Saturday, September 27, 2025
25.4 C
Odisha

    ଆସନ୍ତାକାଲିଠୁ ରାଜ୍ୟରେ ବଢ଼ିବ ବର୍ଷା ପରିମାଣ, ଆଜି ବିଜୁଳି, ଘଡଘଡି ସହ ବର୍ଷା ନେଇ ୭ ଜିଲ୍ଲାକୁ ୟେଲୋ ଆଲର୍ଟ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆସନ୍ତାକାଲିଠୁ ରାଜ୍ୟରେ ବଢ଼ିବ ବର୍ଷା ପରିମାଣ । ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ପ୍ରବଳରୁ ଅତିପ୍ରବଳ ବର୍ଷା । ଆଜି ସାରା ରାଜ୍ୟରେ ବର୍ଷା ନେଇ ୟେଲୋ ୱାଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ବିଜୁଳି, ଘଡଘଡି ସହ ବର୍ଷା ନେଇ ୭ ଜିଲ୍ଲାକୁ ୟେଲୋ ଆଲର୍ଟ ହୋଇଛି । ସେହିପରି ବାକି ୨୩ ଜିଲ୍ଲାରେ ବିଜୁଳି ସହ ଘଡଘଡି ନେଇ ୟେଲୋ ୱାଣ୍ଣିଂ ଜାରି ହୋଇଛି । କିଛି ସ୍ଥାନରେ ଘଣ୍ଟାପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ । ଆସନ୍ତାକାଲି ଅତିପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଅତିପ୍ରବଳ ବର୍ଷା ବର୍ଷା ପାଇଁ କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ ଏବଂ ମାଲକାନଗିରିକୁ ଅରେଞ୍ଜ ଆଲର୍ଟ ହୋଇଛି ।

    କିଛି କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିପରି ବିଜୁଳି, ଘଡଘଡି ସହ ବର୍ଷା ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ତେବେ ୨୫ ତାରିଖରେ ଭୀଷଣ ବର୍ଷା ପାଇଁ ଦୁଇ ଜିଲ୍ଲା ମୟୂରଭଞ୍ଜ ଏବଂ କେନ୍ଦୁଝରକୁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

    ସେହିପରି ବିଜୁଳି, ଘଡଘଡି ସହ ଅତିପ୍ରବଳ ବର୍ଷା ପାଇଁ ୮ ଜିଳ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ୨୭ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିବ ବର୍ଷା । ୨୮ ତାରିଖ ପରଠୁ କମିବ ବର୍ଷା ପରିମାଣ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.4 ° C
    25.4 °
    25.4 °
    92 %
    2.6kmh
    99 %
    Sat
    28 °
    Sun
    30 °
    Mon
    28 °
    Tue
    28 °
    Wed
    28 °

    ସମ୍ବନ୍ଧିତ