Friday, April 3, 2026
39 C
Odisha

    ଆସନ୍ତାକାଲି ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆସନ୍ତାକାଲି ଏଆଇବିଇଏ, ବିଇଏଫଆଇ ଏବଂ ଏଆଇବିଓ ପକ୍ଷରୁ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି। ଦେଶର ୧୦ଟି କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଏବଂ ଶତାଧିକ କ୍ଷେତ୍ରୀୟ ଫେଡେରେସନର ମିଳିତ ମଞ୍ଚର ଜାତୀୟ କନ୍‌ଭେନ୍‌ସନର ଘୋଷଣା ଅନୁଯାୟୀ ୧୭ ଦଫା ନେଇ ଏହି ଧର୍ମଘଟ ଡାକରା ଦିଆଯାଇଛି।
    କେନ୍ଦ୍ର ସରକାରଙ୍କ ୪ ଶ୍ରମ କୋଡ୍‌ର ବାତିଲ, ବ୍ୟାଙ୍କ ସମେତ ରାଷ୍ଟ୍ରାୟାତ୍ତ ସଂସ୍ଥାର ଘରୋଇକରଣ ବନ୍ଦ କରିବା, ସମସ୍ତଙ୍କୁ ସର୍ବନିମ୍ନ ପେନସନ ୯ ହଜାର ଟଙ୍କା ଦେବା, ବାହ୍ୟ ଠିକା ନିଯୁକ୍ତିକୁ ବନ୍ଦ କରି ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା, ସମାନ କାମକୁ ସମାନ ଦରମା, ସରକାରୀ ଓ ରାଷ୍ଟ୍ରାୟାତ୍ତ ଉଦ୍ୟୋଗରେ ଶୂନ୍ୟସ୍ଥାନ ପୂରଣ କରିବା, ସର୍ବନିମ୍ନ ମାସିକ ମଜୁରୀ ୨୬ ହଜାର ଟଙ୍କା ଦେବା, ପୁରୁଣା ପେନସନ ସ୍କିମ୍‌ର ପୁନଃ ପ୍ରଚଳନ ଇତ୍ୟାଦି କରିବାକୁ ଦାବି କରାଯାଇଛି। ଏହାସହ ବ୍ୟାଙ୍କର ସାଧାରଣ ଗ୍ରାହକଙ୍କ ଉପରୁ ସେବାକର ପ୍ରତ୍ୟାହାର ଦାବି କରାଯାଇଛି। ସର୍ବଭାରତୀୟ ସ୍ତରରେ ଅନ୍ୟାନ୍ୟ ବ୍ୟାଙ୍କ କର୍ମଚାରୀ ଓ ଅଫିସର୍ସ ସଂଗଠନ ଏନସିବିଇ, ଏଆଇବିଓସି, ଆଇଏମବିଓସି ଏବଂ ଆଇଏନବିଇଏଫ ଏହି ଧର୍ମଘଟକୁ ସମର୍ଥନ ଜଣାଇଛନ୍ତି। ଧର୍ମଘଟ ସମସ୍ତ ବ୍ୟାଙ୍କ କର୍ମଚାରୀଙ୍କୁ ନେଇ କରାଯିବ ବୋଲି ଏଓବିଇଏର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ତ୍ରିପାଠୀ, ଏଓବିଇଏଫର ସାଧାରଣ ସମ୍ପାଦକ ପ୍ରକାଶ କୁମାର ରାୟ ଏବଂ ଏଆଇବିଓଏ ଓଡ଼ିଶା ରାଜ୍ୟ କମିଟିର ସାଧାରଣ ସମ୍ପାଦକ ରବୀନ୍ଦ୍ରନାଥ ଦାସ ପ୍ରମୁଖ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ