Monday, April 6, 2026
31.8 C
Odisha

    ଆଫଗାନିସ୍ତାନ ଉପରେ ପାକିସ୍ତାନର ବଡ଼ ଏୟାରଷ୍ଟ୍ରାଇକ୍, ୧୭ ମୃତ

    ଆଗକୁ ପଢନ୍ତୁ

    ପାକିସ୍ତାନ : ପାକିସ୍ତାନ ଆଫଗାନିସ୍ତାନ ଉପରେ ଏକ ବଡ଼ ଏୟାରଷ୍ଟ୍ରାଇକ୍ କରିଛି । ପାକିସ୍ତାନ ପୁଣି ଥରେ ଆଫଗାନିସ୍ତାନରେ ପଶି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ଆକ୍ରମଣଗୁଡ଼ିକ ଆଫଗାନିସ୍ତାନର ଘନି ଖେଲୋ ଏବଂ ଗରଦା ସାମିଆ ଜିଲ୍ଲାରେ ହୋଇଥିବା ଜଣାପଡିଛି । ଯେଉଁ ଆକ୍ରମଣରେ ସାଧାରଣ ନାଗରିକଙ୍କ ଆବାସିକ ଅଞ୍ଚଳକୁ ଟାର୍ଗେଟ କରାଯାଇଛି । ଫଳରେ ୧୭ ଜଣ ଆଫଗାନିସ୍ତାନ ନାଗରିକଙ୍କ ମୃତ୍ୟୁ ହୋଇଛି ।

    ସୂଚନାନୁଯାୟୀ, ପାକିସ୍ତାନୀ ସେନା ଏକ ବିମାନ ଆକ୍ରମଣ ସମୟରେ ପାକଟିକାର ବାରମଲ୍ ଜିଲ୍ଲାରେ ଏକ ମଦ୍ରାସାକୁ ଟାର୍ଗେଟ କରିଥିଲା । ଏହି ଆକ୍ରମଣରେ ମଦ୍ରାସା ସମ୍ପୂର୍ଣ୍ଣ ଧ୍ୱଂସ ପାଇଯାଇଥିଲା । ଉରଗୁନ୍ ଜିଲ୍ଲା ସହିତ ନଙ୍ଗରହାରର ଖୋଗିଆନି, ବେହସୁଦ୍ ଏବଂ ଘନି ଖେଲ ଜିଲ୍ଲାରେ ମଧ୍ୟ ଏୟାରଷ୍ଟ୍ରାଇକ୍ କରିଥିଲା ।

    ଏହାରି ମଧ୍ୟରେ ଆଫଗାନିସ୍ତାନ ସୀମା ଆରପାରିରେ ୭ଟି ଆତଙ୍କବାଦୀ ଶିବିର ଏବଂ ଆଡ୍ଡାକୁ ଟାର୍ଗେଟ କରି ବିମାନ ଆକ୍ରମଣ କରିଛି ବୋଲି ପାକିସ୍ତାନ ଦାବି କରିଛି । ପାକିସ୍ତାନ କହିଛି ଯେ, ଏହି ଆଡ୍ଡାଗୁଡ଼ିକ ତେହରିକ-ଏ-ତାଲିବାନ ପାକିସ୍ତାନ ଏବଂ ଇସଲାମିକ୍ ଷ୍ଟେଟ୍-ଖୋରାସାନ ସହିତ ଜଡିତ ବ୍ୟକ୍ତିମାନଙ୍କର ଥିଲା ।  ଆହୁରି ମଧ୍ୟ ପାକିସ୍ତାନ କହିଛି ଯେ, ଇସଲାମାବାଦ, ବାଜୌର ଏବଂ ବାନୁର ଇମାମ ବାରଗାରେ ହୋଇଥିବା ବିସ୍ଫୋରଣ ସମେତ ସମ୍ପ୍ରତି ଆତ୍ମଘାତୀ ଆକ୍ରମଣର ଜବାବରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଅନ୍ୟପଟେ ପାକିସ୍ତାନ ଦୀର୍ଘ ସମୟ ଧରି ଅନ୍ତର୍ଜାତୀୟ ଯାଞ୍ଚର ସମ୍ମୁଖୀନ ହୋଇଆସୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.8 ° C
    31.8 °
    31.8 °
    38 %
    6kmh
    61 %
    Mon
    30 °
    Tue
    37 °
    Wed
    39 °
    Thu
    39 °
    Fri
    39 °

    ସମ୍ବନ୍ଧିତ