Sunday, May 18, 2025
34.5 C
Odisha

    ଆପଣ ଜାଣିଛନ୍ତି ଖରାଦିନରେ ମୁଁହ ପାଇଁ ଆଲମଣ୍ଡ ଅଏଲ କେତେ ଉପଯୋଗୀ ?

    ଆଗକୁ ପଢନ୍ତୁ

    ଖରାଦିନ ଆସିବା ମାତ୍ରେ ସମସ୍ତେ ଚିନ୍ତାରେ ରହିଥାନ୍ତି । ସ୍କିନକୁ ନେଇ ଅନେକ ସମସ୍ୟା ଦେଖା ଦେଇଥାଏ । ଖରାଦିନରେ ଧୂଳି, ମଳି, ଅତ୍ୟଧିକ ଝାଳ ପାଇଁ ଆମ ସ୍କିନରେ ଚମକକୁ କମାଇଦେଇଥାଏ । ଝିଅମାନେ ବିଶେଷ କରି ତାଙ୍କ ତ୍ୱଚା ପାଇଁ ଅଧିକ ସଚେତନ ରହିଥାନ୍ତି । ସେହି ସବୁ ସମସ୍ୟାର ସାମ୍ନା ନକରିବା ପାଇଁ ଅନେକ ଜିନିଷ ମୁଁହରେ ବ୍ୟବହାର କରିଥାନ୍ତି । ବାଦାମ ତେଲ ଚମକ ତ୍ୱଚା ପାଇଁ ବିବେଚନା କରାଯାଏ । ଗରମ କାରଣରୁ ତେଲ ଲଗାଇବା ଦ୍ୱାରା ମୁଁହରେ ବ୍ରଣ, ତେଲିଆ ଭଳି ଲାଗିଥାଏ । ହେଲେ କିନ୍ତୁ ଜାଣିଛନ୍ତି କି ମୁଁହରେ ଖରାଦିନରେ ବାଦାମ ତେଲ ଲଗାଇବା କେତେ ଲାଭଦାୟକ ? ତେବେ ଆସନ୍ତୁ ସେ ସମ୍ପର୍କରେ ଜାଣିବା ।

    ଚର୍ମକୁ ଗଭୀର ଭାବରେ ମଇଶ୍ଚରାଇଜ୍ କରେ : ବାଦାମ ତେଲ ତ୍ୱଚାର ଭିତରକୁ ଯାଇ ହାଇଡ୍ରେଟ୍ କରେ । ଗ୍ରୀଷ୍ମ ଋତୁରେ, ଯେତେବେଳେ ଚର୍ମ ଜଳୀୟ ଅଂଶର ମାତ୍ରା ଠିକ ରହିବ ଫଳରେ ଏହି ତେଲ ତ୍ୱଚାକୁ ନରମ ରଖିବାରେ ସହାୟକ ହୁଏ । ଡାର୍କ ସର୍କଲ୍ କୁ ମଧ୍ୟ ଦୂର କରିଥାଏ । ଏଥିରେ ଭିଟାମିନ୍ E ଥିବାରୁ ଆଖି ତଲେ ଥିବା କଳା ଦାଗ କମାଇଥାଏ । ରାତିରେ ଶୋଇବା ପୂର୍ବରୁ ହାତରେ ହାଲକା ମାଲିସ୍ କଲେ ତ୍ୱଚା ପାଇଁ ପ୍ରଭାବଶାଳୀ ହୋଇଥାଏ ।

    ସୂର୍ଯ୍ୟ କିରଣରୁ ରକ୍ଷା କରେ : ବାଦାମ ତେଲରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଫ୍ୟାଟି ଏସିଡ୍ ଗୁଣ ଥିବା କାରଣରୁ ସୂର୍ଯ୍ୟର କିରଣରୁ ଏହା ରକ୍ଷା କରିଥାଏ । ଏହାକୁ ସନସ୍କ୍ରିନ୍ ସହିତ ମିଶାଇ ଲଗାଇବା ଦ୍ୱାରା ସ୍କିନ ପାଇଁ ଲାଭପ୍ରଦ ହୋଇଥାଏ ।

    ବ୍ରଣ ପ୍ରବଣ ଚର୍ମ ପାଇଁ ସୁରକ୍ଷିତ : ଅନେକ ଲୋକ ଭାବନ୍ତି ଯେ ତେଲିଆ ଚର୍ମରେ ତେଲ ଲଗାଇବା ଭଲ ନୁହେଁ, କିନ୍ତୁ ବାଦାମ ତେଲ ନନ୍-କମେଡୋଜେନିକ୍ ଥିବାରୁ ବ୍ରଣ ହେବାରୁ ରୋକିଥାଏ ।

    ଗ୍ରୀଷ୍ମ ଋତୁରେ ବାଦାମ ତେଲ କିପରି ବ୍ୟବହାର କରିବେ : ଗ୍ରୀଷ୍ମ ଋତୁରେ ବାଦାମ ତେଲ ଦିନରେ ଲଗାଇବା ଅପେକ୍ଷା ରାତିରେ ଶୋଇବା ପୂର୍ବରୁ ଏହାକୁ ଲଗାନ୍ତୁ । ଯାହା ଦ୍ୱାରା ତେଲ ତ୍ୱଚାରେ ଭଲ ପ୍ରଭାବ ପକାଇଥାଏ । ଏହା ବ୍ୟତୀତ ମୁଁହ ତେଲିଆ ଭଳି ଅନୁଭବ ହୁଏ ନାହିଁ ।
    ମୁହଁରେ ଅଧିକ ତେଲ ଲଗାଇବା ଦ୍ୱାରା ସ୍କିନରେ ଧୂଳି ଜମା ହୋଇ ତ୍ୱଚାକୁ ଖରାପ କରିଥାଏ । ତେଣୁ କେବଳ ୨-୩ ବୁନ୍ଦା ମୁଁହ ପାଇଁ ଯଥେଷ୍ଟ ।

    ବାଦାମ ତେଲକୁ ମୁଲତାନି ମାଟି, ଆଲୋଭେରା ଜେଲ୍ କିମ୍ବା ମହୁ ସହିତ ମିଶାଇ ଫେସ୍ ପ୍ୟାକ୍ ଭାବରେ ମଧ୍ୟ ବ୍ୟବହାର କରାଯାଇପାରିବ । ଏହା ତ୍ୱଚାକୁ ସତେଜ ରଖିଥାଏ ।

    ଗ୍ରୀଷ୍ମ ଋତୁରେ ମୁହଁରେ ବାଦାମ ତେଲ ଲଗାଇବା ସମ୍ପୂର୍ଣ୍ଣ ନିରାପଦ। ଏହାକୁ ସଠିକ୍ ପରିମାଣରେ ସହିତ ଉଚିତ ସମୟରେ ବ୍ୟବହାର କରିବା ଆବଶ୍ୟକ । ଯାହା ଆମ ଚମକଦାର ତ୍ୱଚା ପାଇଁ ସହାୟକ କରିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    34.5 ° C
    34.5 °
    34.5 °
    42 %
    2.4kmh
    68 %
    Sun
    38 °
    Mon
    39 °
    Tue
    41 °
    Wed
    37 °
    Thu
    34 °

    ସମ୍ବନ୍ଧିତ