Saturday, April 11, 2026
24 C
Odisha

    ଆସନ୍ତା ୭ଦିନ ପର୍ଯ୍ୟନ୍ତ ଶୁଖିଲା ପାଗ, ୩ଦିନରେ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର   : ରାଜ୍ୟରେ ବୃଦ୍ଧି ପାଇବ ଦିନ ଓ ରାତି ତାପମାତ୍ରା। ଆସନ୍ତା ୩ଦିନ ମଧ୍ୟରେ ସର୍ବାଧିକ ବା ଦିନ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ସେହିପରି ସର୍ବନିମ୍ନ ବା ରାତି ତାପମାତ୍ରା ୩ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଗୁରୁବାର ବର୍ଷା ହୋଇଛି।

    ନୟାଗଡ଼ ଜିଲା ବାରମୂଳରେ ୫.୪ ମି.ମି. ବର୍ଷା ହୋଇଥିବାବେଳେ କେନ୍ଦ୍ରାପଡ଼ା ମାର୍ଶାଘାଇରେ ୫ମି.ମି., ଡେରାବିଶରେ ୨.୫ମି.ମି., ଗରଦପୁରରେ ୨ମି.ମି., ଗଞ୍ଜାମ ଦିଗପହଣ୍ଡିରେ ୫ମି.ମି., ଯାଜପୁର ଜେନାପୁରରେ ୨.୨ ମି.ମି., ଜଗତ୍‌ସିଂହପୁର ପାରାଦୀପରେ ୧.୫ମି.ମି ଏବଂ ଗଜପତି ଜିଲା ମୋହନାଠାରେ ୦.୪ ମି.ମି. ବର୍ଷା ରେକର୍ଡ କରାଯାଇଛି। ସେହିପରି ଗତ ୨୪ଘଣ୍ଟାରେ ରାଜ୍ୟର ୯ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ଏବଂ ଏହାଠାରୁ କମ୍‌ ରହିଥିଲା। ସର୍ବନିମ୍ନ ନିମ୍ନତମ ତାପମାତ୍ରା ସମତଳ ଅଞ୍ଚଳ ଭାବେ ରାଉରକେଲାଠାରେ ୧୨.୨ ଡିଗ୍ରୀ, ଜି.ଉଦୟଗିରିରେ ୯.୭ ଡିଗ୍ରୀ ଏବଂ ପାରଳାଖେମୁଣ୍ଡିଠାରେ ସର୍ବାଧିକ ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ ହୋଇଥିଲା। କିନ୍ତୁ ଏବେ ରାଜ୍ୟରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନ ଥିବାରୁ ଆସନ୍ତା ୭ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24 ° C
    24 °
    24 °
    48 %
    1.4kmh
    0 %
    Sat
    38 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ