Wednesday, April 23, 2025
43 C
Odisha

    ଆତଙ୍କୀ ହମଲାରେ ବାଲେଶ୍ବର ପ୍ରଶାନ୍ତ ଶତପଥୀଙ୍କ ମୃତ୍ୟୁ, ମରଶରୀରକୁ ଫେରାଇ ଆଣିବାକୁ ସରକାରଙ୍କୁ ନିବେଦନ

    ଆଗକୁ ପଢନ୍ତୁ

    ବାଲେଶ୍ବର : ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି ବାଲେଶ୍ବରର ପ୍ରଶାନ୍ତ ଶତପଥୀ । ରେମୁଣା ଇଷାଣୀ ଗାଁରେ ଏବେ ଶୋକର ଛାୟା ଖେଳିଯାଇଛି । ପ୍ରଶାନ୍ତଙ୍କ ମୃତ୍ୟୁ ଖବର ଜଣାପଡିବା ପରେ କାନ୍ଦବୋବାଳିରେ ଫାଟି ପଡୁଛି ପରିବାର । ପ୍ରଶାନ୍ତ ଭ୍ରମଣପ୍ରିୟ ଥିଲେ । ସେ ବାମପଦା ସ୍ଥିତ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ ପ୍ଲାଷ୍ଟିକ ଇଂଜିନିୟରିମ ଆଣ୍ଡ ଟେକ୍ନୋଲୋଜିରେ ଆକାଉଣ୍ଟାଣ୍ଟ ଥିବା ବେଳେ ତାଙ୍କ ପତ୍ନୀ ପ୍ରିୟଦର୍ଶିନୀ ସିଡିପିଓ ଅଛନ୍ତି ।

    ସୂଚନା ଅନୁସାରେ ଗତ ରବିବାର ଦିନ ପତ୍ନୀ ପ୍ରିୟଦର୍ଶିନୀ ଓ ପୁଅ ତନୁଜଙ୍କୁ ସାଙ୍ଗରେ ‌ନେଇ ଜମ୍ମୁ କଶ୍ମୀର ବୁଲିବାକୁ ଯାଇଥିଲେ । ଗତକାଲିର ଘଟଣା ନେଇ ତାଙ୍କ ବଡ଼ଭାଇ ସୁଶାନ୍ତ କୁମାର ଶତପଥୀଙ୍କୁ ଅପରାହ୍ଣ ପ୍ରାୟ ୨ଟା ୩୦ ବେଳେ ଫୋନ୍‌ ଆସିଥିଲା । ପ୍ରଶାନ୍ତଙ୍କ ଦେହାନ୍ତ ହୋଇଥିବା ବେଳେ ତାଙ୍କ ପତ୍ନୀ ଓ ପୁଅ ସୁରକ୍ଷିତ ଥିବା ସୂଚନା ମିଳିଥିଲା । ଶ୍ରୀନଗରର ପହଲଗାମ୍‌କୁ ଅନ୍ୟ ପର୍ଯ୍ୟଟକଙ୍କ ସହ ସେମାନେ ବୁଲିବାକୁ ଯାଇଥିବା ବେଳେ ଆତଙ୍କୀମା‌ନେ ସେମାନଙ୍କ ଧର୍ମ ପଚାରି ଗୁଳିବର୍ଷଣ କରିଥିବା ସୂଚନା ମିଳିଛି । ପ୍ରଶାନ୍ତଙ୍କ ମୃତ୍ୟୁ ଖବର ଶୁଣି ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ତାଙ୍କ ଘରକୁ ଲୋକଙ୍କ ସୁଅ ଛୁଟିଛି। ସେପଟେ ପ୍ରଶାନ୍ତଙ୍କ ମରଶରୀର ସହ ତାଙ୍କ ପତ୍ନୀ ଓ ପୁଅକୁ ସୁରକ୍ଷିତ ଭାବେ ଫେରାଇ ଆଣିବା ଲାଗି ପରିବାରବର୍ଗ ସରକାରଙ୍କୁ ନିବେଦନ କରିଛନ୍ତି।

    ଆତଙ୍କୀ ଆକ୍ରମଣରେ ଓଡ଼ିଆ ପର୍ଯ୍ୟଟକଙ୍କ ବିୟୋଗରେ ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏକ୍ସରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ”ପାହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ମୁଁ ଦୃଢ ନିନ୍ଦା କରୁଛି । ଆମ ସମାଜରେ ହିଂସାର ସ୍ଥାନ ନାହିଁ । ମୃତକଙ୍କ ପରିବାରକୁ ସମବେଦନା । ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ଏପରି କଠିନ ସମୟରେ ଓଡ଼ିଶା ପୀଡିତ ଓ ସେମାନଙ୍କ ପରିବାର ସହ ଛିଡା ହୋଇଛି ।”

    ଏହି ଘଟଣାରେ ସଦର ତହସିଲଦାର ଅଶ୍ୱିନୀ କୁମାର ନାୟକ କହିଛନ୍ତି, ”ମୃତଦେହ କେମିତି ଫେରିବ ଓ ତାଙ୍କ ପରିବାର କେମିତି ଘରକୁ ଫେରିବେ ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି । ସିଏମଓ ଅଫିସ ସହ ଯୋଗଯୋଗରେ ଅଛୁ । ”

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    43 ° C
    43 °
    43 °
    7 %
    3.8kmh
    3 %
    Wed
    42 °
    Thu
    44 °
    Fri
    44 °
    Sat
    44 °
    Sun
    42 °

    ସମ୍ବନ୍ଧିତ