Saturday, May 4, 2024
26.4 C
Odisha

    ଆମ୍ବ ଖାଇବା ପରେ ଭୁଲରେ ବି ସେବନ କରନ୍ତୁ ନାହିଁ ଏହି ଜିନିଷ

    ଆଗକୁ ପଢନ୍ତୁ

    ଅଧିକାଂଶ ଲୋକ ଆମ୍ବ ଖାଇବା ପାଇଁ ପସନ୍ଦ କରିଥାନ୍ତି । ଆମ୍ବରେ ଫାଇବର, ଲୌହ, ସୋଡିୟମ୍‌, କ୍ୟାଲମସିୟମ୍‌, ପୋଟାସିୟମ, ଭିଟାମିନ୍ ‘ଏ’, ‘ସି’ ଭଳି ଅନେକ ପୋଷକ ତତ୍ୱରେ ଭରପୁର । ମୌସୁମି ଫଳ ଭାବରେ ଆମ୍ବର ସେବନ କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ । କିନ୍ତୁ ଆମ୍ବ ସେବନ କରିବା ପରେ କିଛି ଜିନିଷ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ ।

    ୧. ଦହି: ଆୟୁର୍ବେଦ ଅନୁଯାୟୀ ଦହିର ପ୍ରକୃତି ଥଣ୍ଡା ହୋଇଥିବା ବେଳେ ଆମ୍ବର ପ୍ରକୃତି ଗରମ ଅଟେ । ତେଣୁ ଆମ୍ବ ପରେ ଦହି କିମ୍ବା ଆମ୍ବ ସହ ଦହିର ସେବନ କରିବା ଦ୍ୱାରା ଶରୀରରେ ଅଙ୍ଗାରକାମ୍ଳର ମାତ୍ରା ବୃଦ୍ଧି ହୋଇଥାଏ । ଏହା ବାନ୍ତି, ଗ୍ୟାସ୍‌, ପେଟ ଯନ୍ତ୍ରଣା ଭଳି ସମସ୍ୟାର ଆଶଙ୍କାକୁ ବୃଦ୍ଧି କରିଥାଏ ।

    ୨. କଲରା: ଅଧିକାଂଶ ଲୋକମାନେ ଭୋଜନ ସହ ଆମ୍ବ ଖାଇଥାନ୍ତି । କିନ୍ତୁ ଆପଣଙ୍କ ଭୋଜନରେ ଯଦି କଲରା ସହ ଜଡ଼ିତ କୌଣସି ଡିଶ୍ ସାମିଲ ଥିଲେ ଆମ୍ବର ସେବନ ଠାରୁ ଦୂରେଇ ରୁହନ୍ତୁ । କାରଣ ଆମ୍ବ ଏବଂ କଲରା ପେଟରେ ରିଆକ୍ସନ(ପ୍ରତିକ୍ରିୟା) ହୋଇ ବାନ୍ତି, ଝାଡ଼ା ଏବଂ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଭଳି ସମସ୍ୟା ଦେଖାଦେଇଥାଏ ।
    ୩. ମସଲାଯୁକ୍ତ ଖାଦ୍ୟ: ଆପଣ ଲଞ୍ଚ୍ କିମ୍ବା ଡିନରରେ ମସଲାଯୁକ୍ତ ଖାଦ୍ୟ ସେବନ କରୁଥିଲେ ଆମ୍ବ ଖାଆନ୍ତୁ ନାହିଁ । ଏହା ଦ୍ୱାରା ଛାତିରେ ଯନ୍ତ୍ରଣା, ପେଟ ଦରଜ ଭଳି ସମସ୍ୟା ଦେଖାଦେଇଥାଏ । ଏହା ସହ ତ୍ୱଚାରେ rashes କିମ୍ବା ଆଲର୍ଜୀ ହୋଇଥାଏ ।

    ୪. ଆମିଷ: କୌଣସି ଫଳର ସେବନ ପରେ ଆମିଷ ଖାଇବା ନିଷେଧ ଅଟେ । ବିଶେଷ କରି ଆମ୍ବ ଏବଂ ଆମିଷକୁ ହଜମ ହେବା ପାଇଁ ଅଧିକ ସମୟ ଲାଗିଥାଏ । ଆମ୍ବ ପରେ ଆମିଷ ସେବନ କରିବା ଦ୍ୱାରା ହଜମ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଥାଏ ।

    ୫. ପାଣି କିମ୍ବା କୋଲ୍ଡ ଡ୍ରିଙ୍କ୍ : ଅଧିକାଂଶ ସମୟରେ ଫଳ ଖାଇବା ପରେ ଶୋଷ ହୁଏ । କିଛି ଲୋକମାନେ ପାଣି କିମ୍ବା କୋଲ୍ଡ ଡ୍ରିଙ୍କ୍ ପିଇଥାନ୍ତି । ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ । ଆମ୍ବ ଖାଇବାର ତୁରନ୍ତ ପରେ ପାଣି ପିଇବା ହଜମ ପ୍ରକ୍ରିଆକୁ ପ୍ରଭାବିତ କରିଥାଏ । ଏହା ଦ୍ୱାରା ପେଟ ଯନ୍ତ୍ରଣା, ଗ୍ୟାସ୍‌, ଛାତି ଯନ୍ତ୍ରଣା ଭଳି ସମସ୍ୟା ଦେଖାଦେଇଥାଏ । ସେହିପରି କୋଲ୍ଡ ଡ୍ରିଙ୍କରେ ଥିବା ସୋଡ଼ା ଏବଂ ଚିନି ଶରୀରରେ ରକ୍ତ ଶର୍କରା ସ୍ତରକୁ ବୃଦ୍ଧି କରିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.4 ° C
    26.4 °
    26.4 °
    68 %
    2kmh
    0 %
    Fri
    26 °
    Sat
    42 °
    Sun
    44 °
    Mon
    45 °
    Tue
    37 °

    ସମ୍ବନ୍ଧିତ