Wednesday, July 23, 2025
25.9 C
Odisha

    ଆରଆରବି ନିଯୁକ୍ତି : ରେଲୱେ ଟେକ୍ନିସିଆନ ନିଯୁକ୍ତି ପାଇଁ ଖାଲି ପଡିଛି ପଦବୀ, ଜାଣନ୍ତୁ କିପରି କରିବେ ଆବେଦନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରେଲୱେ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ରେଳବାଈ ନିଯୁକ୍ତି ବୋର୍ଡ ୬୦୦୦ରୁ ଉର୍ଦ୍ଧ୍ବ ଟେକ୍ନିସିଆନ ପଦବୀ ଆବେଦନ ପାଇଁ ନିଯୁକ୍ତି ଆମନ୍ତ୍ରଣ କରିଛି । ଫର୍ମ ସଂଶୋଧନ ପାଇଁ ମଧ୍ୟ ପ୍ରାର୍ଥୀଙ୍କୁ ସୁଯୋଗ ଦିଆଯିବ । ଅଧିକ ବିବରଣୀ ପାଇଁ ଏହାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।

    ପଦବୀ ବିବରଣୀ : ୬୨୩୮

    ଟେକିନିକାଲ ଗ୍ରେଡ୍ ୧ ସିଗନାଲ -୧୮୩
    ଟେକ୍ନିସିଆନ୍ ଗ୍ରେଡ୍-୩-୬୦୫୫
    ଆବେଦନ ତାରିଖ : ଇଚ୍ଛୁକ ପ୍ରାର୍ଥୀ ଜୁଲାଇ ୨୮ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ

    ଫି ଆବେଦନ ତାରିଖ : ଜୁଲାଇ ୩୦ ପର୍ଯ୍ୟନ୍ତ ଫି ତାରିଖ ଧାର୍ଯ୍ୟ କରାଯାଇଛି

    ଫର୍ମ ସଂଶୋଧନ ତାରିଖ : ଅଗଷ୍ଟ ୧ରୁ ଅଗଷ୍ଟ ୧୦ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଫର୍ମ ସଂଶୋଧନ କରିପାରିବେ

    ବୟସ ସୀମା : ଟେକ୍ନିସିଆନ୍ ଗ୍ରେଡ୍-୩ ପଦବୀ ଆବେଦନକାରୀଙ୍କ ପାଇଁ ବୟସ ସୀମା ୧୮ରୁ ୩୦ ବର୍ଷ ଧାର୍ଯ୍ୟ କରାଯାଇଛି । ଟେକିନିକାଲ ଗ୍ରେଡ୍ ୧ ସିଗନାଲ ପଦବୀ ପାଇଁ ଆବେଦନକାରୀଙ୍କ ବସୟ ସୀମା ୧୮ରୁ ୩୩ ମଧ୍ୟରେ ହୋଇଥିବା ଜରୁରୀ । ଟେକ୍ନିସିଆନ୍ ପଦବୀ ପାଇଁ ବୟସ ଛାଡ଼ କରାଯାଇଛି ।

    ଶିକ୍ଷାଗତ ଯୋଗ୍ୟତା : ପ୍ରାର୍ଥୀମାନଙ୍କର ଇଞ୍ଜିନିୟରିଂରେ BE/B.Tech, ଇଞ୍ଜିନିୟରିଂ ଡିପ୍ଲୋମା କିମ୍ବା B.Sc ଡିଗ୍ରୀ ଥିବା ଆବଶ୍ୟକ। ଟେକ୍ନିସିଆନ୍ ଗ୍ରେଡ୍-III (ଓପନ୍ ଲାଇନ୍, ୱାର୍କସପ୍ ଏବଂ PU) ପାଇଁ, ପ୍ରାର୍ଥୀମାନେ ପ୍ରାସଙ୍ଗିକ ବାଣିଜ୍ୟରେ ITI ସାର୍ଟିଫିକେଟ୍ ସହିତ ଦଶମ ଶ୍ରେଣୀ କିମ୍ବା PCM ବିଷୟ ସହିତ ଦ୍ୱାଦଶ ଶ୍ରେଣୀ ପାସ୍ କରିଥିବା ଆବଶ୍ୟକ ।

    ଆବେଦନ ଶୁଳ୍କ : General/OBC/EWS ପ୍ରାର୍ଥୀଙ୍କ ପାଇଁ ୫୦୦ଟଙ୍କା ରଖାଯାଇଛି । SC/ST/PH/ମହିଳା ପ୍ରାର୍ଥୀମାନଙ୍କ ପାଇଁ ୨୫୦ ଟଙ୍କା ଧାର୍ଯ୍ୟ କରାଯାଇଛି ।

    ଦରମା : ଟେକ୍ନିସିଆନ୍ ଗ୍ରେଡ୍-୧ ସିଗନାଲ ପଦବୀ ପାଇଁ ଦରମା ସ୍ତର-୫ ଅନୁଯାୟୀ ପ୍ରତିମାସ ୨୯,୨୦୦ ଟଙ୍କା ଏବଂ ଟେକ୍ନିସିଆନ୍ ଗ୍ରେଡ୍-୩ ପଦବୀ ପାଇଁ ଦରମା ସ୍ତର-୨ ଅନୁଯାୟୀ ପ୍ରତିମାସ ୧୯,୯୦୦ ଟଙ୍କା ରକାଯାଇଛି ।

    ଆବେଦନ ପ୍ରକ୍ରିୟା :

    ପ୍ରଥମେ ଏହାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।

    ହୋମପେଜରେ ଦିଆଯାଇଥିବା ’ଟେକ୍ନିସିଆନ୍ ୨୦୨୫’ଉପରେ କ୍ଲିକ୍ କରନ୍ତୁ ।

    ଜରୁରୀ ଡକ୍ୟୁମେଣ୍ଟ ଦେଇ ରେଜିଷ୍ଟ୍ରେସନ କରନ୍ତୁ ।

    ଜେନେରେଟେଡ୍ କ୍ରେଡେନସିଆଲ୍ ବ୍ୟବହାର କରି ଲଗ୍ ଇନ୍ କରନ୍ତୁ ।

    ଜରୁରୀ ଡକ୍ୟୁମେଣ୍ଟ ଦେଇ ଫର୍ମ ପୂରଣ କରି ଅପଲୋଡ କରନ୍ତୁ ।

    ଶେଷରେ ଅନଲାଇନ ମାଧ୍ୟମରେ ଆବେଦନ ଶୁଳ୍କ ଦେଇ ଫର୍ମର ଡାଉନଲୋଡ କରନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    heavy intensity rain
    25.9 ° C
    25.9 °
    25.9 °
    89 %
    1.6kmh
    99 %
    Wed
    26 °
    Thu
    29 °
    Fri
    25 °
    Sat
    28 °
    Sun
    29 °

    ସମ୍ବନ୍ଧିତ