Tuesday, September 29, 2026
30.1 C
Odisha

    ଆର୍‌ଜିଏଚ୍‌ର ନକଲି ଡାକ୍ତରଙ୍କୁ ଆଜୀବନ ଜେଲ୍‌

    ଆଗକୁ ପଢନ୍ତୁ

    ରାଉରକେଲା: ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରୁ ଗିରଫ ନକଲି ଡାକ୍ତର ମାମଲାର ରାୟ ଆଜି ପ୍ରକାଶ ପାଇଛି। ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଶର୍ମିଷ୍ଠା ପାଢ଼ୀ ଅଭିଯୁକ୍ତ ନକଲି ଡାକ୍ତର ପଦ୍ମନାଭମୁଖୀ କାରୁଆ (୫୩)ଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍‌ ସହ ଜରିମାନା କରିଛନ୍ତି। ରୋଗୀଙ୍କ ଜୀବନ ସହ ଖେଳୁଥିବା ନକଲି ଡାକ୍ତରଙ୍କ ପ୍ରତି ଦଣ୍ଡବିଧାନକୁ ସବୁ ମହଲରେ ସ୍ବାଗତ କରାଯାଇଛି।

    ଝାଡ଼ଖଣ୍ଡ ସିଂହଭୂମ ଜିଲ୍ଲା ଟିଆସରା ଅଞ୍ଚଳର ପଦ୍ମନାଭମୁଖୀ କାରୁଆ (୫୩) ଝାଡ଼ଖଣ୍ଡର ଡାକ୍ତର ରମେଶ ଚନ୍ଦ୍ର ଝାଙ୍କ ସାର୍ଟିଫିକେଟ୍‌କୁ ନକଲି କରି ପ୍ରାୟ ୭ ମାସରୁ ଅଧିକ ସମୟ ଧରି ଆଉଟ୍‌ସୋର୍ସିଂ ସଂସ୍ଥା (ରାହି କେୟାର ପ୍ରାଇଭେଟ୍‌ ଲିମିଟେଡ୍‌) ଜରିଆରେ ଆର୍‌ଜିଏଚ୍‌ର ଡାଏଲିସିସ୍‌ ବିଭାଗରେ କାମ କରୁଥିଲେ। ବଜାଜ୍‌ ଫାଇନାନ୍ସରୁ ବ୍ୟକ୍ତିଗତ ଋଣ ତାଙ୍କୁ ମହଙ୍ଗା ପଡ଼ିଥିଲା। ଆବଶ୍ୟକ କାଗଜପତ୍ର ଯାଞ୍ଚରୁ ସେ ନକଲି ଡାକ୍ତର ବୋଲି ସ୍ପଷ୍ଟ ହୋଇଥିଲା। ପଦ୍ମନାଭମୁଖୀର ସମସ୍ତ କାଗଜପତ୍ର ଡାକ୍ତର ରମେଶ ଚନ୍ଦ୍ର ଝାଙ୍କ ନାଁରେ ରହିଥିଲା। ପ୍ରାରମ୍ଭିକ ଯାଞ୍ଚ ବେଳେ ବଜାଜ୍‌ ଫାଇନାନ୍ସର ଅଧିକାରୀମାନେ ଜାଣି ନ ପାରି ପଦ୍ମନାଭମୁଖୀର ବ୍ୟାଙ୍କ ଆକାଉଣ୍ଟକୁ ୧୬ ଲକ୍ଷ ୫୩ ହଜାର ଟଙ୍କା ଟ୍ରାନ୍ସଫର କରି ଦେଇଥିଲେ। ୫ ଦିନ ପରେ ବଜାଜ୍‌ ଫାଇନାନ୍ସର ଏରିଆ ମ୍ୟାନେଜର ରଜତ ବେହେରା ପୁଣି କାଗଜପତ୍ର ଯାଞ୍ଚ କରିବାବେଳେ ପ୍ୟାନ୍‌ ନମ୍ବରରୁ ମିଳିଥିବା ମୋବାଇଲ ନମ୍ବରକୁ କଲ୍‌ କରିଥିଲେ। ପଦ୍ମନାଭମୁଖୀ ଉଠାଇବା ପରିବର୍ତ୍ତେ ଝାଡ଼ଖଣ୍ଡର ଡାକ୍ତର ରମେଶ ଚନ୍ଦ୍ର ଝା ଫୋନ୍ ଉଠାଇଥିଲେ। ସେ କୌଣସି ଋଣ କରିନାହାନ୍ତି କି ତାଙ୍କ ଆକାଉଣ୍ଟକୁ କିଛି ଟଙ୍କା ଆସି ନାହିଁ ବୋଲି କହିଥିଲେ।

    ଡାକ୍ତର ରମେଶ ଚନ୍ଦ୍ର ଝାଙ୍କଠୁ ଏଭଳି କଥା ଶୁଣି ‌ଏରିଆ ମ୍ୟାନେଜର ରଜତ ଆଶ୍ଚର୍ଯ୍ୟ ହୋଇଯିବା ସହ ଏ ସଂକ୍ରାନ୍ତରେ ରଘୁନାଥପାଲି ଥାନାରେ ଏତଲା ଦେଇଥିଲେ। ଏହା ପୂର୍ବରୁ ୨୦୧୯ରେ ପଦ୍ମନାଭମୁଖୀ ଏଭଳି ଜାଲିଆତି କରି ଜେଲ୍ ଯାଇଥିଲା। ୪ ବର୍ଷ ତଳେ ସେ ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଭାବେ କାର୍ଯ୍ୟ କରୁଥିବାବେଳେ ଧରାପଡ଼ିଥିଲା। ଭିମ୍‌ସାର୍‌ ବୁର୍ଲାରୁ ୨୦୦୨ ମସିହାରେ ଡାକ୍ତରୀ ପାସ୍ କରିବା ନେଇ ସେ ଦେଇଥିବା ସାର୍ଟିଫିକେଟ୍ ଯାଞ୍ଚ ପରେ ନକଲି ବୋଲି ଜଣାପଡ଼ିଥିଲା। ସେଭଳି କୌଣସି ଛାତ୍ର ବୁର୍ଲାରୁ ପାସ୍ କରି ନଥିବା ସଂପର୍କରେ ଭିମ୍‌ସାର୍‌ କର୍ତ୍ତୃପକ୍ଷ ସେତେବେଳେ ସ୍ପଷ୍ଟ କରିଥିଲେ। ଏହାପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଏତଲା ଆଧାରରେ ତାଙ୍କୁ ଗିରଫ କରାଯାଇଥିଲା। ସରକାରୀ ଓକିଲ ଅକ୍ଷୟ କୁମାର ସାହୁ ମାମଲା ପରିଚାଳନା କରୁଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    61 %
    3kmh
    10 %
    Tue
    30 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ