Friday, September 20, 2024
24.1 C
Odisha

    ଆମେରିକାରୁ ବିଜେପି ସରକାରକୁ ସମାଲୋଚନା କଲେ ରାହୁଲ

    ଆଗକୁ ପଢନ୍ତୁ

    ଆମେରିକା ଗସ୍ତ ଅବସରରେ କେନ୍ଦ୍ରକୁ ନିଶାନା କଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। ୩ ଦିନିଆ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ରାହୁଲ। ଏହି ଅବସରରେ ରାହୁଲ ଗାନ୍ଧି ବିଭିନ୍ନ ମୁଦ୍ଦା ଉପରେ ଆଲୋଚନା କରିଛନ୍ତି । ଟେକ୍ସାସର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ ସେ ବିଜେପି ସରକାର ଉପରେ ବର୍ଷିଥିଲେ । ରାହୁଲ କହିଥିଲେ, ଆରଏସଏସ୍ ବିଶ୍ୱାସ କରେ ଯେ ଭାରତ ଏକ ନୂଆ ବିଚାର । କିନ୍ତୁ କଂଗ୍ରେସ ବିଶ୍ୱାସ କରେ ଯେ, ଭାରତ ବିଚାରର ବହୁଳତା ଅଟେ । ଆମେ ଭାବୁଛୁ ସମସ୍ତ ଭାରତୀୟଙ୍କୁ ସ୍ୱପ୍ନ ଦେଖିବା ପାଇଁ ଅନୁମତି ଦେବା ଉଚିତ୍ । ସେମାନଙ୍କର ଜାତି, ଭାଷା, ଧର୍ମ, ପରମ୍ପରା କିମ୍ବା ଇତିହାସ ନିର୍ବିଶେଷରେ ସେମାନଙ୍କୁ ଏକ ସ୍ଥାନ ଦିଆଯିବା ଉଚିତ୍ । ଆଉ କହିଛନ୍ତି ମୋଦି ସରକାର ଆମ ଭାଷା, ରାଜ୍ୟ ଏବଂ ଇତିହାସ ଉପରେ ହମଲା କରୁଛନ୍ତି । ଆମ ଧାର୍ମିକ ପରମ୍ପରା ଉପରେ ଆକ୍ରମଣ କରୁଥିବା କହିଛନ୍ତି ରାହୁଲ । ଏହି ସମୟରେ ରାହୁଲ ଭାରତ ଯୋଡ଼ୋ ଯାତ୍ରା ଉପରେ ଆଲୋକପାତ କରିଛନ୍ତି । ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ କିଭଳି ତାଙ୍କ ରାଜନୈତିକ ଦୃଶ୍ୟପଟ୍ଟକୁ ବଦଳାଇ ଦେଇଥିଲା ତାହା କହିଛନ୍ତି । ରାହୁଲ ଗାନ୍ଧି କହିଛନ୍ତି, ଏହି ଯାତ୍ରାର ଉଦ୍ଦେଶ୍ୟ ଥିଲା ଭାରତୀୟ ରାଜନୀତିରେ ଭଲ ପାଇବା ବଢ଼ାଇବା । ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ବହୁ ଗୁରୁତ୍ବପୂର୍ଣ୍ଣ ଶିକ୍ଷା ମିଳିଥିଲା ବୋଲି ରହୁଲ ଗାନ୍ଧି କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    91 %
    1kmh
    100 %
    Thu
    24 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ