Saturday, April 4, 2026
29.2 C
Odisha

    ଆସନ୍ତୁ ଜାଣିବା ଅଳତାର ମହତ୍ବ

    ଆଗକୁ ପଢନ୍ତୁ

    ଭାରତୀୟ ପରମ୍ପରାରେ ମହିଳାଙ୍କ ୧୬ ଶୃଙ୍ଗାରକୁ ବିଶେଷ ଗୁରୁତ୍ଵ ଦିଆଯାଇଛି। ଏହା କେବଳ ମହିଳାମାନଙ୍କୁ ସୁନ୍ଦର କରି ନ ଥାଏ ବରଂ ଏହାର ଅନେକ ଧାର୍ମିକ ଓ ବୈଜ୍ଞାନିକ ମହତ୍ଵ ମଧ୍ୟ ରହିଛି। ଆଜି ଆମେ ମହିଳାମାନେ ପାଦରେ ଲଗାଉଥିବା ଅଳତାର ମହତ୍ଵ ଓ ଲାଭ ବିଷୟରେ ଜାଣିବା, ଯଦ୍ଵାରା ଆପଣମାନେ ଜାଣିପାରିବେ ଯେ, ମହିଳାମାନେ ପର୍ବପର୍ବାଣୀ, ପୂଜା ତଥା ବିବାହ ଆଦି କାର୍ଯ୍ୟକ୍ରମରେ କାହିଁକି ପାଦରେ ଅଳତା ଲଗାନ୍ତି..

    ଅଳତା ଲଗାଇବାର ଧାର୍ମିକ ମହତ୍ଵ :ସୁହାଗର ଅନ୍ୟତମ ପ୍ରତୀକ ଅଳତା ଲଗାଇବା ଦ୍ଵାରା ଘରେ ସୁଖ, ଶାନ୍ତି ଓ ସମୃଦ୍ଧି ଆସିଥାଏ। ନାଲି ରଙ୍ଗକୁ ସୌଭାଗ୍ୟର ପ୍ରତୀକ ଭାବରେ ବିବେଚନା କରାଯାଏ। ମାନ୍ୟତା ରହିଛି ଯେ, ଅଳତା ସୁଖୀ ବୈବାହିକ ଜୀବନ ପାଇଁ ଭଗବାନଙ୍କ ଆଶୀର୍ବାଦ ପ୍ରଦାନ କରେ। ଅଳତାକୁ ଦୁଇ ଆତ୍ମାର ମିଳନର ପ୍ରତୀକ ଭାବରେ ବିବେଚନା ମଧ୍ୟ କରାଯାଏ। ଏହା ବ୍ୟତୀତ ପାଦରେ ଅଳତା ଲଗାଇବା ଦ୍ଵାରା ଶରୀର ସହ ମାନସିକ ସୁରକ୍ଷା ମଧ୍ୟ ବଜାୟ ରହିଥାଏ। ଏହି କାରଣରୁ ହିନ୍ଦୁ ଧର୍ମରେ ବିଭିନ୍ନ ରୀତିନୀତି ଏବଂ ପର୍ବପର୍ବାଣୀରେ ଅଳତା ଲଗାଇବା ଜରୁରୀ ଏବଂ ଶୁଭ ବୋଲି ବିବେଚନା କରାଯାଏ। ଏହାର ନାଲି ରଙ୍ଗକୁ ପବିତ୍ରତା ଏବଂ ଦିବ୍ୟ ନାରୀ ଶକ୍ତିର ପ୍ରତୀକ ବୋଲି ମଧ୍ୟ ବିଶ୍ଵାସ ରହିଛି। ଏହା ବ୍ୟତୀତ ନବଜାତ ଶିଶୁକନ୍ୟା ଏବଂ କୁଆଁରୀ ଝିଅମାନଙ୍କ ପାଦରେ ମଧ୍ୟ ଅଳତା ଲଗାଇବା ଶୁଭ ହୋଇଥାଏ। କାରଣ ଅଳତା ମା’ ଲକ୍ଷ୍ମୀଙ୍କ ସ୍ଵରୂପ ବୋଲି ବିଶ୍ଵାସ ରହିଛି। ଏଠାରେ କହିରଖୁଛୁ ଯେ, ବିବାହ ସମୟରେ କେବଳ ମହିଳା ନୁହଁନ୍ତି ପୁରୁଷଙ୍କୁ ମଧ୍ୟ ଅଳତା ଲଗାଯାଇଥାଏ।

    ଅଳତା ଲଗାଇବାର ବୈଜ୍ଞାନିକ ମହତ୍ଵ  : ବୈଜ୍ଞାନିକଙ୍କ କହିବାନୁସାରେ, ପ୍ରାକୃତିକ ଉପାୟରେ ତିଆରି ଅଳତା ଲଗାଇବା ଦ୍ୱାରା ଚାପ ତଥା ଦୁଶ୍ଚିନ୍ତା କମ୍‌ କରିଥାଏ, ଗୋଇଠି ଥଣ୍ଡା ରହିଥାଏ ଏବଂ ପାଦର ଚର୍ମ ମଧ୍ୟ ନଷ୍ଟ ହେବାରୁ ରକ୍ଷା ପାଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.2 ° C
    29.2 °
    29.2 °
    34 %
    1.5kmh
    98 %
    Sat
    38 °
    Sun
    37 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ