Friday, October 9, 2026
24.1 C
Odisha

    ନାରୀ ନ୍ୟାୟ ବାହିନୀ ଆପ୍‌ ଉନ୍ମୋଚିତ

    ଆଗକୁ ପଢନ୍ତୁ

    ଭୁବନେଶ୍ଵର : ନାରୀ ନ୍ୟାୟ ବାହିନୀ ସଂଗଠନ ତରଫରୁ ଉନ୍ମୋଚନ ହୋଇଛି ନାରୀ ନ୍ୟାୟ ବାହିନୀ ଆପ୍‌। ପିସିସି ସଭାପତି ଭକ୍ତ ଚରଣ ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ଆପ୍‌କୁ ଉନ୍ମୋଚନ କରିଛନ୍ତି। ନାରୀମାନଙ୍କର ଉପରେ ହେଉଥିବା ଅନ୍ୟାୟ ବିରୋଧରେ ଏହି ବାହିନୀ ଲଢେଇ କରିବ ବୋଲି କହିଛନ୍ତି ପିସିସି ସଭାପତି। ଆପ୍‌ ମାଧ୍ୟମରେ ନିର୍ଯାତନାର ଶିକାର ହେଉଥିବା ନାରୀ ସିଧାସଳଖ ସଂଗଠନ ସହ ଯୋଡି ହୋଇପାରିବେ। ଗାଁରେ ନିଜ ଅଧିକାର ବିଷୟରେ ଜାଣିନଥିବା ମହିଳାଙ୍କୁ ଅଧିକାର ବିଷୟରେ ଜଣାଇବା ଏହି ସଂଗଠନ। କର୍ମଶାଳା କରି ମହିଳାଙ୍କୁ ସଚେତନ କରାଯିବ।

    ଗୋଟିଏ ବର୍ଷ ଭିତରେ ନାରୀଙ୍କ ଉପରେ ଅତ୍ୟାଚାର ଅଧିକ ବଢିଛି। ନାରୀଙ୍କୁ ନ୍ୟାୟ ଦେବା ପାଇଁ ରାହୁଲ ଗାନ୍ଧୀ ସର୍ବଦା ଲଢେଇ କରୁଛନ୍ତି। ପ୍ରତ୍ୟେକ ​‌କ୍ଷେ​‌ତ୍ରରେ ନାରୀଙ୍କ ଉପରେ ଅତ୍ୟାଚାର ବଢିଚାଲିଛି। ରାଜ୍ୟରେ ନାରୀ ନିର୍ଯାତନା ବଢୁଛି, କିନ୍ତୁ ସରକାର ଉଦାସୀନ ଭାବ ପ୍ରଦର୍ଶନ କରୁଛନ୍ତି ବୋଲି ଅଭିଯୋଗ କରି ନାରୀଙ୍କୁ ସୁରକ୍ଷା ଓ ସଚେତନ କରିବାସହ ଅନ୍ୟାୟ ବିରୋଧରେ ଏହି ସଂଗଠନ ଲଢେଇ କରିବ ବୋଲି କହିଛନ୍ତି ପିସିସି ସଭାପତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.1 ° C
    24.1 °
    24.1 °
    83 %
    0.8kmh
    0 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ