ଭୁବନେଶ୍ୱର : ଆରପାରିରେ ସମୀର କୁମାର ପାତ୍ର । ଆଜି ତାଙ୍କର ପରଲୋକ ଘଟିଛି । ବିଜୁ ପଟ୍ଟନାୟକ ଫିଲ୍ମ ଇନଷ୍ଟିଚ୍ୟୁଟ ପରିବାର ଜଣେ ବରିଷ୍ଠ ଏବଂ ଲୋକପ୍ରିୟ ସଦସ୍ୟ ଥିଲେ ସେ । ଜଣେ ଓଡ଼ିଆ ଟେକ୍ନିସିଆନ ଭାବେ ସେ ମୁମ୍ବାଇ ଚଳଚିତ୍ର ଦୁନିଆରେ ଖୁବ ପରିଚୟ ଏବଂ ସୁନାମ ଅର୍ଜନ କରିଥିଲେ । ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟରେ ସେ ଥିଲେ ସାଉଣ୍ଡ ବିଭାଗର ପ୍ରଥମ ବର୍ଷର ଛାତ୍ର ।
ତେବେ ଓଡ଼ିଆ ଯୁବ ସାଉଣ୍ଡ ଡିଜାଇନର ଓ ରେକଡିଷ୍ଟ ଭାବେ ବଲିଉଡ ଚଳଚିତ୍ର ଇଣ୍ଡଷ୍ଟ୍ରିରେ ଜଣେ ଜଣାଶୁଣା ନାଁ ସମୀର ପାତ୍ର । ସେ ୧୯୭୬ ମସିହା ଡିସେମ୍ବର ଆଠ ତାରିଖରେ ଗଞ୍ଜାମର ଭଞ୍ଜନଗରରେ ଜନ୍ମଗ୍ରହଣ କରି ସ୍ଥାନୀୟ ସ୍କୁଲରୁ ଶିକ୍ଷା ଗ୍ରହଣ କରିବା ସହ ଭଞ୍ଜନଗର କଲେଜରୁ ବିଜ୍ଞାନରେ ସ୍ନାତକ ସମାପ୍ତ କରିଥିଲେ । ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ରୁ (୧୯୯୬ରୁ୨୦୦୦ ମସିହା) ସାଉଣ୍ଡ ଆଣ୍ଡ ଟେଲିଭିଜନ ଇଞ୍ଜିନିୟରିଂ ରେ ଡିପ୍ଲୋମା ପାଠ୍ୟ ଶେଷ କରି ମୁମ୍ବାଇ ଚଳଚିତ୍ର ଇଣ୍ଡଷ୍ଟ୍ରିରେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ ।
୨୦୦୦ ମସିହାରୁ ୨୦୨୬ ମସିହା ପର୍ଯ୍ୟନ୍ତ ଅନୁନ୍ୟ ୭୫ରୁ ଅଧିକ ଚଳଚିତ୍ରରେ ନିଜର ଶବ୍ଦ ଯାଦୁଗରୀର ସ୍ପର୍ଶ ସେ ଦେଇଛନ୍ତି । ସେଥିମଧ୍ୟରୁ ଚକ ଦେ ଇଣ୍ଡିଆ ,ରକେଟ ସିଂ, ତେରେ ବିନ ଲାଡେନ, ଫୁକ୍ରେ ଭଳି ଅନେକ ସୁପର ହିଟ ଚଳଚ୍ଚିତ୍ରରେ ତାଙ୍କର ଅବଦାନ ଅତୁଳନୀୟ । ଏହି ବର୍ଷ ମୁକ୍ତିଲାଭ କରିଥିବା ହିନ୍ଦୀ ଚଳଚ୍ଚିତ୍ର ଧୁରନ୍ଧର ର ସେ ଥିଲେ ସାଉଁଣ୍ଡ ଇଞ୍ଜିନିୟର । ନିଳମାଧବ ପଣ୍ଡାଙ୍କ ଜାତୀୟ ପୁରସ୍କାର ପ୍ରାପ୍ତ ଓଡ଼ିଆ ଚଳଚ୍ଚିତ୍ର କାଲିରଅତୀତ ରେ ମଧ୍ୟ କାର୍ଯ୍ୟ କରି ସଫଳତା ସାଉଁଟି ଥିଲେ ସମୀର ପାତ୍ର ।

