Tuesday, February 3, 2026
19 C
Odisha

    ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା, ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଓଏମଆର ସିଟ ଓ ପ୍ରଶ୍ନପତ୍ର କଡା ସୁରକ୍ଷା ବଳୟରେ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟରେ ପହଁଚିଛି। ରାଜ୍ୟର ୩୦୮୨ ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ୫ ଲକ୍ଷ ୬୦ ହଜାର ୫୧୨ ଜଣ ଛାତ୍ରଛାତ୍ରୀ । ଏଥିପାଇଁ ୩୨୨ ଟି ନୋଡାଲ ସେଣ୍ଟର ପ୍ରସ୍ତୁତ କରିଛି ବୋର୍ଡ। ନୋଡାଲ ସେଣ୍ଟର ଗୁଡ଼ିକରେ ପ୍ରଶ୍ନପତ୍ର ଓ ଉତ୍ତର ଖାତା ସୁରକ୍ଷା ବଳୟରେ ରଖାଯିବ।

    ସମସ୍ତ ନୋଡାଲ ସେଣ୍ଟରକୁ ଭାଇରାଲ ରେଜିଷ୍ଟାନସ କରାଯାଇଛି। ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ସହିତ ସଂସ୍କୃତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଧ୍ୟ ଏହି ଏକା ସମୟରେ ଗୋଟିଏ ସିଟିଂରେ ଅନୁଷ୍ଠିତ ହେବ।ଗତବର୍ଷ ଭଳି ପ୍ରଶ୍ନପତ୍ରରେ କ୍ୟୁ ଆର କୋଡ଼ ଓ ୱାଟର ମାର୍କ ରଖିଛି ବୋର୍ଡ। ଯାହା ପ୍ରଶ୍ନପତ୍ର ଭାଇରାଲ ହେଲେ ସହଜରେ ଜାଣିହେବ। ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ କମାଣ୍ଡ କଣ୍ଟ୍ରୋଲ ରୁମ ହେବ । ସମସ୍ତ ପରୀକ୍ଷା କେନ୍ଦ୍ର ଓ ନୋଡାଲ ସେଣ୍ଟର ଏହିଠାରୁ କଣ୍ଟ୍ରୋଲ କରିବାର ବ୍ୟବସ୍ଥା ଗ୍ରହଣ କରାଯାଇଛି।

    ଫେବୃଆରୀ ୧୯ ରେ ପ୍ରଥମ ଭାଷା , ଫେବୃଆରୀ ୨୧ ରେ ଦ୍ୱିତୀୟ ଭାଷା, ଫେବୃଆରୀ ୨୩ ରେ ତୃତୀୟ ଭାଷା ପରୀକ୍ଷା ହେବ । ଫେବୃଆରୀ ୨୫ ରେ ବିଜ୍ଞାନ, ଫେବୃଆରୀ ୨୭ ରେ ସାମାଜିକ ବିଜ୍ଞାନ ଓ ମାର୍ଚ୍ଚ ୨ ରେ ହେବ ଗଣିତ ପରୀକ୍ଷା । ସମସ୍ତ ପରୀକ୍ଷା ସକାଳ ୯ ଟାରୁ ସାଢେ ୧୧ ଯାଏଁ ଗୋଟିଏ ସିଟିଂରେ ହେବ। ଗଣିତ ପରୀକ୍ଷାରେ ଅଧିକ ୧୫ ମିନିଟ ସମୟ ଦେଉଛି ବୋର୍ଡ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    19 ° C
    19 °
    19 °
    46 %
    2.3kmh
    97 %
    Tue
    19 °
    Wed
    31 °
    Thu
    32 °
    Fri
    32 °
    Sat
    32 °

    ସମ୍ବନ୍ଧିତ