Thursday, June 5, 2025
29.3 C
Odisha

    ଆମେରିକାରେ ଇସ୍ରାଏଲ ସମର୍ଥକଙ୍କୁ ଟାର୍ଗେଟ, ପେଟ୍ରୋଲ ବୋମା ଆକ୍ରମଣରେ ୬ ଗୁରୁତର

    ଆଗକୁ ପଢନ୍ତୁ

    ଆମେରିକାରେ ଇସ୍ରାଏଲ ସମର୍ଥକଙ୍କୁ ଟାର୍ଗେଟ । କୋଲୋରାଡୋର ବୋଲ୍ଡର ସହରରେ ଇସ୍ରାଏଲ ବନ୍ଧକଙ୍କ ମୁକ୍ତି ଦାବିରେ ଏକ ପ୍ରଦର୍ଶନ ହେଉଥିଲା । ଏହି ସମୟରେ ଜଣେ ବ୍ୟକ୍ତି ଆକ୍ରମଣ କରିବାରୁ ପାଖାପାଖି ଛଅ ଜଣ ଆହତ ହୋଇଛନ୍ତି । ତେବେ ଘଟଣାରେ ପୋଲିସ ଜଣେ ସନ୍ଦିଗ୍ଧକୁ ଗିରଫ କରିଛି । ଆକ୍ରମଣକାରୀ “ପାଲେଷ୍ଟାଇନ୍ କୋ ଆଜାଦ କରୋ” ସ୍ଲୋଗାନ ଦେଇଥିଲା ଏବଂ ଏକ ଅସ୍ଥାୟୀ ଫ୍ଲେମ୍ ଥ୍ରୋବର୍ ବ୍ୟବହାର କରିଥିବା ଜଣାପଡ଼ିଛି । ଏହି ଘଟଣା ଗାଜାରେ ଚାଲିଥିବା ଯୁଦ୍ଧ ଏବଂ ଉତ୍ତେଜନାକୁ ପ୍ରତିଫଳିତ କରୁଛି ।

    ସୂଚନା ଅନୁସାରେ କୋଲୋରାଡୋର ବୋଲ୍ଡର ସହରରେ ଇସ୍ରାଏଲୀ ବନ୍ଧକଙ୍କ ମୁକ୍ତି ଦାବି କରି ‘ରନ ଫର୍ ଦେୟାର ଲାଇଭ୍ସ’ ନାମକ ଏକ ପ୍ରତିବାଦ ହେଉଥିବା ସମୟରେ ଜଣେ ବ୍ୟକ୍ତି ଆକ୍ରମଣ କରିଥିଲେ । ସେଠାରେ ଥିବା ଏକ ମଲ୍ ସାମ୍ନାରେ ହୋଇଥିବା ଏହି ପ୍ରତିବାଦରେ ଅତି କମରେ ଛଅ ଜଣ ଆହତ ହୋଇଥିଲେ । ପରେ ପୋଲିସ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିଥିଲା । ଏଫବିଆଇ ଏହି ଘଟଣାକୁ ‘ଲକ୍ଷ୍ୟବଦ୍ଧ ଆତଙ୍କବାଦୀ ଆକ୍ରମଣ’ ବୋଲି କହିଥିବା ବେଳେ ଏଫବିଆଇର ସ୍ୱତନ୍ତ୍ର ଏଜେଣ୍ଟ ମାର୍କ ମିଚାଲେକ ଆକ୍ରମଣକାରୀକୁ ଚିହ୍ନଟ କରିଛନ୍ତି । ମାର୍କ ମିଚାଲେକଙ୍କ ଅନୁଯାୟୀ, ସନ୍ଦିଗ୍ଧ ବ୍ୟକ୍ତି ଜଣେ ୪୫ ବର୍ଷୀୟ ବ୍ୟକ୍ତି ହୋଇଥିବା ବେଳେ ତା ନାଁ ମହମ୍ମଦ ସାବ୍ରି ସୋଲିମାନ ବୋଲି ଜଣାପଡିଛି ।

    ମହମ୍ମଦ ସାବ୍ରି ‘ଫ୍ରି ପାଲେଷ୍ଟାଇନ’ ବୋଲି ଚିତ୍କାର କରିଥିଲା ଏବଂ ଆକ୍ରମଣରେ ଏକ ଅସ୍ଥାୟୀ ଫ୍ଲେମ୍ ଥ୍ରୋବର ବ୍ୟବହାର କରିଥିଲା । ଆକ୍ରମଣ ପରେ ହୋଇଥିବା କାର୍ଯ୍ୟାନୁଷ୍ଠାନରେ ସାବ୍ରି ମଧ୍ୟ ଆହତ ହୋଇଥିଲା ତେଣୁ ତାକୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଛି ।

    ଗାଜାରେ ଇସ୍ରାଏଲର ଯୁଦ୍ଧକୁ ନେଇ ଆମେରିକାରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଏହି ଘଟଣା ଘଟିଛି । ଆମେରିକା ଇସ୍ରାଏଲର ସବୁଠାରୁ ବଡ଼ ସହଯୋଗୀ । ତେବେ ଏହି ଯୁଦ୍ଧରେ ଗାଜାର ୫୪,୦୦୦ରୁ ଅଧିକ ଲୋକଙ୍କୁ ହତ୍ୟା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଏବଂ ଶିଶୁ ଅଛନ୍ତି । ଏହି ଯୁଦ୍ଧରେ ପ୍ରାୟ ୨.୩ ନିୟୁତ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଛନ୍ତି । ହମାସ ଏବେ ବି ପ୍ରାୟ ୫୮ଜଣ ଇସ୍ରାଏଲୀଙ୍କୁ ବନ୍ଦୀ କରି ରଖିଛି, ଯାହାଙ୍କୁ ମୁକ୍ତି କରିବା ପାଇଁ ବୋଲ୍ଡରରେ ପ୍ରତିବାଦ କରାଯାଉଥିଲା ।

    ତେବେ ଆକ୍ରମଣକାରୀ ମହମ୍ମଦ ସାବ୍ରି କିଏ?

    ଏଫବିଆଇ ୪୫ ବର୍ଷୀୟ ମହମ୍ମଦ ସାବ୍ରି ସୋଲିମାନଙ୍କୁ ସେହି ସନ୍ଦିଗ୍ଧ ବ୍ୟକ୍ତି ଭାବରେ ଚିହ୍ନଟ କରିଛି । ତେବେ ଇସ୍ରାଏଲ୍ ସମର୍ଥକ ପ୍ରଦର୍ଶନରେ ଅଂଶଗ୍ରହଣ କରୁଥିବା ଲୋକଙ୍କ ଉପରେ ମହମ୍ମଦ ସାବ୍ରି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣର ଭିଡିଓ ଫୁଟେଜ୍ ବର୍ତ୍ତମାନ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଭାଇରାଲ ହେଉଥିବା ଭିଡିଓରେ ସୋଲିମାନ ପ୍ରତିବାଦକାରୀମାନଙ୍କୁ ଆକ୍ରମଣ କରୁଥିବା ଜଣା ପଡ଼ିଛି ।

    ଗାଜାରେ ଯୁଦ୍ଧବିରତି ଏବଂ ଇସ୍ରାଏଲର ଲଗାତାର ଆକ୍ରମଣ ଯୋଗୁଁ ସାରା ବିଶ୍ୱରେ ଇସ୍ରାଏଲ ବିରୋଧରେ ପ୍ରତିବାଦ ହେଉଛି । ଗତ ମାସରେ ୱାଶିଂଟନ ଡିସିରେ ଇସ୍ରାଏଲ ଦୂତାବାସର ଦୁଇଜଣ କର୍ମଚାରୀଙ୍କ ଜୀବନ ନିଆଯାଇଥିଲା । ପରେ ହତ୍ୟାକାଣ୍ଡର ସନ୍ଦିଗ୍ଧ ଏଲିଆସ୍ ରୋଡ୍ରିଗେଜକୁ ଗିରଫ କରାଯାଇଥିଲା । ଏହି ଆକ୍ରମଣ ମଧ୍ୟ ପାଲେଷ୍ଟାଇନକୁ ସମର୍ଥନ ଉଦ୍ଦେଶ୍ୟରେ କରାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.3 ° C
    29.3 °
    29.3 °
    48 %
    1.5kmh
    27 %
    Thu
    28 °
    Fri
    39 °
    Sat
    40 °
    Sun
    42 °
    Mon
    42 °

    ସମ୍ବନ୍ଧିତ