Monday, November 10, 2025
17 C
Odisha

    ଆସନ୍ତା ୧୭ ତାରିଖରେ ଲଘୁଚାପ ସମ୍ଭାବନା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆସନ୍ତା ୧୭ ତାରିଖରେ ଲଘୁଚାପ ସମ୍ଭାବନା । ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ପୂର୍ବାନୁମାନ କରିଛନ୍ତି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକଲସ । ଏହାର ପ୍ରଭାବରେ ଆନ୍ଧ୍ରପଦେଶ, ତାମିଲନାଡୁ, ପୁଡୁଚେରୀରେ ଏବଂ କେରଳରେ ବର୍ଷା ହୋଇପାରେ । ତେବେ ଲଘୁଚାପର ପ୍ରଭାବ ଓଡ଼ିଶାରେ କଣ ରହିବ ତା ଉପରେ ନଜର ରହିଛି । ସେହିପରି ୧୪ ତାରିଖରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଏକ ଲୋପ୍ରେସର ନେଇ ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ । ହେଲେ ଏହାର ପ୍ରଭାବ ଓଡ଼ିଶା ଉପରେ ରହିବ ନାହିଁ । ଅନ୍ୟପଟେ ରାଜ୍ୟରେ ଶୀତ ଲହରୀ ସମ୍ଭାବନା। ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା। ଜଳୀୟବାଷ୍ପ ହ୍ରାସ ସହିତ ଉତ୍ତରପଶ୍ଚିମ ଦିଗରୁ ବହୁଥିବା ଶୁଷ୍କ ଥଣ୍ଡା ବାୟୁ ପ୍ରଭାବରେ ରାଜ୍ୟରେ ଖସିଛି ପାରଦ। ୪ଦିନରେ ୫ ଡିଗ୍ରୀ ଖସିଲାଣି ରାତି ତାପମାତ୍ରା। ୧୫ଡିଗ୍ରୀ ତଳେ ରହିଛି ୯ ସହରର ପାରଦ। ଆଜି ରାଜଧାନୀରେ ସର୍ବନିମ୍ନ ରାତି ତାପମାତ୍ରା ୧୪ .୮ ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଛି ।

    ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ରେକତର୍ଡ ହୋଇଛି । ଆଗାମୀ ୩ ଦିନ ପର୍ଯ୍ୟନ୍ତ ୨ରୁ ୩ ଡିଗ୍ରୀ ତାପମାତ୍ରା କମିବା ନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ । ୧୧ ଓ ୧୨ ତାରିଖରେ କଟକ, ଅନୁଗୁଳ, ଝାରସୁଗୁଡା, କନ୍ଧମାଳ, ଖୋର୍ଦ୍ଧାର କିଛି କିଛି ସ୍ଥାନରେ ଶୀତ ଲହରୀ ସମ୍ଭାବନା ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    17 ° C
    17 °
    17 °
    61 %
    1.4kmh
    0 %
    Mon
    17 °
    Tue
    26 °
    Wed
    25 °
    Thu
    26 °
    Fri
    25 °

    ସମ୍ବନ୍ଧିତ