Monday, March 16, 2026
35.1 C
Odisha

    ଆସନ୍ତୁ ଜାଣିବା ତରଭୁଜ ମଞ୍ଜିର ସ୍ୱାସ୍ଥ୍ୟ ଉପକାରିତା

    ଆଗକୁ ପଢନ୍ତୁ

     

    ଏତିକି ନୁହେଁ ଖରାଦିନେ ଏହାକୁ ଖାଇବା ଦ୍ବାରା ଶରୀରକୁ ଥଣ୍ଡା ରଖିଥାଏ । ଏଥିରେ ୯୬ ପ୍ରତିଶତ ପାଣି ରହିଥାଏ । ଏହା ଛଡ଼ା ଏଥିରେ ରହିଥିବା ପୋଷକ ଏବଂ ପାଣି ଭୋକ ଆଉ ଶୋଷ ଉଭୟକୁ ମେଣ୍ଟାଇଥାଏ । ଶରୀରକୁ ତାତିରୁ ରକ୍ଷା କରିବା ପାଇଁ ଏହାକୁ ଖାଇବା ଦରକାର ।

    ତରଭୁଜରେ ପ୍ରଚୁର ପରିମାଣରେ ଭିଟାମିନ୍ ଏ, ବି, ସି ସହ ଆଇରନ୍, ମ୍ୟାଗ୍ନେସିୟମ୍ ଏବଂ ପଟାସିୟମ୍ ରହିଥାଏ । ଯାହା ପାଟିକୁ ସୁଆଦ ଲାଗିବା ସହ ଖରା ପ୍ରକୋପରୁ ମଧ୍ୟ ଆଶ୍ବସ୍ତି ଦେଇଥାଏ । ସାଧାରଣତଃ ତରଭୁଜ ଖାଇବା ପରେ ତା’ର ମଞ୍ଜିକୁ ଆମେ ଫିଙ୍ଗି ଦେଇଥାଉ । ହେଲେ ତରଭୁଜ ଭଳି ଏହାର ମଞ୍ଜି ମଧ୍ୟ ଶରୀର ପାଇଁ ଖୁବ୍ ଲାଭଦାୟକ ହୋଇଥାଏ । ଯାହା ଖାଇବା ଦ୍ବାରା ଅନେକ ରୋଗରୁ ରକ୍ଷା ମିଳିଥାଏ । ତେବେ ଆସନ୍ତୁ ଏହାର ଉପକାରୀ ଗୁଣ ସମ୍ପର୍କରେ ଜାଣିବା ।

    ତରଭୁଜ ମଞ୍ଜି ହେଉଛି ମୋନୋ ଅନସ୍ୟାଚୁରେଟେଡ଼ ଓ ପଲି ଅନସେଚୁରେଟେଡ଼ ଫ୍ୟାଟି ଏସିଡ଼ର ଏକ ଭଲ ଉତ୍ସ । ଏହା ଆଣ୍ଟିଅକ୍ସିଡାଣ୍ଟ ଓ ଆଣ୍ଟି ଇଂଫ୍ଲେମେଟୋରୀ ଏଜେଣ୍ଟ ରୂପେ କାମ କରିଥାଏ । ଏଥିରେ ଥିବା ମ୍ୟାଗ୍ନେସିୟମର ମାତ୍ରା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ତରଭୁଜ ମଞ୍ଜିରେ ମାଇକ୍ରୋ ନିଉଟ୍ରିଏଣ୍ଟ୍ସ‌, ଆଇରନ , ଜିଙ୍କ, ପ୍ରୋଟିନ୍ ଓ ଫାଇବର ଭରପୂର ମାତ୍ରାରେ ରହିଥାଏ । ସୁସ୍ଥ ରହିବା ପାଇଁ ଖାଦ୍ୟରେ ଏସବୁ ଜିନିଷ ରହିବା ନିହାତି ଜରୁରୀ। ତରଭୁଜ ମଞ୍ଜିରେ କମ୍ କ୍ୟାଲୋରୀ ଥିବା ହେତୁ ଏହାର ସେବନ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ ।

    ତରଭୁଜ ମଞ୍ଜିରେ ୦.୨୯ ଗ୍ରାମ୍ ଆଇରନ୍ ଥାଏ ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ । ଗର୍ଭବତୀ ମହିଳାଙ୍କ ପାଇଁ ତରଭୁଜ ମଞ୍ଜି ଅତ୍ୟନ୍ତ ଉପକାରୀ ହୋଇଥାଏ । ଏହା ଖାଇବା ଦ୍ବାରା ଉଭୟ ମାଆ ଓ ଛୁଆକୁ ସୁସ୍ଥ ରହିଥାଆନ୍ତି । ଏହାର ଫାଇଦା ସମ୍ପର୍କରେ ଆମେ ଆଜି ଆପଣଙ୍କୁ ଜଣାଇବୁ ।

    ଚର୍ମକୁ ସୁସ୍ଥ ରଖେ:ତରଭୁଜ ମଞ୍ଜିରେ ଭିଟାମିନ୍ ସି, ଆଣ୍ଟିଅକ୍ସିଡାଣ୍ଟ, ମ୍ୟାଗ୍ନେସିୟମ ଇତ୍ୟାଦି ଭରପୂର ମାତ୍ରାରେ ଥିବାରୁ ଚର୍ମକୁ ସଫା କରିବାରେ ସାହାଯ୍ୟ କରିଥାଏ । ମୁହଁରୁ କଳା ଦାଗ ଓ ବ୍ରଣ ଆଦି ହଟାଇବା ପାଇଁ ମଧ୍ୟ ଏହା ପ୍ରଭାବଶାଳୀ । ବୟସ ପୂର୍ବରୁ ବୃଦ୍ଧାବସ୍ଥାକୁ ଏହା ଦୂର କରିଥାଏ । ଶୁଷ୍କ ଚର୍ମ ପାଇଁ ଆପଣ ଏହାକୁ ବ୍ୟବହାର କରି ପାରିବେ। ତରଭୁଜ ମଞ୍ଜି ଆପଣଙ୍କ ପାଇଁ ଏକ ମଏଶ୍ଚରାଇଜର ଭାବେ ମଧ୍ୟ କାର୍ଯ୍ୟକାରୀ କରିଥାଏ ।

    କେଶକୁ ମଜବୁତ କରେ:କେଶକୁ ସୁସ୍ଥ ରଖିବା ପାଇଁ ଚାହୁଁଥିଲେ ଆପଣ ତରଭୁଜ ମଞ୍ଜିର ବ୍ୟବହାର କରିପାରିବେ । ତରଭୁଜ ମଞ୍ଜିରେ ପ୍ରୋଟିନ୍, ଆଇରନ୍, ମ୍ୟାଗ୍ନେସିୟମ୍, ଜିଙ୍କ, ଓ କପରରେ ପରିପୂର୍ଣ୍ଣ ଥିବାରୁ ଏହା କେଶକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ଏହା କେଶକୁ ମଜବୁତ କରିବା ସହ ଘନତ୍ୱକୁ ମଧ୍ୟ ବଢାଇଥାଏ । କେଶ ଝଡିବା ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ

     

    ହାର୍ଟକୁ ସୁସ୍ଥ ରଖେ:ତରଭୁଜ ମଞ୍ଜି ହାର୍ଟକୁ ଅନେକ ଉପାୟରେ ସୁସ୍ଥ ରଖିବାରେ ସାହାଯ୍ୟ କରେ । ଏଥିରେ ଥିବା ମୋନୋଅନସ୍ୟାଚୁରେଟେଡ଼ ଓ ପଲିଅନସେଚୁରେଟେଡ଼ ଫ୍ୟାଟି ଏସିଡ଼ ଯାହା ହାର୍ଟ ଷ୍ଟ୍ରୋକ ଭଳି ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରେ । ଏହି ମଞ୍ଜିରେ ଅଧିକ ପରିମାଣର ମ୍ୟାଗ୍ନେସିୟମ୍ ଥିବାରୁ ଏହା ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ । ହାର୍ଟରେ ଥିବା କ୍ୟାଲସିୟମର ଗତିକୁ ମଧ୍ୟ ଏହା ନିୟନ୍ତ୍ରଣ କରିଥାଏ ।

    ରକ୍ତରେ ଶର୍କରାର ସ୍ତର କମାଏ :ଅନିୟନ୍ତ୍ରିତ ବ୍ଲଡ଼ ସୁଗାର ରୋଗରେ ପୀଡିତ ବ୍ୟକ୍ତିଙ୍କ ପାଇଁ ତରଭୁଜ ମଞ୍ଜି ଏକ ସଞ୍ଜିବନୀ ପରି କାମ କରିଥାଏ । ଏଥିରେ ଥିବା ମ୍ୟାଗ୍ନେସିୟମ ,କାର୍ବୋହାଇଡ୍ରେଟ ର ମେଟାବୋଲିଜିମ୍‌ ନିୟନ୍ତ୍ରଣ କରି ରଖିଥାଏ । ଏହାଦ୍ୱାରା ରକ୍ତରେ ଶର୍କରା ପରିମାଣ ବୃଦ୍ଧି ହୋଇନଥାଏ।

    ଶ୍ୱାସ ରୋଗ କମାଏ:ତରଭୁଜ ମଞ୍ଜିରେ ଭିଟାମିନ୍ ସି ଭରପୁର ମାତ୍ରାରେ ରହିଛି । ଯାହା ଶ୍ୱାସରୋଗ ବା ଆସ୍ଥମା ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ । ଭିଟାମିନ୍ ସି ଏକ ଶକ୍ତିଶାଳୀ ଡାଏଟାରୀ ଆଣ୍ଟିଅକ୍ସିଡାଣ୍ଟ ଯାହା ଆସ୍ଥମାର ପ୍ରଭାବ ଧିରେ ଧିରେ ଶରୀରରୁ କମାଇ ଥାଏ । ଶ୍ୱାସ ରୋଗକୁ କମାଇବା ପାଇଁ ତରଭୂଜ ମଞ୍ଜିର ବ୍ୟବହାରକୁ ନେଇ ଡାକ୍ତରମୋନେ ପରାମର୍ଶ ଦେଉଛନ୍ତି । ତେଣୁ ଆପଣମାନେ ତରଭୁଜ ନଖାଇ ଏହାର ମଞ୍ଜି ଖାଇବାକୁ ଚେଷ୍ଟା କରନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.1 ° C
    35.1 °
    35.1 °
    22 %
    1kmh
    3 %
    Mon
    38 °
    Tue
    38 °
    Wed
    37 °
    Thu
    35 °
    Fri
    34 °

    ସମ୍ବନ୍ଧିତ