Wednesday, March 18, 2026
23.6 C
Odisha

    ଆଳୁ ବିହନ ଯୋଗାଣ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଆଜି କୃଷି ଭବନସ୍ଥିତ କୃଷି ସମୀକ୍ଷା କେନ୍ଦ୍ରରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ରାଜ୍ୟରେ ରବି ଆଳୁଚାଷ ସଂପର୍କିତ ଆଳୁବିହନ ଯୋଗାଣ ନେଇ ସମୀକ୍ଷା କରିଛନ୍ତି।ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି ଯେ ଆଳୁଚାଷରେ ରାଜ୍ୟକୁ ଆତ୍ମନିର୍ଭର କରିବା ପାଇଁ ରବି ଆଳୁଚାଷକୁ ଦୃଷ୍ଟିରେ ରଖି ସରକାର ଅକ୍ଟୋବର-ନଭେମ୍ବର ମାସରୁ ହିଁ ବିହନ ଯୋଗାଇ ଦେଇଛନ୍ତି। ବୈଠକରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ନିଖିଲ ପୱନ କଲ୍ୟାଣ, ଓଡ଼ିଶା ବିହନ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଉପସ୍ଥିତ ଥିବାବେଳେ ରାଜ୍ୟର ସମସ୍ତ ଜିଲ୍ଲାରୁ ଜିଲ୍ଲା କୃଷି ଓ ଉଦ୍ୟାନ କୃଷି ଅଧିକାରୀ ଆଭାସି ମାଧ୍ୟମରେ ବୈଠକରେ ଯୋଗଦେଇଥିଲେ ଏବଂ ପ୍ରଥମଥର ଲାଗି ୧୫,୦୨୩ ହେକ୍ଟରରେ ଆଳୁଚାଷ ହେଉଛି । ଏଯାବତ୍‌ ୧ ଲକ୍ଷ ୨ ହଜାର ୯୬୪ କ୍ୱିଣ୍ଟାଲର ଉନ୍ନତ ମାନର ପ୍ରାମାଣିକ ଆଳୁ ବିହନ ଚାଷୀଙ୍କୁ ଯୋଗାଇ ଦିଆଯାଇଛି । ଅଦ୍ୟାବଧି ୫୬୪୯ ହେକ୍ଟର ଜମିରେ ଆଳୁବିହନ ଲାଗିସାରିଛି ।ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଆଭାସି ମାଧ୍ୟମରେ ଯୋଗଦେଇଥିବା ସମସ୍ତ ଜିଲ୍ଲାର କୃଷି ଓ ଉଦ୍ୟାନ କୃଷି ଅଧିକାରୀଙ୍କଠାରୁ ଆବଶ୍ୟକ ପରିମାଣର ଆଳୁବିହନ ଯୋଗାଣ ବାବଦରେ ଅବଗତ ହୋଇଥିଲେ । ଚାଷୀମାନେ ପ୍ରାମାଣିକ ଆଳୁବିହନ କିଲୋଗ୍ରାମ ପିଛା ୨୦ ଟଙ୍କାରେ କ୍ରୟ କରିବେ ଏବଂ ବିହନ ଲଗାଇବା ପରେ କିଲୋଗ୍ରାମ ପିଛା ୧୦ଟଙ୍କା ନିଜ ଆକାଉଣ୍ଟକୁ ଫେରସ୍ତ ପାଇବେ ।ଏହି ପ୍ରକ୍ରିୟାରେ କୌଣସି ପ୍ରକାର ଦୁର୍ନୀତି ଅଭିଯୋଗ ଆସିଲେ ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସଂପୂର୍ଣ୍ଣ ପ୍ରକ୍ରିୟାରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଅଧିକାରୀମାନେ ଯତ୍ନବାନ ହେବାକୁ ପ୍ରମୁଖ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ରାଜ୍ୟରେ ବିହନ ଯୋଗାଣ ନିମନ୍ତେ କେବଳ ଏନ୍‌ଏସ୍‌ସି ଅନୁବନ୍ଧିତ ଫାର୍ମ ହିଁ ଆଳୁ ବିହନ ଯୋଗାଉଛନ୍ତି । ଆଜି ସୁଦ୍ଧା ରାଜ୍ୟର ୩୦ ଗୋଟି ଜିଲ୍ଲାରେ ଏ ନେଇ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇସାରିଛି ଏବଂ ୩୪୭୦ଗୋଟି ସଚେତନତା ବୈଠକ କରାଯାଇ ଆଳୁଚାଷର ପ୍ରଣାଳୀ ବିଷୟରେ ଅବଗତ କରାଯାଇଛି । ରାଜ୍ୟରେ ୩୦୫୮ଟି କ୍ଲଷ୍ଟର ବଛାଯାଇଛି ଯେଉଁଥିରେ ପ୍ରମୁଖ ଭାବେ ଆଳୁଚାଷ କରାଯିବ ଏବଂ ଏଥି ପାଇଁ ୯୫,୮୪୧ ଜଣ ହିତାଧିକାରୀ ଚିହ୍ନଟ ହୋଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.6 ° C
    23.6 °
    23.6 °
    50 %
    2.1kmh
    72 %
    Tue
    25 °
    Wed
    35 °
    Thu
    35 °
    Fri
    36 °
    Sat
    34 °

    ସମ୍ବନ୍ଧିତ