Monday, April 6, 2026
25.5 C
Odisha

    ଆମେରିକାରେ ଶୀତଝଡ଼ ୩୦୦୦ରୁ ଊର୍ଦ୍ଧ୍ବ ବିମାନ ବାତିଲ

    ଆଗକୁ ପଢନ୍ତୁ

    ୱାସିଂଟନ: ଆମେରିକାର ଦକ୍ଷିଣାଞ୍ଚଳରେ ପ୍ରବଳ ଶୀତଝଡ଼ ଯୋଗୁଁ ଶୁକ୍ରବାର ୩,୦୦୦ରୁ ଅଧିକ ବିମାନ ବାତିଲ ହୋଇଥିଲା ଏବଂ ହଜାର ହଜାର ବିମାନ ବିଳମ୍ବିତ ହୋଇଥିଲା। ବିଶେଷ କରି ଡେଲ୍ଟା ଏୟାରଲାଇନ୍ସ ଆଟଲାଣ୍ଟା ଅନ୍ତର୍ଜାତୀୟ ବିମାନବନ୍ଦରର ସମସ୍ତ ୫ଟି ରନୱେକୁ ଦୁଇ ଘଣ୍ଟାରୁ ଅଧିକ ସମୟ ପାଇଁ ଅସ୍ଥାୟୀ ଭାବେ ବନ୍ଦ ରଖିବାକୁ ବାଧ୍ୟ ହୋଇଥିଲା। ଆଟଲାଣ୍ଟାରେ ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଥିବା ଡେଲ୍ଟା ବିମାନଟି ମଧ୍ୟ ଏକ ଗୁରୁତର ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲା। ଇଞ୍ଜିନରେ ତ୍ରୁଟି ଯୋଗୁଁ ବୋଇଂ ୭୫୭-୩୦୦ ବିମାନ ଉଡ଼ାଣକୁ ବନ୍ଦ ରଖାଯାଇଥିଲା। ୨୦୦ରୁ ଅଧିକ ଯାତ୍ରୀ ଓ କର୍ମଚାରୀ ଜରୁରିକାଳୀନ ସ୍ଲାଇଡ୍ ବ୍ୟବହାର କରି ବିମାନରୁ ବାହାରିଥିଲେ।ଟେକ୍ସାସର ଡଲାସ୍ ଫୋର୍ଟ ୱର୍ଥ ଓ ଉତ୍ତର କରୋଲିନାର ଚାର୍ଲୋଟ ଡଗ୍ଲାସ୍ ସମେତ ଅନ୍ୟ ପ୍ରମୁଖ ବିମାନବନ୍ଦରରେ ମଧ୍ୟ ବ୍ୟାପକ ବାଧା ସୃଷ୍ଟି ହୋଇଛି। କେବଳ ଏହି ଦୁଇଟି ବିମାନ ବନ୍ଦରରେ ୧୨୦୦ରୁ ଅଧିକ ବିମାନ ବାତିଲ ହୋଇଛି। ଶୁକ୍ରବାର ଦେଶବ୍ୟାପୀ ମୋଟ ୩ ହଜାରରୁ ଅଧିକ ବିମାନ ବାତିଲ ହୋଇଛି। ସପ୍ତାହ ପ୍ରାରମ୍ଭରେ ଶୀତ ଋତୁରେ ହୋଇଥିବା ଏହି ଝଡ଼ରେ ଅତି କମ୍‌ରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦେଶର କେନ୍ଦ୍ରୀୟ ଓ ପୂର୍ବ ଭାଗରେ ବ୍ୟାପକ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଥିଲା। କେତେକ ଅଞ୍ଚଳରେ ତାପମାତ୍ରା ଶୂନ ଡିଗ୍ରି ଫାରେନହିଟ୍ (-୧୮ ଡିଗ୍ରି ସେଲସିୟସ) ତଳକୁ ଖସି ଆସିଥିବା ବେଳେ ହଜାର ହଜାର ଲୋକ ବିଜୁଳିବିହୀନ ହୋଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.5 ° C
    25.5 °
    25.5 °
    65 %
    3.2kmh
    72 %
    Sun
    25 °
    Mon
    38 °
    Tue
    37 °
    Wed
    38 °
    Thu
    36 °

    ସମ୍ବନ୍ଧିତ