Monday, March 2, 2026
31.1 C
Odisha

    ଆସନ୍ତୁ ଜାଣିବା ବ୍ରୋକଲିର ସ୍ୱାସ୍ଥ୍ୟ ଉପକାରିତା

    ଆଗକୁ ପଢନ୍ତୁ

    ବର୍ତ୍ତମାନ ସମୟରେ ଅନେକ ପ୍ରକାର ସ୍ବାସ୍ଥ୍ୟଗତ ସମସ୍ୟା ଦେଖିବାକୁ ମିଳୁଛି । ଖରାପ ପାଣିପାଗ ଏବଂ ଖାଦ୍ୟପେୟ ହେଉଛି ଏହାର ମୁଖ୍ୟ କାରଣ । ଭଲ ସ୍ବାସ୍ଥ୍ୟ ପାଇଁ ଭଲ ଖାଦ୍ୟର ଆବଶ୍ୟକତା ରହିଛି ନଚେତ୍ ସ୍ବାସ୍ଥ୍ୟକୁ ଖରାପ କରିଦେଇଥାଏ । ଆମ ସୁସ୍ଥ ଶରୀର ଗଠନ ପାଇଁ ସମସ୍ତ ପନିପରିବାର ଆବଶ୍ୟକତା ରହିଛି । ଯାହା ଆମକୁ ଅନେକ ପୋଷକ ତତ୍ତ୍ବ ଯୋଗାଇଥାଏ । ସମସ୍ତ ପନିପରିବାରେ କିଛି ନା କିଛି ବିଶେଷ ଗୁଣ ରହିଛି ।  ଯାହା ଆମ ସ୍ବାସ୍ଥ୍ୟଗତ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ । ଆଜି ଆମେ ଆପଣଙ୍କୁ ସେହିଭଳି ସୁପରଫୁଡ୍ ସମ୍ପର୍କରେ ଜଣାଇବୁ ।

    ସମସ୍ତ ପନିପରିବା ଭଳି  ବ୍ରୋକଲି ମଧ୍ୟ ଆମ ଶରୀର ପାଇଁ ଉପଯୋଗୀ । ଯାହା ସାଧାରଣତଃ କୋବି ଭଳି ଦେଖାଯାଇଥାଏ । କିନ୍ତୁ ସେଇଟା କୋବି ନୁହେଁ । ଦେଖିବାକୁ ଠିକ୍ ଫୁଲ କୋବି ଭଳି ଏବଂ ନୀଳ ରଙ୍ଗର । ଯାହାର ଚାହିଦା ବର୍ତ୍ତମାନ ସମୟରେ ଖୁବ୍ ବଢିଛି । ଯାହାକୁ ଶୀତଦିନେ ଖୁବ୍ ସହଜରେ ମାର୍କେଟରୁ ମିଳିଯାଇଥାଏ । କିନ୍ତୁ କିଛି ଲୋକ ଏହାକୁ ଖାଇବାକୁ ପସନ୍ଦ କରି ନଥାନ୍ତି । ଯାହା ଆମ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ।

    ବ୍ରୋକଲିରେ ଅନେକ ପୋଷକ ତତ୍ତ୍ବ ଭରପୁର ମାତ୍ରାରେ ରହିଛି । ଯାହା ଶରୀର ପାଇଁ ବରଦାନ ସଦୃଶ ହୋଇଥାଏ । ସାଲାଡ୍ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ପନିପରିବା ପର୍ଯ୍ୟନ୍ତ ଅନେକ ପ୍ରକାରର ପନିପରିବା ତିଆରିରେ ବ୍ରୋକୋଲି ବ୍ୟବହାର କରାଯାଏ । ବ୍ରୋକଲିରେ କେଉଁ ସବୁ ଉପାଦାନ ରହିଛି ଆସନ୍ତୁ ପ୍ରଥମେ ସେସମ୍ପର୍କରେ ଜାଣିବା ।

    ବ୍ରୋକଲିରେ ଭରପୁର ମାତ୍ରାର ପ୍ରୋଟିନ୍, କ୍ୟାଲସିୟମ୍, କାବ୍ରୋହାଇଡ଼୍ରୋଟ, ଆଇରନ, ଭିଟାମିନ ଏ, ସି ଏବଂ ଅନ୍ୟାନ୍ୟ  ପୋଷକ ରହିଛି । ଏହା ସହିତ ଆଣ୍ଟିଅକ୍ସିଡାଣ୍ଟ, ପୋଟାସିୟମ୍, ସେଲେନିୟମ୍, ଭିଟାମିନ୍ ବି, ଫାଇବର ଏବଂ ଫସଫରସ ଭଳି ଗୁଣ ମଧ୍ୟ ଏଥିରେ ରହିଛି । ଯାହା ସମସ୍ତ ବର୍ଗର ଲୋକଙ୍କ ପାଇଁ ଲାଭଦାୟକ ବୋଲି ପ୍ରମାଣିତ ହୋଇଛି । ତେବେ ଆସନ୍ତୁ ଏହି ବ୍ରୋକଲିର ଚମତ୍କାରୀ ଗୁଣ ସମ୍ପର୍କରେ ଜାଣିବା ।

    ଡାଇବେଟିସ ରୋଗୀଙ୍କ ପାଇଁ  ସବୁଜ ପନିପରିବା ଫଳପ୍ରଦ ହୋଇଥାଏ । ସେହି ସବୁ ମଧ୍ୟରୁ ବ୍ରୋକଲି ଅନ୍ୟତମ । ଯାହା ଡାଇବେଟିସ୍ ରୋଗୀଙ୍କ ପାର୍ଇ ବେଷ୍ଟ ହୋଇଥାଏ । ବ୍ରୋକଲି ଖାଇବା ଦ୍ବାରା ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏଥିରେ ଥିବା ଭିଟାମିନ୍ ସି ଏବଂ ଜିଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଯାହା ଖାଇବା ଦ୍ବାରା ରୋଗ ସହିତ ଲଢେଇ କରିବାର କ୍ଷମତାକୁ ବୃଦ୍ଧି କରେ । ପିଲାମାନଙ୍କ ପାଇଁ ଏହା ଉପଯୁକ୍ତ ଖାଦ୍ୟ ବୋଲି କୁହାଯାଇପାରେ ।

    ବ୍ରୋକଲିରେ ଫାଇବର, ପୋଟାସିୟମ୍ ଏବଂ ପ୍ରୋଟିନରେ ଭରପୁର । ଯାହା ଖାଇବା ଦ୍ବାରା ଅଧିକ ସମୟ ପର୍ଯ୍ୟନ୍ତ ପେଟକୁ ଫୁଲ କରି ରଖିଥାଏ । ଫଳରେ ଓଜନ ଯାତ୍ରାକୁ ସହଜ କରିଥାଏ । ଏତିକି ନୁହେଁ ବରଂ ଲିଭର ସମସ୍ୟା ପାଇଁ ଏହା ଶକ୍ତିଶାଳୀ ହୋଇଥାଏ । ତେଣୁ ଏହାକୁ ଆପଣ ଡାଏଟ ପ୍ଲାନରେ ଆଡ୍ କରିପାରିବେ ।  କ୍ୟାନସର ଭଳି ମାରାତ୍ମକ ରୋଗରୁ ମଧ୍ୟ ରକ୍ଷା କରିଥାଏ । ଏହି ସବୁ ସମସ୍ୟା ଥିଲେ ଏହାକୁ ନିଶ୍ଚିନ୍ତ ଖାଆନ୍ତୁ ।

    କ୍ୟାଲସିୟମର ଅଭାବ ଥିଲେ ହାଡ଼ ଜନିତ ସମସ୍ୟା ଦେଖିବାକୁ ମିଳିଥାଏ । ଯାହା ଏବେ ଘରେ ଘରେ ଖୁବ୍ ସାଧାରଣ କଥା ହୋଇଗଲାଣି । ଏହି ସବୁ ସମସ୍ୟା ଦେଖାଦେଉଥିଲେ ସେସବୁ ପାଇଁ ଚିନ୍ତା କରନ୍ତୁ ନାହିଁ । ଯେଉଁଥି ପାଇଁ ପ୍ରଭାବଶାଳୀ ହୋଇଥାଏ ବ୍ରୋକଲି । ହାଡ଼ ଜନିତ ସମସ୍ୟାଠାରୁ ମୁକ୍ତି ଦେବା ସହ ହାଡ଼କୁ ମଜବୁତ କରେ । ତେଣୁ ବ୍ରୋକଲି ଖାଇବାର ଅଭ୍ୟାସ କରନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.1 ° C
    31.1 °
    31.1 °
    25 %
    2.3kmh
    8 %
    Mon
    35 °
    Tue
    36 °
    Wed
    37 °
    Thu
    38 °
    Fri
    38 °

    ସମ୍ବନ୍ଧିତ