Saturday, April 19, 2025
40.3 C
Odisha

    ଆନ୍ଧ୍ର ପୁଅକୁ ଚୂନା ଲଗାଇଲା ଓଡ଼ିଶା ଝିଅ, ନିର୍ବନ୍ଧ ପରେ ୩ଲକ୍ଷର ସୁନା ଅଳଙ୍କାର ନେଇ ମାରିଲା ଚମ୍ପଟ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆନ୍ଧ୍ର ପୁଅକୁ ଚୂନା ଲଗାଇଲା ଓଡ଼ିଶା ଝିଅ । ନିର୍ବନ୍ଧ କରି ସୁନା ନେଇ ମାରିଲେ ଚମ୍ପଟ । ସାମ୍ନାକୁ ଆସିଲା ଏପରି ଏକ ରୋଚକ ଲୁଟ । ଭୁବନେଶ୍ବରର ନୟାପଲ୍ଲୀ ଥାନାରେ ଏତଲା ଦେଲେ ବରପକ୍ଷ ।ସୂଚନା ଅନୁସାରେ ଭୁବନେଶ୍ବରର ଜଣେ ମଧ୍ୟସ୍ଥିଙ୍କ ସହାୟତାରେ ଆନ୍ଧ୍ରପ୍ରଦେଶ ଇଚ୍ଛାପୁରମର ଜଣେ ଯୁବକ ଭୁବନେଶ୍ବରରେ ଝିଅ ଦେଖିଲେ । ଏହାପରେ ଦୁଇ ପରିବାରର ସହମତିରେ ନିର୍ବନ୍ଧ ମଧ୍ୟ ପିକ୍ସ କରାଗଲା । କିଛି ଦିନ ପୂର୍ବରୁ ଏକ ହୋଟେଲରେ ନିର୍ବନ୍ଧ ମଧ୍ୟ ସରିଲା । ନିର୍ବଦ୍ଧ ସମୟରେ ଆନ୍ଧ୍ର ପରମ୍ପରା ଅନୁସାରେ ଝିଅକୁ ଲୁଗାପଟା ସହ ୩ଲକ୍ଷ ଟଙ୍କାର ସୁନା, ୨୦ ହଜାର ଟଙ୍କାର ରୂପା ଅଳଙ୍କାର ଓ ନଗଦ ଲକ୍ଷେ ଟଙ୍କା ଦିଆଗଲା ।

    ଗତ ୨୩ ତାରିଖ ଦିନ ଭୁବନେଶ୍ବର କୋର୍ଟରେ ବାହାଘର ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ହେଲେ ବାହାଘର ଦିନ ଝିଅ ଓ ତାଙ୍କ ପରିବାର ଧରାଛୁଆଁ ଦେଲେନି । ମଧ୍ୟସ୍ଥି ମାଧ୍ୟମରେ ଝିଅ ଘର ପକ୍ଷରୁ ଯୋଗାଯୋଗ କରିବାରୁ ସେମାନେ ଆଉ ଝିଅକୁ ବାହାଘର କରିବେ ନାହିଁ ବୋଲି କହିଥିଲେ ।ଅନ୍ୟପଟେ ବରଘର ପକ୍ଷରୁ ଦିଆଯାଇଥିବା ସମସ୍ତ ଅଳଙ୍କାର ଓ ଟଙ୍କା ଫେରାବାକୁ ସଫା ସଫା ମନା କରିଦେଲେ। ଠକେଇର ଶିକାର ହୋଇଥିବା ଜାଣି ଭୁବନେଶ୍ବର ନୟାପଲ୍ଲୀ ଥାନାରେ ପୁଅ ଘର ପକ୍ଷରୁ ଅଭିଯୋଗ କରାଯାଇଛି । ତେବେ ସମ୍ପୃକ୍ତ ଝିଅ ପୂର୍ବରୁ ବିବାହ କରିଥିବା ବେଳେ ସ୍ବାମୀଙ୍କୁ ଛାଡ଼ପତ୍ର ନଦେଇ ଦ୍ବିତୀୟ ବିବାହ କରୁଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    40.3 ° C
    40.3 °
    40.3 °
    15 %
    2.5kmh
    49 %
    Sat
    40 °
    Sun
    43 °
    Mon
    43 °
    Tue
    44 °
    Wed
    45 °

    ସମ୍ବନ୍ଧିତ