Sunday, April 12, 2026
25.2 C
Odisha

    ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

    ଆଗକୁ ପଢନ୍ତୁ

    ସୁନ୍ଦରଗଡ଼  : ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ ଦେହରେ ନିଆଁ ଲଗାଇ ଜୀବନ ହାରିବାକୁ ଚେଷ୍ଟା କରିଛନ୍ତି। ଆଜି ଆଇଜିଏଚ୍‌ ମେଡିକାଲ୍‌ ଯାଇ ପୀଡିତାଙ୍କୁ ଭେଟିଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ୍ ମହାଲିଙ୍ଗ। ପୀଡିତାଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଭେଟିଛନ୍ତି। ଏବଂ କହିଛନ୍ତି ପୀଡିତାଙ୍କ ଅବସ୍ଥା ଗୁରୁତର ରହିଛି , ଆବଶ୍ୟକ ପଡିଲେ ଏୟାର ଲିଫ୍ଟ କରାଯିବ। ଭୁବନେଶ୍ଵର ଏମ୍ସ କିମ୍ବା ଦିଲ୍ଲୀକୁ ଏୟାରଲିଫ୍ଟ କରାଯାଇପାରେ।

    ସୂଚନା ଅନୁଯାୟୀ ରାଜଗାଙ୍ଗପୁର ସରବତୀ ଦେବୀ ମହିଳା ମହାବିଦ୍ୟାଳୟରେ ଯୁକ୍ତ ତିନି ଦ୍ବିତୀୟ ବର୍ଷର ସଂପୃକ୍ତ ଛାତ୍ରୀଜଣଙ୍କ ଗତକାଲି ଅପରାହ୍ନରେ ସେ କଲେଜରୁ ଘରକୁ ଗଲା ପରେ ଗାଁର ଜଣେ ଯୁବକ ସହ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ବିଳମ୍ବିତ ରାତିରେ ସେ ନିଜ ଦେହରେ କିରାସିିନି ଢାଳି ନିଆଁ ଲଗାଇ ଦେଇଥିଲେ। ଘର ଲୋକେ ତାକୁ ଗୁରୁତର ଅବସ୍ଥାରେ ପ୍ରଥମେ ରାଜଗାଙ୍ଗପୁର ଡାକ୍ତରଖାନା ଓ ପରେ ରାଉରକେଲା ଜେନେରାଲ ହସପିଟାଲକୁ ନେଇଥିଲେ।

    ଆରକ୍ଷୀ ଅଧୀକ୍ଷକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁରୁଷ ବନ୍ଧୁ ନୀଳେଶ ବାରମ୍ବାର ପ୍ରେମ ନିବେଦନ କରୁଥିଲା। ବାଳିକା ମନା କରିବାରୁ ତାକୁ ମାନସିକ ନିର୍ଯାତନା ଦେଉଥିଲା। ଏଥିରେ ଅତିଷ୍ଠ ହୋଇ ବାଳିକାଟି ଆତ୍ମହତ୍ୟା ଉଦ୍ୟମ କରିଥିଲା। ତାଙ୍କ ଦେହର ପ୍ରାୟ ୯୦ ପ୍ରତିଶତ ଜଳି ଯାଇଛି। ପୀଡ଼ିତା ଜଣେ ନାବାଳିକା ଓ ସେ ତା’ ପୁରୁଷ ବନ୍ଧୁର ‌ମାନସିକ ନିର୍ଯାତନାରେ ଅତିଷ୍ଠ ହୋଇ ଜୀବନ ହାରିବାକୁ ଉଦ୍ୟମ କରିଥିବା ସୁନ୍ଦରଗଡ଼ ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଲ କୌର କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.2 ° C
    25.2 °
    25.2 °
    17 %
    1.7kmh
    0 %
    Sat
    25 °
    Sun
    40 °
    Mon
    41 °
    Tue
    42 °
    Wed
    44 °

    ସମ୍ବନ୍ଧିତ