିଶ୍ୱାସ ରହିଛି । ମୋକ୍ଷ ପ୍ରାପ୍ତିର ଇଚ୍ଛା ରଖୁଥିବା ଭକ୍ତମାନେ ମଧ୍ୟ ମା’ଙ୍କ ଏହି ସ୍ୱରୂପଙ୍କୁ ପୂଜା କରନ୍ତି ।

    ଧନ ଲକ୍ଷ୍ମୀ: ମା’ ଲକ୍ଷ୍ମୀଙ୍କର ଦ୍ବିତୀୟ ସ୍ବରୂପ ଧନ ଲକ୍ଷ୍ମୀ ବୋଲି କୁହାଯାଏ । ତାଙ୍କୁ ଧନ ଓ ସମ୍ପତ୍ତିର ଦେବୀ ଭାବେ ପୂଜା କରାଯାଏ । ପୌରାଣିକ ମାନ୍ୟତା ଅନୁସାରେ, ଭଗବାନ ବିଷ୍ଣୁଙ୍କୁ କୁବେରଙ୍କ ଋଣରୁ ମୁକ୍ତ କରିବା ପାଇଁ ମା’ ଏହି ସ୍ୱରୂପ ଧାରଣ କରିଥିଲେ । ମା’ ଙ୍କ ହାତରେ ଧନରେ ପରିପୂର୍ଣ୍ଣ କଳସ ଓ ପଦ୍ମଫୁଲ ରହିଥାଏ । ଧନଲକ୍ଷ୍ମୀଙ୍କ ପୂଜା କଲେ ଘରେ ସୁଖ-ସମୃଦ୍ଧି ବଜାୟ ରହିବା ସହ ଆର୍ଥିକ ସମସ୍ୟା ଦୂର ହୁଏ ବୋଲି ବିଶ୍ୱାସ ରହିଛି  ।

    ଧାନ୍ୟ ଲକ୍ଷ୍ମୀ: ମା’ ଲକ୍ଷ୍ମୀଙ୍କର ତୃତୀୟ ସ୍ୱରୂପ ହେଉଛନ୍ତି ଧାନ୍ୟଲକ୍ଷ୍ମୀ । ତାଙ୍କୁ ଅନ୍ନ ଓ ଶସ୍ୟର ଦେବୀ ଭାବେ ପୂଜା କରାଯାଏ । ଧାର୍ମିକ ମାନ୍ୟତା ଅନୁସାରେ, ଯେଉଁ ଘରେ ଖାଦ୍ୟର ସମ୍ମାନ କରାଯାଏ ଏବଂ ଅନ୍ନ ନଷ୍ଟ କରାଯାଏ ନାହିଁ ସେଠାରେ ମା’ ଙ୍କ କୃପା ରହିଥାଏ । ପରିବାରରେ ଅନ୍ନ ଓ ଧନର ଅଭାବ ନ ରହିବା ସହ ଘରେ ସର୍ବଦା ଖାଦ୍ୟଶସ୍ୟର ଭଣ୍ଡାର ପୂର୍ଣ୍ଣ ରହିବା ପାଇଁ ଧାନ୍ୟଲକ୍ଷ୍ମୀଙ୍କୁ ପୂଜା କରାଯାଏ ।

    ଗଜ ଲକ୍ଷ୍ମୀ: ମା’ଙ୍କର ଚତୁର୍ଥ ସ୍ବରୂପ ହେଉଛନ୍ତି ଗଜ ଲକ୍ଷ୍ମୀ । ଏହି ସ୍ବରୂପରେ ମା’ ପଦ୍ମ ଫୁଲ ଧରି ବିରାଜମାନ କରିଥାଆନ୍ତି ଏବଂ ତାଙ୍କ ଉଭୟ ପାଖରେ ହାତୀ ଠିଆ ହୋଇଥିବାର ଦେଖିବାକୁ ମିଳିଥାଏ । ଗଜଲକ୍ଷ୍ମୀଙ୍କୁ କୃଷି ଓ ସୁଖ-ସମୃଦ୍ଧିର ଦେବୀ ଭାବେ ମାନ୍ୟତା ଦିଆଯାଏ। ତାଙ୍କୁ ରାଜଲକ୍ଷ୍ମୀ ମଧ୍ୟ କୁହାଯାଏ । ମା’ଙ୍କ ଏହି ସ୍ୱରୂପକୁ ପୂଜା କଲେ ଜୀବନରେ ସୁଖ-ସୁବିଧା ବୃଦ୍ଧି ପାଏ ବୋଲି ବିଶ୍ୱାସ ରହିଛି । ଭଲ ଫସଲ ଓ କୃଷି କ୍ଷେତ୍ରରେ ଉନ୍ନତି ପାଇଁ ଚାଷୀମାନେ ମଧ୍ୟ ଗଜଲକ୍ଷ୍ମୀଙ୍କ ପୂଜା କରିଥାନ୍ତି ।

    ସନ୍ତାନ ଲକ୍ଷ୍ମୀ: ମା’ ଲକ୍ଷ୍ମୀଙ୍କ ପଞ୍ଚମ ସ୍ୱରୂପ ହେଉଛନ୍ତି ସନ୍ତାନଲକ୍ଷ୍ମୀ । ଯେଉଁମାନେ ସନ୍ତାନ ସୁଖ ପାଇବାକୁ ଇଚ୍ଛା କରନ୍ତି, ସେମାନେ ମାଙ୍କର ଏହି ସ୍ୱରୂପଙ୍କୁ ପୂଜା କରିଥାନ୍ତି । ଏହି ସ୍ୱରୂପରେ ମା’ ନିଜ କୋଳରେ ବାଳକ ସ୍କନ୍ଦଙ୍କୁ ଧରି ବିରାଜମାନ କରିଥାନ୍ତି । ତାଙ୍କୁ ସନ୍ତାନଙ୍କ ସୁଖ-ସମୃଦ୍ଧି ଓ ପରିବାରର ଖୁସି ସହ ଜଡ଼ିତ କରାଯାଏ । ସନ୍ତାନଲକ୍ଷ୍ମୀଙ୍କ ପୂଜା କଲେ ପିଲାମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘାୟୁ ଓ ଉଜ୍ଜ୍ୱଳ ଭବିଷ୍ୟତର ଆଶୀର୍ବାଦ ମିଳେ ବୋଲି ମାନ୍ୟତା ରହିଛି ।

    ବୀରଲକ୍ଷ୍ମୀ: ମା’ ଲକ୍ଷ୍ମୀଙ୍କ ଷଷ୍ଠ ସ୍ୱରୂପ ହେଉଛନ୍ତି ବୀରଲକ୍ଷ୍ମୀ । ତାଙ୍କୁ ସାହସ ଓ ଶକ୍ତି ପ୍ରଦାନ କରୁଥିବା ଦେବୀ ଭାବେ ପୂଜା କରାଯାଏ । ଏହି ସ୍ୱରୂପରେ ମା’ଙ୍କ ହାତରେ ଖଣ୍ଡା, ଢାଲ୍ ଏବଂ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ରହିଥାଏ । ବୀରଲକ୍ଷ୍ମୀଙ୍କ ଆରାଧନା କଲେ ଜୀବନର କଠିନ ପରିସ୍ଥିତିରେ ସାହସ ଓ ଆତ୍ମବିଶ୍ୱାସ ମିଳେ ବୋଲି ବିଶ୍ୱାସ କରାଯାଏ ।

    ଜୟଲକ୍ଷ୍ମୀ: ମା ଲକ୍ଷ୍ମୀଙ୍କ ସପ୍ତମ ସ୍ୱରୂପ ହେଉଛନ୍ତି ଜୟଲକ୍ଷ୍ମୀ । ମାଙ୍କର ଏହି ସ୍ବରୂପକୁ ବିଜୟଲକ୍ଷ୍ମୀ ମଧ୍ୟ କୁହାଯାଏ । ସଫଳତା ଓ ବିଜୟ ପ୍ରାପ୍ତି ପାଇଁ ମା’ଙ୍କ ଏହି ସ୍ୱରୂପଙ୍କୁ ପୂଜା କରାଯାଏ । ଜୟଲକ୍ଷ୍ମୀଙ୍କ ଆରାଧନା କଲେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବା ସହ ସମାଜରେ ମାନ-ସମ୍ମାନ ଓ ପରିଚୟ ବୃଦ୍ଧି ପାଏ ବୋଲି ଧାର୍ମିକ ବିଶ୍ୱାସ ରହିଛି ।

    ବିଦ୍ୟାଲକ୍ଷ୍ମୀ: ମା’ ଲକ୍ଷ୍ମୀଙ୍କ ଅଷ୍ଟମ ସ୍ୱରୂପ ହେଉଛନ୍ତି ବିଦ୍ୟାଲକ୍ଷ୍ମୀ । ତାଙ୍କୁ ଜ୍ଞାନ ଓ ଶିକ୍ଷାର ଦେବୀ ଭାବେ ମାନ୍ୟତା ଦିଆଯାଏ । ଛାତ୍ରଛାତ୍ରୀ ଏବଂ ଶିକ୍ଷା ସହ ଜଡ଼ିତ ବ୍ୟକ୍ତିମାନେ ମାଙ୍କ ଏହି ସ୍ୱରୂପଙ୍କୁ ପୂଜା କରିଥାନ୍ତି । ବିଦ୍ୟାଲକ୍ଷ୍ମୀଙ୍କ ଆରାଧନା କଲେ ପାଠପଢ଼ାରେ ସଫଳତା ମିଳିବା ସହ ଜ୍ଞାନ ବୃଦ୍ଧି ହୁଏ ବୋଲି ବିଶ୍ୱାସ ରହିଛି । କଳା ଓ ଶିକ୍ଷା କ୍ଷେତ୍ରରେ

    Array

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    13.7 ° C
    13.7 °
    13.7 °
    72 %
    1kmh
    2 %
    Sat
    23 °
    Sun
    25 °
    Mon
    25 °
    Tue
    26 °
    Wed
    26 °

    ସମ୍ବନ୍ଧିତ