Thursday, September 19, 2024
25.2 C
Odisha

    ଆପଣଙ୍କ ସାମ୍ନାରେ ଥିବା ବ୍ୟକ୍ତି ସତ କହୁଛି ନା ମିଛ ଜାଣିବେ କିପରି

    ଆଗକୁ ପଢନ୍ତୁ

    ମଣିଷ ପାଖରେ ଥିବା ମସ୍ତିସ୍କ ଏକ ଏପରି ଶକ୍ତି ଯାହାକି ଦୁନିଆର ବଡ଼ ବଡ଼ ଶକ୍ତିକୁ ହରାଇ ଦେଇପାରେ । ମଣିଷ ଶରିର ଉପରେ କେବଳ ମସ୍ତିସ୍କ ହିଁ ନିୟନ୍ତ୍ରଣ କରିଥାଏ । ଠିକ-ଭୁଲ, ଭଲ-ଖରାପ ବିଷୟରେ ମସ୍ତିସ୍କ ହିଁ ପ୍ରଥମେ ସୂଚନା ଦେଇଥାଏ । ଏହାସହିତ ମସ୍ତିସ୍କ ମଣିଷର ପ୍ରତ୍ୟେକ ଗତିବିଧି ଉପରେ ଛୋଟ ଛୋଟ ଇସାରା ଦେଇଥାଏ, ଯାହାକୁ ଆମେ ଅଣଦେଖା କରିଥାଉ । ଏପରି ମଧ୍ୟ କୁହାଯାଇପାରେ ଯେ ଆମେ ଏହି ଇସାରାକୁ ବେଳେବେଳେ ବୁଝିପାରିନଥାଉ । ସତ ଓ ମିଛ ମଧ୍ୟରେ ଫରକ ଜାଣିବା ପାଇଁ ମଧ୍ୟ ମସ୍ତିଷ୍କ ଠିକ ଏହିଭଳି ଇସାରା ଦେଇଥାଏ ।

     

    ଆମର ମସ୍ତିସ୍କ ଦୁଇ ଭାଗରେ ବିଭକ୍ତ ଯାହାକି ରାଇଟବ୍ରେନ ଓ ଲେଫ୍ଟବ୍ରେନ ନାମରେ ଜଣାଯାଇଥାଏ । ରାଇଟ ବ୍ରେନରେ ସବୁବେଳେ କିଛି ନୂଆ ଆସିଥାଏ ଅର୍ଥାତ କିଛି ନୂଆ ଆଇଡ଼ିଆ ସର୍ବଦା ରାଇଟ ବ୍ରେନରେ ଆସିଥାଏ । ଲେଫ୍ଟବ୍ରେନ କେବଳ ମନେରଖିବା ପାଇଁ ରହିଥାଏ ତଥା ଆପଣଙ୍କ ଜୀବନର ସମସ୍ତ କଥା ଲେଫ୍ଟ ବ୍ରେନ ମଧ୍ୟରେ ରହିଥାଏ ।

    କିପରି ଜାଣିବେ ସାମନାଲୋକ ସତ କହୁଛି କି ମିଛ ?

    ଯେପରିକି ଆମେ ଜାଣିଲେ ଯେ ରାଇଟବ୍ରେନରେ ସବୁକଥା ନୂଆ ଆସିଥାଏ । ଏପରିସ୍ଥଳେ ଯଦି ଆପଣଙ୍କ ସାମ୍ନାରେ କୌଣସି ଲୋକ କିଛି କହିବା ସମୟରେ ତାର ଆଖି ବାରମ୍ବାର ଡାହାଣକୁ ଇସାରା କରୁଛି ତାହେଲେ ଏହାର ଅର୍ଥ ସାମ୍ନାଲୋକ ମିଛ କହୁଛି । ସେହିଲୋକଟି ଆପଣଙ୍କ ସାମ୍ନାରେ ହିଁ ନିଜ ଦିମାଗରେ ନୂଆ ନୂଆ କଥା ସୃଷ୍ଟି କରୁଛି ।

    ତେବେ ଯଦି ସେହି ଲୋକଟିର ଆଖି ବାରମ୍ବାର ବାମ ଆଡକୁ ଇସାରା କରୁଛି ତାହେଲେ ଏହାର ଅର୍ଥ ଲୋକଟି ସତକଥା କହୁଛି କାରଣ ଲେଫ୍ଟ ବ୍ରେନରେ ରହିଥିବା କଥା ଗୁଡିକୁ ସେ ବାରମ୍ବାର ମନେପକାଇ କହୁଛି ଯାହା ତା ସହିତ ଘଟିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    91 %
    1.1kmh
    100 %
    Thu
    25 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ