Friday, October 2, 2026
22.9 C
Odisha

    ଆଦାନୀ ଗ୍ରୁପ ସହିତ ବଡ଼ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି: ଶିଳ୍ପ ସଚିବ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଉତ୍କର୍ଷ ଓଡ଼ିଶା-ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୫ ସମ୍ମିଳନୀ ଆଜି ଠାରୁ ଭୁବନେଶ୍ବରରେ ଆରମ୍ଭ ହୋଇଯାଇଛି। ସ୍ଥାନୀୟ ଜନତା ମଇଦାନରେ ଆୟୋଜିତ ଏହି ଦୁଇ ଦିନିଆ ଶିଳ୍ପ ସମ୍ମିଳନୀ ବୁଧବାର ସନ୍ଧ୍ୟାରେ ଶେଷ ହେବ। ଏହାରି ମଧ୍ୟରେ  ଷ୍ଟାର୍ଟଅପ୍ ଓଡ଼ିଶା, ସ୍କିଲ୍‌ଡ ଇନ୍ ଓଡ଼ିଶା ଓ ମହିଳା ଉଦ୍ୟମିତା ଉପରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହା ବ୍ୟତୀତ ସିଇଓ ରାଉଣ୍ଡ୍‌ଟେବୁଲ୍‌, ମହିଳା ନେତୃତ୍ବ ରାଉଣ୍ଡ୍‌ଟେବୁଲ୍ ଓ ଏଡିଟର୍ସ ରାଉଣ୍ଡ୍‌ଟେବୁଲ୍ ଅନୁଷ୍ଠିତ ହେଉଛି। କନ୍‌କ୍ଲେଭ୍‌ର ପ୍ରଥମ ଦିନରେ ୫ଟି ଓ ଦ୍ବିତୀୟ ଦିନରେ ୧୦ଟି ଅଧିବେଶନ ଅନୁଷ୍ଠିତ ହେଉଛି। ପ୍ରଥମ ଦିନର ଅପରାହ୍‌ଣ ସୁଦ୍ଧା ୫୪ଟି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିବା ନେଇ ରାଜ୍ୟ ଶିଳ୍ପ ସଚିବ ହେମନ୍ତ ଶର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

    ଶ୍ରୀ ଶର୍ମା କହିଛନ୍ତି, ଉତ୍କର୍ଷ ଓଡ଼ିଶା-ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୫ ମାଧ୍ୟମରେ ୪ର ୪.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆସିବ। ଏପର୍ଯ୍ୟନ୍ତ ଆଦାନୀ ଗ୍ରୁପ ସହିତ ବଡ଼ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଏହି ଗ୍ରୁପ ସହିତ ୨.୨୮ ଲକ୍ଷ କୋଟି ଟଙ୍କାର ଏମ୍‌ଓୟୁ ହୋଇଛି। ସେହିପରି କେନ୍ଦୁଝରରେ ୫ ନିୟୁତ ଟନ୍‌ର ଷ୍ଟିଲ ପ୍ଲାଣ୍ଟ ପାଇଁ ଜେଏଏସ୍‌ଡବ୍ଲ୍ୟୁ ଏମ୍‌ଓୟୁ କରିଛି। ରାଜ୍ୟ ସରକାର ବିର୍ଲା ଗ୍ରୁପ ସହିତ ଏକ ନୂଆ ଏମ୍‌ଓୟୁ କରିଛନ୍ତି। ଏପର୍ଯ୍ୟନ୍ତ ୧୦୦ରୁ ଊର୍ଦ୍ଧ୍ବ ଇଣ୍ଟେଣ୍ଟ ଆସିଛି। କିନ୍ତୁ ସବୁ ଏମ୍‌ଓୟୁ କରିବା ସମ୍ଭବପର ନୁହେଁ।

    ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଓ ୨୦୪୭ ସୁଦ୍ଧା ବିକଶିତ ଭାରତକୁ ନଜରରେ ରଖି ‌ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ ପ୍ରସ୍ତୁତ କରାଯାଇଛି। ‌ରାଜ୍ୟର ନିବେଶ ସମ୍ଭାବନା କ୍ଷେତ୍ରଗୁଡ଼ିକୁ ସେଥିରେ ପ୍ରଦର୍ଶିତ କରାଯାଉଛି। ପାରମ୍ପରିକ ଧାତବ, ଖଣି ଓ ଖଣିଜ କ୍ଷେତ୍ର ବ୍ୟତୀତ ଏଥିରେ ବୟନ, ପେଟ୍ରୋକେମିକାଲ୍‌ସ, ଅକ୍ଷୟ ଶକ୍ତି, ସବୁଜ ଇନ୍ଧନ ଓ ସର୍କୁଲାର ଅର୍ଥନୀତି ଉପରେ ବିଶେଷ ଜୋର ଦିଆଯାଉଛି। ଜାନୁଆରି ୩୦ରେ ମେକ୍ ଇନ୍ ଓଡ଼ିଶା ଏକ୍ସପୋ ସାଧାରଣ ଜନତାଙ୍କ ପରିଦର୍ଶନ ପାଇଁ ଖୋଲାଯିବ। ସେଥିରେ ୧୫୦ରୁ ଅଧିକ ପ୍ରଦର୍ଶନକାରୀ ସେମାନଙ୍କ ଉତ୍ପାଦ, ସେବା ଓ ସମାଧାନ ପ୍ରଦାନ କରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ