Friday, October 2, 2026
22.2 C
Odisha

    ଚାକିରି ସମୟରେ ମିଳିଲାନି: ଘୋଷଣାର ୩ବର୍ଷ ପରେ ମିଳିଲା ରାଜ୍ୟପାଳ ପୁରସ୍କାର

    ଆଗକୁ ପଢନ୍ତୁ

    କୋରାପୁଟ: ୨୦୨୧ ମସିହାରେ ଶ୍ରେଷ୍ଠ କର୍ତ୍ତବ୍ୟ ପାଇଁ ରାଜ୍ୟପାଳ ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି ଅବସରପ୍ରାପ୍ତ ସବ୍‌ ଇନିସପେକ୍ଟର ସୁଦର୍ଶନ ଅଧିକାରୀ। ତାଙ୍କୁ ରାଜ୍ୟପାଳଙ୍କ ସଭାଗୃହ ପରିସରରେ ରାଜ୍ୟପାଳ  ହରିବାବୁ କାମ୍ଭମପତି ପୁରସ୍କାରରେ ସମ୍ବର୍ଦ୍ଧିତ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଡିଜିପି ପୁଲିସ ୱାଇବି ଖୁରାନିଆଙ୍କ ସହ ରାଜ୍ୟର ବହୁ ବରିଷ୍ଠ ପୁଲିସ ଅଧିକାରୀ ଏହି ପୁରସ୍କାର ବିତରଣୀ ଉତ୍ସବରେ ଭାଗ ନେଇଥିଲେ। ହେଲେ ବିଡମ୍ବନାର ବିଷୟ ହେଉଛି ୨୦୨୨ମସିହାରେ ସେ ପାଇବାକୁ ଥିବା ଏହି ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରିବା କଥା ପୁରୁଣା ସରକାର ଭୁଲି ଯାଇଥିଲେ। ଯାହା ହେଉ ନୂଆ ସରକାର ଆସିବା ପରେ ଏହି ପୁରସ୍କାର ପ୍ରଦାନ କରାଯାଇଛି।

    ତେବେ ପୁରସ୍କାର ପାଇବା ବେଳକୁ ଅଧିକାରୀ ଜଣକ ଅବସର ନେଇ ସାରିଲେଣି। ସେ ଚାକିରି କାଳରେ ଏହି ପଦବି ପାଇଥିଲେ ଅଧିକ ଖୁସି ହେବା ସହ କାମ କରିବା ଦିଗରେ ସେ ବେଶୀ ଉତ୍ସାହିତ ହୋଇଥାନ୍ତେ। ଜୀବନରେ ଏଭଳି ସମ୍ମାନ କାଁ ଭାଁ ମିଳେ ତାହା ଚାକିରିକାଳରେ ମିଳିଥିଲେ ଆହୁରି ଅଧିକ ଆତ୍ମସନ୍ତୋଷ ମିଳିଥାନ୍ତା‌ ବୋଲି କହିଛନ୍ତି ଅବସରପ୍ରାପ୍ତ ପୁଲିସ ଅଧିକାରୀ ସୁଦର୍ଶନ। ଅବସର ନେବା ପରେ ପୁଣି ଥରେ ୟୁନିଫର୍ମ ପିନ୍ଧି ପୁରସ୍କାର ନେଇ ଖୁସି ଅନୁଭବ କରୁଛି ବୋଲି କହିଛନ୍ତି ଶ୍ରୀ ଅଧିକାରୀ। ୨୦୨୧ମସିହାରେ ଶ୍ରୀ ଅଧିକାରୀ ଡିଜିପି ଡିସ୍କ, ଡିଜିପି କମେଣ୍ଡସନ, ଓଅଭ୍ୟନ୍ତରୀଣ ସୁରକ୍ଷା ସେବା ପଦକ ପାଇଥିଲେ।

    ପୁଲିସ ବ୍ୟବସ୍ଥାରେ ଏହି ପଦକର ବିଶେଷ ମହତ୍ତ୍ବ ରହିଛି। ରାଜ୍ୟ ସରକାର ସବୁ ଦିନ କିଛି ନା କିଛି ଛୋଟ ବଡ ସରକାରୀ କାର୍ଯ୍ୟକ୍ରମ କରୁଛନ୍ତି। ଅଥଚ ଏହି ସ୍ବତନ୍ତ୍ର ସାମରିକ ପରମ୍ପରା ପାଳନ ଲାଗି ଉତ୍ସବଟିଏ ଆୟୋଜନ କରିବାକୁ ଗୃହ ବିଭାଗ ଦିନଟିଏ ପାଉନାହିଁ। ଏହି ଖବରଟି ପୁଲିସ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ନିକଟ ଅତୀତରେ ନୁହେଁ, ୧୯୫୧ ମସିହାରୁ ଭାରତବର୍ଷରେ ରାଷ୍ଟ୍ରପତି ଓ ରାଜ୍ୟପାଳ ପୁଲିସ ପଦକ ବ୍ୟବସ୍ଥା ରହିଛି।ଗୃହ ବିଭାଗ ଏହାକୁ ଗୋଟିଏ ସ୍ବତନ୍ତ୍ର ଅଳଙ୍କାରୀକରଣ ଉତ୍ସବ ଆୟୋଜନ କରି ଅତିଥିଙ୍କ ମାଧ୍ୟମରେ ସଂପୃକ୍ତ ଅଧିକାରୀଙ୍କ ସାର୍ଟରେ ଲଗାଇବାର ବ୍ୟବସ୍ଥା ରହିଛି। ବୁଦ୍ଧିଜୀବୀ ମହଲର କହିବା କଥା ହେଉଛି, ପୁଲିସ ସାରା ରାଜ୍ୟକୁ ସୁରକ୍ଷା ଦେଉଛି। ଦିନରାତି ଖରାବର୍ଷାକୁ ଖାତିର ନକରି ଜୀବନକୁ ବାଜି ଲଗାଇ ଲୋକଙ୍କୁ ସୁରକ୍ଷା ପ୍ରଦାନ କରୁଛି। ହେଲେ ସେମାନଙ୍କୁ ଯେତେବେଳେ ଜୀବନର ଶ୍ରେଷ୍ଠ ସ୍ବୀକୃତି ମିଳିବା କଥା, ତାହା ପ୍ରଦାନ କ୍ଷେତ୍ରରେ ଉଦାସୀନତା ଆଦୌ ଗ୍ରହଣୀୟ ନୁହେଁ। କାହିଁକି ଗୃହ ବିଭାଗ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଭୁଲିଗଲେ। ଏହା କ’ଣ ଆମ ପୁଲିସକୁ ସମ୍ମାନ?

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ