Friday, August 29, 2025
23.9 C
Odisha

    ଆରବିଆଇ ପୁଣି କମାଇଲା ରେପୋ ରେଟ୍‌

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  :  ଋଣ ଗ୍ରହୀତାମାନଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବଡ଼ ଉପହାର ଦେଇଛି। ଆରବିଆଇ ଏହାର ମନିଟାରି ପଲିସି କମିଟି(ଏମପିସି) ବୈଠକରେ ରେପୋ ରେଟ୍‌ ୦.୫% ଅର୍ଥାତ ୫୦ ବେସିସ ପଏଣ୍ଟ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି। ଯାହାଫଳରେ ରେପୋ ରେଟ୍‌ ୬ ପ୍ରତିଶତରୁ ଖସି ୫.୫%ରେ ପହଞ୍ଚିଛି।  ଆରବିଆଇର ଏହି ନିଷ୍ପତ୍ତି ଫଳରେ ଲୋନ୍‌ ନେଇଥିବା ଗ୍ରାହକଙ୍କ ଉପରେ ପଡ଼ୁଥିବା ଇଏମଆଇ ଚାପରେ ସାମାନ୍ୟ ଆଶ୍ଵସ୍ତି ମିଳିଛି। ରେପୋ ରେଟ୍‌ ହ୍ରାସ ଫଳରେ ଇଏମଆଇ କମ୍ ଆସିବ। ଏହା ପୂର୍ବରୁ ଆରବିଆଇ ରେପୋ ରେଟ୍‌ ୦.୨୫% ବା ୨୫ ବେସିସ ପଏଣ୍ଟ ହ୍ରାସ କରିଥିଲା। ରେପୋ ରେଟ୍‌ ହ୍ରାସ ସମ୍ପର୍କରେ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ଯେ, ବୈଠକରେ ଏସଡିଏଫ ରେଟ୍‌ ୫.୭୫%ରୁ ହ୍ରାସ କରାଯାଇ ୫.୨୫% ପ୍ରତିଶତ କରାଯାଇଛି। ଏମଏସଏଫ ରେଟ୍‌କୁ ବି ହ୍ରାସ କରାଯାଇ ୬.୨୫%ରୁ ୫.୭୫% କରାଯାଇଛି। ରେପୋ ରେଟ୍‌ ହ୍ରାସ କରାଯିବା ଫଳରେ ଆର୍ଥିକ ଅଭିବୃଦ୍ଧିକୁ ସହଯୋଗ ମିଳିବ। ବିଦେଶୀ ମୁଦ୍ରା ଭଣ୍ଡାରରେ ବୃଦ୍ଧି ପରିଲକ୍ଷିତ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.9 ° C
    23.9 °
    23.9 °
    98 %
    1.7kmh
    92 %
    Thu
    24 °
    Fri
    29 °
    Sat
    29 °
    Sun
    30 °
    Mon
    31 °

    ସମ୍ବନ୍ଧିତ