Saturday, November 1, 2025
28.1 C
Odisha

    ଆସନ୍ତାକାଲି ଇସ୍ରୋର ବଡ଼ ଧମାକା, କମ୍ୟୁନିକେସନ୍ ସାଟେଲାଇଟ୍ CMS-03 ଉତକ୍ଷେପଣ ପାଇଁ ପ୍ରସ୍ତୁତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ   :    ଆସନ୍ତାକାଲି  କମ୍ୟୁନିକେସନ୍ ସାଟେଲାଇଟ୍ CMS-03 ଉତକ୍ଷେପଣ ପାଇଁ  ଇସ୍ରୋ ପ୍ରସ୍ତୁତ କରିଛି । ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ପକ୍ଷରୁ ଆସନ୍ତାକାଲି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମିଶନ୍ ପାଇଁ ପ୍ରସ୍ତୁତି ସରିଛି । ଦେଶର  ସବୁଠୁ ଶକ୍ତିଶାଳୀ ରକେଟ୍ LVM3-M5 ମାଧ୍ୟମରେ CMS-03  ଗୁରୁତ୍ୱପୂର୍ଣ୍ଣ ଯୋଗାଯୋଗ ଉପଗ୍ରହକୁ ମହାକାଶକୁ ପଠାଯିବ ।  ଏଥିପାଇଁ ସମସ୍ତ ଯାଞ୍ଚ ଓ ଇନ୍ଧନ ଭର୍ତ୍ତି କାର୍ଯ୍ୟ ସରିଛି । ସବୁ ବ୍ୟବସ୍ଥା ଠିକ୍ ଥିବା ଇସ୍ରୋ ପକ୍ଷରୁ ସୂଚନା ମିଳିଛି । ଏହି ଉତକ୍ଷେପଣ  ରବିବାର ସନ୍ଧ୍ୟା ୫ଟା ୨୬ ମିନିଟରେ ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ହେବ।  CMS-03 (GSAT-7R)ଉପଗ୍ରହର ଓଜନ ପ୍ରାୟ ୪,୪୧୦ କିଲୋଗ୍ରାମ । ଭାରତୀୟ ମାଟିରୁ ଜିଓସିଙ୍କ୍ରୋନସ୍ ଟ୍ରାନ୍ସଫର କକ୍ଷପଥ (GTO) କୁ ଯାଉଥିବା ଏହା ହେଉଛି ସବୁଠୁ ଓଜନିଆ ଯୋଗାଯୋଗ ସାଟେଲାଇଟ୍ । ଏହି ଉପଗ୍ରହ ମୁଖ୍ୟତଃ ଭାରତୀୟ ନୌସେନା ପାଇଁ ନିର୍ମିତ ।

    ଏହା ଜାହାଜ, ବୁଡ଼ାଜାହାଜ ଓ ବିମାନଗୁଡ଼ିକୁ ସୁରକ୍ଷିତ ତଥା ଉନ୍ନତ ଯୋଗାଯୋଗ ସେବା ଯୋଗାଇବ ।  ବିଶେଷକରି ସାମୁଦ୍ରିକ ଓ ରଣନୈତିକ ସଂଯୋଗ ବୃଦ୍ଧିରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ । LVM3 ମିଶନ୍ ରେ ବ୍ୟବହୃତ ହେଉଥିବା LVM3-M5 ହେଉଛି ଭାରତର ସବୁଠୁ ଶକ୍ତିଶାଳୀ ରକେଟ୍ ଏବଂ ଏହାର ଏହା ପଞ୍ଚମ କାର୍ଯ୍ୟକ୍ଷମ ଉଡ଼ାଣ । ପୂର୍ବରୁ ଏହା ଚନ୍ଦ୍ରଯାନ-୩  ଭଳି ଗୁରୁତ୍ୱପୂର୍ଣ୍ଣ ମିଶନ୍ କୁ ସଫଳତାର ସହ ଅନ୍ତରୀକ୍ଷକୁ ନେଇଛି । ଏହି ମିଶନ୍ ଦ୍ୱାରା ଭାରତର ମହାକାଶ ଭିତ୍ତିକ ସାମରିକ ଓ ବେସାମରିକ ଯୋଗାଯୋଗ ବ୍ୟବସ୍ଥା ଆହୁରି ମଜଭୁତ ହେବ । ଏହା ସହିତ ଭବିଷ୍ୟତର ଗଗନଯାନ ମିଶନ୍ ପାଇଁ ମଧ୍ୟ ଏହା ଅତ୍ୟନ୍ତ ସହାୟକ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.1 ° C
    28.1 °
    28.1 °
    72 %
    3kmh
    67 %
    Sat
    27 °
    Sun
    28 °
    Mon
    30 °
    Tue
    28 °
    Wed
    28 °

    ସମ୍ବନ୍ଧିତ